ମାଝା
From Wikipedia, the free encyclopedia
ମାଝା (ପଞ୍ଜାବୀ: ਮਾਝਾ (ଗୁରୁମୁଖୀ), ماجھا (ଶମୁଖୀ); Mājhā) ଅଞ୍ଚଳ, ଐତିହାସିକ ପଞ୍ଜାବ ଅଞ୍ଚଳର କେନ୍ଦ୍ରରେ ଅବସ୍ଥିତ ।[1], ଯାହା ବେଆସ ନଦୀର ଦକ୍ଷିଣ ପାର୍ଶ୍ୱରେ [ନୋଟ-୧} ଉତ୍ତର ପଟକୁ ଅନସ୍ଥିତ ଓ ଝେଲମ ନଦୀର ଉତ୍ତରକୁ ବିସ୍ତୃତ ।[2] ମାଝା ଅଞ୍ଚଳର ଲୋକମାନଙ୍କୁ ମାଝି କୁହାଯାଏ । ପଞ୍ଜାବୀ ଭାଷାର ମୁଖ୍ୟ ଉପଭାଷା ମାଝି ଏହି ଅଞ୍ଚଳର ମୁଖ୍ୟ ଭାଷା, ଯାହା ମଧ୍ୟ ପଞ୍ଜାବୀ ଭାଷାର ମୁଖ୍ୟ ଉପଭାଷା ।[3]
୧୯୪୭ରେ ଭାରତ ବିଭାଜନ ସମୟରେ, ମାଝା ଅଞ୍ଚଳ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ଭାଗ ହୋଇଯାଇଥିଲା । ଏହାପରେ ପଞ୍ଜାବ ଭାରତ ଓ ପଞ୍ଜାବ ପାକିସ୍ତାନ ଗଠନ ହେଲା । ଭାରତର ରାଜ୍ୟ ପଞ୍ଜାବରେ ମାଝା ଅଞ୍ଚଳ ତାର୍ନ ତାରାନ ଜିଲ୍ଲାରେ, ସତଲେଜ୍ ନଦୀର ଉତ୍ତର ପାର୍ଶ୍ୱ ସହ ବେଆସ୍ ଓ ରାବି ନଦୀର ମିଳନସ୍ଥଳ ପରେ ସେମାନଙ୍କର ମଝି ଅଞ୍ଚଳକୁ ବୁଝାଏ ।[4] ଏହି ଅଞ୍ଚଳରେ ପଞ୍ଜାବର ୪ଟି ଜିଲ୍ଲା ରହିଛି - ଅମୃତସର, ତାର୍ନ ତାରାନ୍, ଗୁରଦାସପୁର ଓ ପଠାନକୋଟ ।