![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/42/Mahesh_Babu_in_Spyder.jpg/640px-Mahesh_Babu_in_Spyder.jpg&w=640&q=50)
ମହେଶ ବାବୁ
ତେଲୁଗୁ ଅଭିନେତା / From Wikipedia, the free encyclopedia
ମହେଶ ବାବୁ (ଜନ୍ମ ୯ ଅଗଷ୍ଟ ୧୯୭୫) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ମହେଶ ବାବୁ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ନାମକ ପ୍ରଯୋଜନା ସଂସ୍ଥା ମଧ୍ୟ ତାଙ୍କର ଅଛି । ମହେଶ ବାବୁ ୧୯୭୫ ମସିହା ଅଗଷ୍ଟ ୯ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ମହେଶ ବାବୁ ତେଲୁଗୁ ଚଳଚ୍ଚିତ୍ର ଅଭିନେତା କୀଷ୍ଣାଙ୍କର ସାନ ପୁଅ । ମାତ୍ର ଚାରିବର୍ଷ ବୟସ ହୋଇଥିବା ବେଳେ ୧୯୭୯ ମସିହାରେ ନୀଦା ଚଳଚ୍ଚିତ୍ର ମାଧ୍ୟମରେ ଶିଶୁ କଳାକାର ଭାବେ ମହେଶ ଅଭିନୟ ଆରମ୍ଭ କରିଥିଲେ । ମହେଶ ଶିଶୁ କଳାକାର ଭାବରେ ୮ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ୧୯୯୯ ମସିହାରେ ରାଜକୁମାରୁଡ଼ୁ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଦୁନିଆରେ ନାୟକ ସାଜିଥିଲେ ଏବଂ ରାଜ୍ୟସ୍ତରୀୟ ନନ୍ଦୀ ପୁରସ୍କାର ପାଇଥିଲେ ।
ମୁରାରୀ(୨୦୦୧) ଭଳି ଚଳଚ୍ଚିତ୍ରରେ ମେହଶଙ୍କର ନିଖୁଣ ଅଭିନୟ ଏବଂ ଓକ୍କୁଡ଼ୁ(୨୦୦୩) ଭଳି ଚଳଚ୍ଚିତ୍ରରେ ଆକ୍ସନ ତାଙ୍କୁ ଆଣିଦେଇଥିଲା ସଫଳତା । ପରବର୍ତ୍ତୀ ସମୟରେ ଅଥାଡ଼ୁ(୨୦୦୫), ପୋକ୍ରୀ(୨୦୦୬), ଦୋକୁଡ଼ୁ(୨୦୧୧), ବିଜିନେସ୍ମ୍ୟାନ(୨୦୧୨), ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ(୨୦୧୩), 1: ନେନୁ ଓକ୍କାଡ଼୍ନି(୨୦୧୪) ଏବଂ ଶ୍ରୀମନ୍ଥୁଡ଼ୁ(୨୦୧୫) ଭଳି ଚଳଚ୍ଚିତ୍ର ତାଙ୍କୁ ଆଣିଦେଇଥିଲେ ଜାତୀୟ ସ୍ତରର ସଫଳତା । ଆଜି ପର୍ଯ୍ୟନ୍ତ ସେ ଅନେକ ନନ୍ଦି ପୁରସ୍କାର, ୫ଟି ଫିଲ୍ମଫେୟାର୍ ପୁରସ୍କାର, ୩ଟି ମାଆ ସିନେ ପୁରସ୍କାର, ୩ଟି ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଏବଂ ଗୋଟିଏ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।