ମଳଦ୍ୱାର ଫିସ୍ଟୁଲା ବା ଭଗନ୍ଦର ରୋଗରେ ମଳନଳୀ ସହ ମଳଦ୍ୱାର ପାଖ ଚର୍ମ ଏକ ନଳୀ ମାଧ୍ୟମରେ ସଂଯୁକ୍ତ ହୋଇଯାଏ ଓ ଏ From Wikipedia, the free encyclopedia
ମଳଦ୍ୱାର ଫିଷ୍ଟୁଲା ବା ଭଗନ୍ଦର ରୋଗରେ ମଳନଳୀ ସହ ମଳଦ୍ୱାର ପାଖ ଚର୍ମ ଏକ ନଳୀ ମାଧ୍ୟମରେ ସଂଯୁକ୍ତ ହୋଇଯାଏ ଓ ଏହା ଏକ ଦୀର୍ଘକାଳୀନ ବ୍ୟାଧି । [1] [3] ଏହାର ଲକ୍ଷଣଗୁଡ଼ିକ ଏହି ରୋଗ ହେଲେ ମଳାଶୟ ଯନ୍ତ୍ରଣା ଓ ପୂଜ ନିଷ୍କାସନ ହୁଏ । | [1] ଏହି ରୋଗ ଜଟିଳ ହେଲେ ପୁନର୍ବାର ଫିଷ୍ଟୁଲା, ବା ମଳପଥ ସ୍ଟେନୋସିସ ହୋଇପାରେ । ରୋଗ ଜଟିଳ ହେଲେ ମଳପଥ ସଂକୋଚନ, ଅସଞ୍ଜତ ମଳତ୍ୟାଗ ଏବଂ ଫିଷ୍ଟୁଲାର ପୁନରାବୃତ୍ତି ଅନ୍ତର୍ଭୁକ୍ତ ହୋଇପାରେ | [2]
Anal fistula | |
---|---|
Anal fistulae, fistula-in-ano, anorectal fistula | |
ବିଭାଗ | General surgery |
ଲକ୍ଷଣ | Pain, drainage of pus.[1] |
ଆକ୍ରାନ୍ତ ସମୟ | 20s to 40s[2] |
ଅବଧି | Long standing[3] |
କାରଣ | Anal abscess[2] |
ବିପଦ କାରକ | Obesity, diabetes, smoking, high blood lipids, lack of exercise[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination under anesthesia, medical imaging[2] |
ସଠିକ ରୋଗ ନିର୍ଣ୍ଣୟ | Anal carcinoma, anal fissure, hemorrhoids, perianal abscess, diverticulitis, hidradenitis suppurativa, pilonidal cyst[2][4] |
ଚିକିତ୍ସା | Surgery[2] |
ପୁନଃପୌନିକ | 12 per 100,000 (males)[2] 6 per 100,000 (females)[2] |
ସବୁଠାରୁ ସାଧାରଣ କାରଣ ହେଉଛି ଏକ ପୂର୍ବତନ ଆନାଲ ଆବସେସ ବା ପୁଞ୍ଜିତ ପୂଜ ଯାହା ଆରୋଗ୍ୟ ହୋଇନଥାଏ | [2] କ୍ରନ୍ ରୋଗ, ବିକିରଣ ଚିକିତ୍ସା, ମେଦବହୁଳତା, ମଧୁମେହ, ଧୂମପାନ, ଅଧିକ ରକ୍ତ ଲିପିଡ ସ୍ତର ଏବଂ ବ୍ୟାୟାମର ଅଭାବ ଯୋଗୁ ଏହି ସଙ୍କଟ ଆସିପାରେ । [2] ଏହା ସାଧାରଣତଃ ମଳାଶୟ ଗ୍ରନ୍ଥିରୁ ଆରମ୍ଭ ହୁଏ ଯାହା ଆଭ୍ୟନ୍ତରୀଣ ଓ ବାହ୍ୟ ସ୍ଫିଙ୍କଟର ମଧ୍ୟରେ ଥାଏ ଓ ଆନାଲ୍ କେନାଲରେ ନିଷ୍କାସିତ ହୁଏ | [4] ଯଦି ଗୋଟିଏ ଟ୍ରାକ୍ଟ ଅଛି, ୩୦%ରୁ କମ୍ ବାହ୍ୟ ସ୍ଫିଙ୍କଟର ଜଡ଼ିତ ଅଛି, କୌଣସି ଅନ୍ତର୍ନିହିତ କାରଣ ନାହିଁ ତାହାକୁ ସାଧାରଣ କୁହାଯାଏ ଅନ୍ୟଥା ଏହାକୁ ଜଟିଳ ଶ୍ରେଣୀଭୁକ୍ତ କରାଯାଏ | [2] ନିଶ୍ଚେତକ ଦେଇ ପରୀକ୍ଷା କରାଯାଏ ଓ ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [2]
ସାଧାରଣତଃ ଅନେକ ଉପାୟରେ ଏହାର ଶଲ୍ୟ ଚିକିତ୍ସା କରାଯାଏ | [2] ଆଣ୍ଟିବାୟୋଟିକ୍ ସାଧାରଣତଃ ଆବଶ୍ୟକ ହୁଏ ନାହିଁ | [2] କ୍ରନ୍ ରୋଗ ସହିତ ଜଡ଼ିତ ବ୍ୟକ୍ତିମାନଙ୍କର ଆଣ୍ଟିବାୟୋଟିକ ଅତି କମରେ ଆରମ୍ଭରୁ ଆବଶ୍ୟକ ହୋଇପାରେ | [2] ୧୦୦,୦୦୦ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୧୨ ଜଣ ଏବଂ ୧୦୦,୦୦୦ ମହିଳାଙ୍କ ମଧ୍ୟରୁ ୬ ଜଣ ପ୍ରଭାବିତ ହୁଅନ୍ତି। [2] ସାଧାରଣତଃ ୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ । [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.