ଭାରତୀୟ ଲିପି ଉଦ୍ଭାବକ From Wikipedia, the free encyclopedia
ମଙ୍ଗେଇ ଗମାଙ୍ଗ (୧୬ ଜୁନ ୧୯୧୬–୧୯ ଜୁଲାଇ ୧୯୮୦) ଜଣେ ଭାରତୀୟ ଲିପିବିତ୍ ତଥା କବି ଓ ଆୟୁର୍ବେଦିକ ଚିକିତ୍ସକ ଥିଲେ । ସେ ସଉରା ଲିପି "ସୋରାଙ୍ଗ ସୋମପେଙ୍ଗ" ଉଦ୍ଭାବନ କରିବା ପାଇଁ ଜଣାଶୁଣା ।[1][2][3][4][5] ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲେ ।[6]
ମଙ୍ଗେଇ ଗମାଙ୍ଗ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ମରିଚଗୁଡ଼ା ଗ୍ରାମରେ ୧୯୧୬ ଜୁନ୍ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[7] ୧୯୮୦ ଜୁଲାଇ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[6]
ସଉରା ଲିପି ଉଦ୍ଭାବନ ପାଇଁ ମରିଚଗୁଡା ଗ୍ରାମ ସନ୍ନିକଟ ପାହାଡରେ ଥିବା ମାତ୍ତାରବ୍ନମ୍ ମନ୍ଦିର ଥିଲା ତାଙ୍କର କର୍ମଭୂମି । ଲୋକକଥା ଅନୁସାରେ ସେ ସ୍ୱପ୍ନରେ ସଉରା ଲିପି ସୋରାଙ୍ଗ ସୋମପେଙ୍ଗ[8] ୧୯୩୬ ଜୁନ ୧୮ରେ ଦେଖିଲେ ।[9][10] ଏହାପରେ ୧୯୬୬ ମସିହାରେ ସେ ଲିପିଟିର ବିକାଶ କରି ତାହାକୁ ପ୍ରକାଶ କରିଥିଲେ ।[11][12] । ଏହାର ପ୍ରଚାର ଓ ପ୍ରସାର ନିମିତ୍ତ ଗୁଣୁପୁର ନିକଟବର୍ତ୍ତୀ ପୂଠସାହିରେ ସେ ଏକ ଛାପାଖାନା ମଧ୍ୟ ପ୍ରତିଷ୍ଠା କରିଥିଲେ[13][14] ୨୦୨୦ରେ ସୋନି ସଲମା ପ୍ରିୟଦର୍ଶିନି ନାମ୍ନୀ ଜଣେ ଆଇ. ଆଇ. ଟି. ଛାତ୍ରୀ ସୋରାଙ୍ଗ ସୋମପେଙ୍ଗର ଡିଜିଟାଇଜେସନ କରିବାଦ୍ୱାରା କମ୍ପ୍ୟୁଟରରେ ଲିପି ବ୍ୟବହାର ସୁଗମ ହୋଇପାରିବ ବୋଲି ଆଶା କରାଯାଉଛି ।[15]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.