ମହୁମାଛି
ଉଡ଼ନ୍ତା ପୋକ / From Wikipedia, the free encyclopedia
ମହୁମାଛି (ଇଂରାଜୀ ଭାଷାରେ Bee/ Anthophila) ଏକ ପ୍ରକାର ଉଡ଼ନ୍ତି ପୋକ (insect) ଯାହାର ବିରୁଡ଼ି (wasp) ଓ ପିମ୍ପୁଡ଼ିମାନଙ୍କ ସାଥିରେ ସାମଞ୍ଜସ୍ୟ ଅଛି ଯେଉଁମାନେ ପରାଗ ସଙ୍ଗମ (pollination), ମହୁ ଓ ମହୁମାଛି ମହମ (beeswax) ତିଆରରେ ଭାଗ ନିଅନ୍ତି । ଏମାନେ ସୁପରଫ୍ୟାମିଲି ଆପଏଡିଆ (Apoidea) ଲାଇନର ଜୀବ ଓ କ୍ଲେଡ (clade) ଦଳରେ ଆଛି ଓ ଆନ୍ଥୋଫିଲା (Anthophila) ନାମ ଦିଆଯାଇଛି । ଦୁନିଆରେ ୭ଟି ପରିବାରରେ ପ୍ରାୟ ୧୬,୦୦୦ ଜଣାଶୁଣା ମହୁମାଛି ସ୍ପେସି ଥିବାର ଜଣାଯାଏ । [1][2] ଏଥି ଯୋଗୁ ଫୁଲ ଫୁଟୁଥିବା ଗଛର ଆଡାପ୍ଟିଭ ରାଡିଏସନ (adaptive radiation) ହୁଏ ଓ ସେହି ଅନୁସାରେ ମହୁମାଛିଙ୍କର ପରିବର୍ତ୍ତନ ହୁଏ ।[3] ଆଣ୍ଟାର୍କଟିକା ବ୍ୟତୀତ ଅନ୍ୟ ସବୁ ମହାଦେଶରେ ଏମାନଙ୍କୁ ଦେଖିବାକୁ ମିଳେ ଯେଉଁଠି ଫୁଲମାନଙ୍କର ପରାଗ ସଙ୍ଗମ ହୁଏ ।
ମହୁମାଛି ଜୀବାଶ୍ମ କାଳ: Early Cretaceous – Present, 100–0 Ma PreЄ
Є
O
S
D
C
P
T
J
K
Pg
N
| |
---|---|
The sugarbag bee, Tetragonula carbonaria | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
Families | |
| |
Synonyms | |
Apiformes (from Latin 'apis') |
ତିନି ପ୍ରକାର ମହୁମାଛି ଯଥା:- ହନି ବି, ବମ୍ବଲ୍ବି ଓ ସ୍ଟିଙ୍ଗଲେସ ବି ମହୁମାଛି କଲୋନି କରି ସାମାଜିକ ଭାବରେ ରହନ୍ତି । ଏମାନେ ଶକ୍ତି ପାଇବା ନିମନ୍ତେ ଫୁଲମହୁ ଓ ପ୍ରୋଟିନ ତଥା ଅନ୍ୟାନ୍ୟ ପୋଷକ ପାଇବା ନିମନ୍ତେ ପରାଗ ରେଣୁ ଖାଆନ୍ତି । ଅଧିକାଂଶ ପରାଗ ରେଣୁ ଲାର୍ଭା ନିମନ୍ତେ ବ୍ୟବହୃତ ହୁଏ । ପରିବେଶ ଓ ବ୍ୟବସାୟ ଦୃଷ୍ଟିରୁ ପରାଗ ସଙ୍ଗମ ଅତି ଆବଶ୍ୟକ । ବଣୁଆ ମହୁମାଛି ସଂଖ୍ୟା କମିଯିବା ହେତୁ ବ୍ୟବସାୟୀକ ମହୁଫେଣାର ପରାଗ ସଙ୍ଗମ ମୂଲ୍ୟ ଅଧିକ ହେଉଛି ।
ମହୁମାଛିର ଆକାରରେ ପ୍ରଜାତି ଅନୁସାରେ କମ୍ ବେଶୀ ହୁଏ । ନାହୁଡ଼ ନଥିବା ମହୁମାଛି ଶ୍ରେଣୀରେ ଶ୍ରମିକ ମହୁମାଛିର ଲମ୍ବ ୨ ମି:ମି:ରୁ (୦.୦୮ ଇଞ୍ଚ) କମ୍ । ସବୁଠାରୁ ବଡ଼ ମହୁମାଛି ମେଗାଚାଇଲ ପ୍ଲୁଟୋ (leafcutter bee) ଶ୍ରେଣୀର ମାଈ ମହୁମାଛି ଲମ୍ବ ପ୍ରାୟ ୩୯ ମି:ମି: (୧.୫୪ ଇଞ୍ଚ) । ଉତ୍ତର ଗୋଲାର୍ଦ୍ଧର ସାଧାରଣ ମହୁମାଛିର ନାମ ହାଲିକ୍ଟିଡି (Halictidae) ବା ମିଠା ମହୁମାଛି । ଏଗୁଡ଼ିକ ଭୁଲକ୍ରମେ ବିରୁଡ଼ି ବା ମାଛି ବୋଲି ଭାବନ୍ତି । ବି-ଖାଦକ (bee-eater) ମେରୁଦଣ୍ଡି ପକ୍ଷୀ, ବିଉଲ୍ଫ (beewolves) ଓ ଡ୍ରାଗନଫ୍ଲାଇ (dragonflies) ପୋକ ଏହି ମହୁମାଛିଙ୍କୁ ଖାଆନ୍ତି ।
ହଜାର ହଜାର ବର୍ଷ ଧରି ଅତି କମ୍ରେ ପୁରାତନ ମିଶର ଓ ଗ୍ରୀସ ସମୟରୁ ମହୁମାଛି ପାଳିବା (beekeeping) ବା ଏପିକଲଚର ଚାଲିଆସିଛି । ମହୁ ଓ ପରାଗ ସଙ୍ଗମ ବ୍ୟତୀତ ମହୁମାଛିମାନେ ମହମ, ରୟଲ ଜେଲି (royal jelly) ଓ ପ୍ରୋପୋଲିସ (propolis) ତିଆର କରନ୍ତି । ପୁରାକାଳରୁ ଆଧୁନିକ କାଳ ପର୍ଯ୍ୟନ୍ତ ପୁରାଣ ଓ ଲୋକ କଥାର କଳା ଓ ସାହିତ୍ୟରେ ମହୁମାଛିମାନଙ୍କ କଥା ଉଲ୍ଲେଖ ଥାଏ ବିଶେଷତଃ ଉତ୍ତର ଗୋଲାର୍ଦ୍ଧରେ ।
ସନ ୧୯୮୦-୨୦୧୩ ମଧ୍ୟରେ ପ୍ରାୟ ୩୫୩ ବଣୁଆ ମହୁମାଛି ଓ ହୋଭର ଫ୍ଲାଇ ପ୍ରଜାତିର ଅନୁଶୀଳନରେ ଜଣାଯାଏ ଯେ ୧୯୮୦ ମସିହାରେ ଥିବା ମହୁମାଛି ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ କମିଯାଇଛନ୍ତି ।[4]