ମାନବ ଅଧିକାରର ସାର୍ବଜନୀନ ଘୋଷଣା
ଜାତିସଂଘ ଜେନେରାଲ ଆସେମ୍ବ୍ଲିର ୧୦ତାରିଖ, ୧୯୪୮ରେ ଗୃହୀତ ଏକ ଐତିହାସିକ ଦଲିଲ । / From Wikipedia, the free encyclopedia
ମାନବ ଅଧିକାରର ସାର୍ବଜନୀନ ଘୋଷଣା ବା ୟୁଡିଏଚଆର (ଇଂରାଜୀ ଭାଷାରେ The Universal Declaration of Human Rights (UDHR)) ଏକ ଐତିହାସିକ ଦଲିଲ ଯାହା ଡିସେମ୍ବର ୧୦ତାରିଖ, ୧୯୪୮ରେ ଫ୍ରାନ୍ସର ପ୍ୟାରିସଠାରେ ଜାତିସଂଘ ଜେନେରାଲ ଆସେମ୍ବ୍ଲିର ସଂକଳ୍ପ ଧାରା ୨୧୭ ଅନୁସାରେ ତୃତୀୟ ଅଧିବେଶନରେ ବହୁମତରେ ଗୃହୀତ ହୋଇଥିଲା । ଜାତିସଂଘର ୫୮ ସଦସ୍ୟଙ୍କ ମଧ୍ୟରୁ ୪୮ ସଦସ୍ୟ ଏହାକୁ ସମର୍ଥନ କରିଥିଲେ, ୮ ସଦସ୍ୟ ଅନୁପସ୍ଥିତ ଥିଲେ ଓ ଦୁଇ ସଦସ୍ୟ ଭୋଟ ଦେବାରୁ ବିରତ ଥିଲେ । [1]
Universal Declaration of Human Rights | |
---|---|
Created | 1948 |
Ratified | 10 December 1948 |
Location | Palais de Chaillot, Paris |
Author(s) | Draft Committee[lower-alpha 1] |
Purpose | Human rights |
ସେହି ଘୋଷଣା ପତ୍ରର ୩୦ଟି ଧାରାରେ ବ୍ୟକ୍ତିଗତ ଅଧିକାର ସ୍ୱୀକୃତ ହୋଇଥିଲା, ସେତେବେଳେ ବିଧିବଦ୍ଧ ଭାବରେ ବନ୍ଧିତ ନଥିଲେ ମଧ୍ୟ ପରବର୍ତ୍ତୀ କାଳର ଆନ୍ତର୍ଜାତିକ ସନ୍ଧି, ଅର୍ଥନୈତିକ ବଦଳ, କ୍ଷେତ୍ରୀୟ ମାନବ ଅଧିକାର ଇନସ୍ଟ୍ରେମେଣ୍ଟ, ଜାତୀୟ ସଂବିଧାନ ଓ ଅନ୍ୟାନ୍ୟ କାନୁନ ଯୋଗେ ଏହା ଗୃହୀତ ହୋଇଥିଲା । ଆନ୍ତର୍ଜାତୀୟ ମାନବ ଅଧିକାର ବିଲ (International Bill of Human Rights) ତିଆରି କରିବାର ଏହା ପ୍ରଥମ ସୋପାନ ଥିଲା ଯାହା ସନ ୧୯୬୬ରେ ସମ୍ପୁର୍ଣ୍ଣ ହେବାପରେ ସନ ୧୯୭୬ରେ ଅଧିକ ସଂଖ୍ୟକ ଦେଶ ଏହାକୁ ମଞ୍ଜୁର କରିବା ପରେ ବଳବତ୍ତର ହେଲା ।
କେତେକ ବିଧି ପଣ୍ଡିତଙ୍କ ମତରେ ଅନେକ ଦେ ନିୟମିତ ଭାଗରେ ୫୦ ବର୍ଷ ଧରି ଏହାକୁ ପ୍ରୟୋଗ କରିବାରୁ ଏହା କଷ୍ଟମାରି ଇଣ୍ଟରନ୍ୟାସନାକ ନିୟମର (customary international law) ଏକ ଅଂଶ ଭାବରେ ବାଧ୍ୟତା ମୂଳକ ହୋଇଗଲା ।[2][3] କିନ୍ତୁ ଯୁକ୍ତରାଷ୍ଟ୍ର ଆମେରିକାର ସୁପ୍ରିମ କୋର୍ଟ ନିଷ୍କର୍ଷ ଅନୁସାରେ ଏହି ଘୋଷଣା ସ୍ୱତଃ କର୍ତ୍ତବ୍ୟ ଭାବରେ ଆନ୍ତର୍ଜାତୀୟ ନିୟମରେ ଲାଗୁହେବନି । [4] ଏହି ଘୋଷଣା ଘରୋଇ କାନୁନର ଅଂଶ ନଥିବା କଥା ଅନ୍ୟାନ୍ୟ ଦେଶର କୋର୍ଟଗୁଡ଼ିକ ମଧ୍ୟ ଦର୍ଶାଇଛନ୍ତି । [5]