ମହାତ୍ମା ଗାନ୍ଧୀଙ୍କ ପରିବାର
ପରିବାର / From Wikipedia, the free encyclopedia
ଗାନ୍ଧୀ ପରିବାର ହେଉଛି ମହାତ୍ମା ଗାନ୍ଧୀଙ୍କ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ପରିବାର । ବ୍ରିଟିଶ ଶାସିତ ଭାରତରେ ଗାନ୍ଧୀ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ବିଶିଷ୍ଟ ନେତା ଥିଲେ । ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ଅନ୍ତିମ ଯାତ୍ରା ସମୟରେ ଭାରତର ପ୍ରଧାନମନ୍ତ୍ରୀ "ବାପୁ" ବା ଜାତିର ପିତା ବୋଲି ସମ୍ବୋଧନ କରିଥିଲେ, ଯାହାକି ପ୍ରଥମେ ସୁଭାଷ ଚନ୍ଦ୍ର ବୋଷଙ୍କଦ୍ୱାରା ୬ ଜୁଲାଇ ୧୯୪୪ରେ ସିଙ୍ଗାପୁର ରେଡ଼ିଓରେ ପ୍ରଥମେ ସମ୍ବୋଧନ କରାଯାଇଥିଲା । ୧୮ ଅପ୍ରେଲ ୧୯୪୭ରେ, ସରୋଜିନୀ ନାଇଡୁ ମଧ୍ୟ ଗାନ୍ଧୀଙ୍କୁ ଜାତିର ପିତା ଆଖ୍ୟା ଦେଇଥିଲେ।[1] ଗାନ୍ଧୀଙ୍କୁ ଭାରତରେ ବାପୁ ମଧ୍ୟ କୁହାଯାଏ । ଭାରତର ଜନସାଧାରଣ ତାଙ୍କୁ ଗାନ୍ଧୀଜି ବୋଲି ସମ୍ବୋଧନ କରନ୍ତି । ୧୯୧୪ ମସିହାରେ ଯେତେବେଳେ ଗାନ୍ଧୀଜି ଦକ୍ଷିଣ ଆଫ୍ରିକାରେ ଥିଲେ, ସେତେବେଳେ ତାଙ୍କୁ ମହତ୍ମା ବୋଲି ସମ୍ବୋଧିତ କରାଯାଇଥିଲା, ଯାହାର ଅର୍ଥ ହେଉଛି ଉଚ୍ଚ ଆତ୍ମା ବା ସମ୍ମାନନୀୟ।[2][3]
ମହାତ୍ମା ଗାନ୍ଧୀଙ୍କ ପରିବାର | |
---|---|
![]() | |
ବର୍ତ୍ତମାନର ଅବସ୍ଥିତି | ଭାରତ |
ଉତ୍ପତ୍ତି ସ୍ଥାନ | ଗୁଜରାଟ, ଭାରତ |
ସଦସ୍ୟ | କରମଚାନ୍ଦ ଉତ୍ତମଚାନ୍ଦ ଗାନ୍ଧୀ (ବାପା) ମୋହନ ଦାସ ଗାନ୍ଧୀ କସ୍ତୁରବା ଗାନ୍ଧୀ (ପତ୍ନୀ) ହରିଲାଲ ଗାନ୍ଧୀ (ପୁଅ) ମଣିଲାଲ ଗାନ୍ଧୀ (ପୁଅ) ରାମଦାସ ଗାନ୍ଧୀ (ପୁଅ) ଦେବଦାସ ଗାନ୍ଧୀ (ପୁଅ) |
ସଂଶ୍ଳିଷ୍ଟ ସଦସ୍ୟ | ରାଜମୋହନ ଗାନ୍ଧୀ (ନାତି) ଗୋପାଳକୃଷ୍ଣ ଗାନ୍ଧୀ (ନାତି) ରାମଚନ୍ଦ୍ର ଗାନ୍ଧୀ (ନାତି) ଅରୁଣ ମଣିଲାଲ ଗାନ୍ଧୀ (ନାତି) ସୁନନ୍ଦା ଗାନ୍ଧୀ (ନାତୁଣୀ ବୋହୂ) ତୁଷାର ଗାନ୍ଧୀ (ଅଣନାତି) ଶାନ୍ତି ଗାନ୍ଧୀ(ଅଣନାତି) |
ସଂଶ୍ଳିଷ୍ଟ ପରିବାର | ସି. ରାଜଗୋପାଳଚାରୀ |
ଉପାଧୀ | ଜାତିର ପିତା (ମହାତ୍ମା ଗାନ୍ଧୀ) |
ପରମ୍ପରା | ହିନ୍ଦୁ |
ବାସସ୍ଥାନ | ବିରଳା ଭବନ |
୧୮୮୫ ମସିହାରେ, ଗାନ୍ଧୀଜି ଏବଂ ତାଙ୍କ ପତ୍ନୀ କସ୍ତୁରବାଙ୍କର (କସ୍ତୁରବାଇ ମାଖନଜୀ କାପାଡ଼ିଆ) ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା, ଯିଏକି ମାତ୍ର କିଛି ଦିନ ବଞ୍ଚିଥିଲା ।[4] ଗାନ୍ଧୀ ଦମ୍ପତିଙ୍କର ଆଉ ଚାରି ସନ୍ତାନ ଥିଲେ, ସମସ୍ତେ ହେଉଛନ୍ତି ପୁଅ: ହରିଲାଲ, ୧୮୮୮ ମସିହାରେ ଜନ୍ମ ହୋଇଥିଲେ; ମଣିଲାଲ, ୧୮୯୨ ମସିହାରେ ଜନ୍ମଗ୍ରହଣ କରିଥିଲେ; ରାମଦାସ, ୧୮୯୭ ମସିହାରେ ଜନ୍ମଗ୍ରହଣ କରିଥିଲେ; ଏବଂ ଦେବଦାସ, ୧୯୦୦ରେ ଜନ୍ମଗ୍ରହଣ କରିଥିଲେ ।[5]