ଦକ୍ଷିଣ ଭାରତୀୟ ଖାଦ୍ୟ From Wikipedia, the free encyclopedia
ମସଲା ଦୋସା, ଦୋସାର ଏକ ପ୍ରକାର ଅଟେ , ଯାହାର ଉତ୍ପତ୍ତି ମାଙ୍ଗାଲୋରରୁ ଓ ଏହା ସମଗ୍ର ଭାରତରେ ଲୋକପ୍ରିୟ ହୋଇପାରିଛି ।[1] ଏହା ଚାଉଳ, ଡ଼ାଲି, ଆଳୁ, ମେଥି ଏବଂ ଭୃସଙ୍ଗ ପତ୍ରରୁ ପ୍ରସ୍ତୁତ ହୋଇଥାଏ , ଏବଂ ଚଟଣି ଓ ସମ୍ବର ସହିତ ପରସା ଯାଇଥାଏ । ଯଦ୍ୟପି ଏହା କେବଳ ଦକ୍ଷିଣ-ଭାରତରେ ଲୋକପ୍ରିୟ ଥିଲା , [2] କିନ୍ତୁ ଏବେ ଦେଶର ଅନ୍ୟ ସମସ୍ତ ଅଞ୍ଚଳରେ ମିଳୁଛି ,[3]ଏବଂ ବିଦେଶରେ ମଧ୍ୟ କେତେକ ସ୍ଥାନରେ ମିଳିଥାଏ ।[4][5] ଦକ୍ଷିଣ-ଭାରତରେ, ମସଲା ଦୋସାର ପ୍ରସ୍ତୁତି ପ୍ରତ୍ୟେକ ସହରରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ।[6]
ମୂଳ ସ୍ଥାନ | ଉଡୁପି, କର୍ଣ୍ଣାଟକ |
---|---|
ଅଞ୍ଚଳ ବା ରାଜ୍ୟ | ଭାରତ |
ମୁଖ୍ୟ ଉପାଦାନ | ଚାଉଳ ବଟା, ଆଳୁ |
ପ୍ରକାର ଭେଦ | ମୈସୁର ମସଲା ଦୋସା, ପିଆଜ ମସଲା ଦୋସା, ପେପର ମସଲା ଦୋସା |
|
ମସଲା ଦୋସା ଏକ ରୋଲ ସଦୃଶ ଦେଖାଯାଇଥାଏ । ଚାଉଳ ଏବଂ ଡ଼ାଲିକୁ ରାତିସାରା ବତୁରା ଯାଇ ପରେ ଗ୍ରାଇଣ୍ଡିଂ କରାଯାଇଥାଏ । ବଟା ଯାଇଥିବା ଚାଉଳରେ କିଛି ଲୁଣ ଏବଂ ପାଣି ମିଶାଇ ଏକ ଆଣ ପ୍ରସ୍ତୁତ କରାଯାଏ । ପରେ ଏହାକୁ ଚକୁଳି ପିଠା ସଦୃଶ୍ୟ ଖୁବ ପତଳା ଏବଂ ବଡ଼ ଆକାରରେ ତାୱାରେ ପ୍ରସ୍ତୁତ ହୁଏ । ସେହି ପ୍ରସ୍ତୁତ ପିଠା ମଝିରେ ଭର୍ତ୍ତି କରିବା ପାଇଁ ସିଝା ଆଳୁର ଏକ ଷ୍ଟଫିଙ୍ଗ ତିଆରି କରାଯାଏ । ପରେ ସେଥିରେ ନଡିଆ କୋରା, ଗାଜର, ବିଟ, କାକୁଡି, ପିଆଜ ଏବଂ ବାଦାମ ପକେଇ ଗର୍ନିସିଂ କରାଯାଇଥାଏ ।[7]
ମୈସୁର ମସଲା ଦୋସାରେ ଲାଲ ଲଙ୍କା, ପିଆଜ ଏବଂ ରସୁଣରୁ ଲାଲ ଚଟଣି ତିଆରି କରାଯାଏ, ଯାହାକୁ ଦୋସା ମଝିରେ ଆଳୁର ଷ୍ଟଫିଙ୍ଗ ଦେବା ଆଗରୁ ପ୍ରଥମେ ଲଗାଯାଇଥାଏ ।
ବିଶିଷ୍ଟ ରୂପେ ଚାଉଳ, ଡ଼ାଲି, ଆଳୁ, ପିଆଜ, ହଳଦୀ, ଲୁଣ, ଲଙ୍କା, ବନସ୍ପତି ତେଲ ଇତ୍ୟାଦି ସାମିଲ ଥାଏ ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.