ମିଥାଇଲଏର୍ଗୋମେଟ୍ରିନ
ଏହା ଏକ ଔଷଧ ଯାହା ନିମ୍ନ ଧରଣର ଗର୍ଭାଶୟ ସଙ୍କୋଚନ କାରଣରୁ ପ୍ରସବପର ରକ୍ତସ୍ରାବର ଚିକିତ୍ସା ପାଇଁ ବ୍ୟବହୃତ ହୁଏ / From Wikipedia, the free encyclopedia
ମିଥାଇଲଏର୍ଗୋମେଟ୍ରିନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ମିଥେରଗାଇନ, ହେଉଛି ଏକ ଔଷଧ ଯାହା ନିମ୍ନ ଧରଣର ଗର୍ଭାଶୟ ସଙ୍କୋଚନ କାରଣରୁ ପ୍ରସବପର ରକ୍ତସ୍ରାବର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[2] ଏହା ଅକ୍ସିଟୋସିନ୍ ଅପେକ୍ଷା ଏହି ଧରଣର ବ୍ୟବହାର ପାଇଁ କମ୍ ପସନ୍ଦ କରାଯାଏ ।[1] କରୋନାରୀ ଭାସୋସ୍ପାଜ୍ମ କାରଣରୁ ଆଞ୍ଜିନା ଅଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ମଧ୍ୟ ବ୍ୟବହୃତ ହୋଇଛି ।[2] ଏହା ମାଂସପେଶୀରେ ଇଞ୍ଜେକସନ ଦ୍ୱାରା, ପାଟିରେ କିମ୍ବା ବେଳେବେଳେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[1] [2]
Clinical data | |
---|---|
Trade names | Methergine, Ergotrate, others |
Synonyms | Methylergometrine maleate, methylergonovine,[1] methylergobasin,[1] d-lysergic acid 1-butanolamide |
AHFS/Drugs.com | monograph |
MedlinePlus | a601077 |
Pregnancy category |
|
Routes of administration | Injection into a muscle or vein, by mouth[2] |
Legal status | |
Legal status |
|
Pharmacokinetic data | |
Metabolism | Liver |
Elimination half-life | 30–120 min |
Excretion | Mostly bile |
Identifiers | |
IUPAC name
| |
ECHA InfoCard | 100.003.661 |
Chemical and physical data | |
Formula | C20H25N3O2 |
Molar mass | ୩୩୯.୪୪ g·mol−1 |
3D model (JSmol) | |
Melting point | 172 °C (342 °F) |
Solubility in water | insoluble mg/mL (20 °C) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ବାତ, ମୁଣ୍ଡବିନ୍ଧା, ଅଇ, ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[2] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କାନରେ ଝିଁ ଝିଁ ଶୁଣାଯିବା, କାଲୁଆ, ଦ୍ୱନ୍ଦ୍ୱ ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[1] ଯେଉଁମାନଙ୍କର ଯକୃତ ସମସ୍ୟା, ବୃକ୍କ ଜନିତ ସମସ୍ୟା କିମ୍ବା ରକ୍ତ ପ୍ରବାହ ଖରାପ ଥାଏ, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଏ ।[1] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନରେ ନିରାପତ୍ତା ଅସ୍ପଷ୍ଟ ଏବଂ ଏହି ପରିସ୍ଥିତିରେ ବ୍ୟବହାରକୁ ପରାମର୍ଶ ଦିଆଯାଇନଥାଏ ।[1][2] ଏହାଅକ୍ସିଟୋକିକ୍ସ ଏବଂ ଏର୍ଗଟ ଆଲକାଲଏଡ ଶ୍ରେଣୀର ଔଷଧ ଭାବରେ ଜଣାଶୁଣା ।[2][3]
ଏର୍ଗୋମେଟ୍ରିନରୁ ମିଥାଇଲଏର୍ଗୋମେଟ୍ରିନ ଉତ୍ପନ୍ନ ହୋଇଥିଲା ଯାହା ପ୍ରଥମେ ୧୯୩୫ ମସିହାରେ କ୍ଲାଭିସେପ୍ସ ପରପ୍ୟୁରିଆ ନାମକ ଏକ କବକରୁ ଉତ୍ପନ୍ନ ହୋଇଥିଲା ।[4] ଯୁକ୍ତରାଷ୍ଟ୍ରରେ ଏହା ଏକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ୨୦୨୦ ମସିହା ସୁଦ୍ଧା ଏହାର ୦.୨ ମିଗ୍ରା ବିଶିଷ୍ଟ ୬ଟି ବଟିକାର ମୂଲ୍ୟ ପ୍ରାୟ ୬୮ଡଲାର୍ ଖର୍ଚ୍ଚ ହୁଏ ।[5] ବିକାଶଶୀଳ ଦେଶରେ ୨୦୧୫ ମସିହା ସୁଦ୍ଧା ଏହି ପରିମାଣର ମୂଲ୍ୟ ପ୍ରାୟ ୦.୧୨ ଡଲାର ଥିବାବେଳେ ପ୍ରତି ଇଞ୍ଜେକ୍ସନର ମୂଲ୍ୟ ପ୍ରାୟ ୦.୧୮ ଡଲାର ଥିଲା।[6][7]