ରେଳ ଷ୍ଟେସନ From Wikipedia, the free encyclopedia
ଭୁବନେଶ୍ୱର ରେଳ ଷ୍ଟେସନ, ଭାରତୀୟ ରାଜ୍ୟ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ । ଭୁବନେଶ୍ୱର ପୂର୍ବତଟ ରେଳବାଇର ମୁଖ୍ୟଳୟ ମଧ୍ୟ ।
ଭୁବନେଶ୍ୱର Indian Railway Station | |
---|---|
Station statistics | |
Address | ମାଷ୍ଟର କାଣ୍ଟିନ, ଭୁବନେଶ୍ୱର, ଓଡ଼ିଶା ଭାରତ |
Coordinates | 20°15′56″N 85°50′35″E |
Elevation | 33.22 metres (109.0 ft) |
Lines | Howrah-Chennai main line, Kharagpur-Puri line |
Structure | Standard (on ground station) |
Platforms | 6[ଆଧାର ଲୋଡ଼ା] |
Tracks | 8 Broad gauge |
Parking | Available |
Other information | |
Opened | 1896[ଆଧାର ଲୋଡ଼ା] |
Electrified | ୨୦୦୧ରୁ |
Accessible | ଛାଞ୍ଚ:Access icon |
Code | BBS |
Zone(s) | ପୂର୍ବତଟ ରେଳ ବିଭାଗ |
Division(s) | Khurda Road |
Operator | ଭାରତୀୟ ରେଳ |
୧୮୯୩ରୁ ୧୮୯୬ ମଧ୍ୟରେ ପୂର୍ବତଟ ରାଜ୍ୟ ରେଳବାଇର ୮୦୦ ମାଇଲ ରେଳପଥ ତିଆରି ହୋଇ କାର୍ଯ୍ୟକ୍ଷମ ହେଲା । ଏଥିପାଇଁ ବ୍ରାହ୍ମଣୀ, ବୈତରଣୀ, କାଠଯୋଡ଼ି ଓ ବିରୂପା ଆଦି ନଦୀ ଉପରେ ଦୀର୍ଘ ପୋଲ ନିର୍ମିତ ହେଲା । ୨୦୦୩ରେ ପୂର୍ବତଟ ରେଳବାଇର ଗଠନ ହେଲା । ଭୁବନେଶ୍ୱରରୁ ଖୋର୍ଦ୍ଧା ରୋଡ଼ ଲାଇନର ବିଦ୍ୟୁତିକରଣ ୨୦୦୧-୨ରେ ହେଇଥିବା ବେଳେ ଭୁବନେଶ୍ୱର-ବାରଙ୍ଗ ସେକ୍ସନ ୨୦୦୨-୦୩ରେ ହେଇଥିଲା ।[1]
ଭୁବନେଶ୍ୱର ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ରେଳ-ଟେଲ ତରଫରୁ wi-fi ସେବା ଯୋଗାଇ ଦିଅ ଯାଇଛି । ଏହି ସେବାଦ୍ୱାରା ଦୈନିକ ୧.୪ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆକଳନ କରା ଯାଇଛି ।[2]
ଭୁବନେଶ୍ୱର ସହର ପରିସୀମା ଭିତରେ ସମୁଦାୟ ୬ଟି ଷ୍ଟେସନ ବର୍ତ୍ତମାନ ଥିବାବେଳେ ଆଉ ଏକ ଷ୍ଟେସନର ନିର୍ମାଣ ଚାଲିଛି ।
ଷ୍ଟେସନ ନାମ | ଷ୍ଟେସନ କୋଡ଼ | ପ୍ଲାଟଫର୍ମ |
---|---|---|
ଭୁବନେଶ୍ୱର ଷ୍ଟେସନ | BBS | 6 |
ମଞ୍ଚେଶ୍ୱର | MCS | 4 |
ଲିଙ୍ଗରାଜ ମନ୍ଦିର ରୋଡ଼ ରେଳଷ୍ଟେସନ | LGTR | 2 |
ବାଣୀ ବିହାର | BNBH | 2 |
ପଟିଆ | PTBA | 2 |
Sarkantra | SRKT | 2 |
ଭୁବନେଶ୍ୱର ଷ୍ଟେସନରେ ଭିଡ କମାଇବାକୁ ମଞ୍ଚେଶ୍ୱର ଓ ବାରଙ୍ଗ ମଝିରେ ନୂଆ ଭୁବନେଶ୍ୱର ନାମରେ ଏକ ଷ୍ଟେସନର ନିର୍ମାଣ କାର୍ଯ୍ୟ ଚାଲିଛି ।[3] ତାହା ଭୁବନେଶ୍ୱରର ଉତ୍ତର ଦିଗରେ ଅବସ୍ଥିତ । [4]
ଭାରତୀୟ ରେଳବାଇର[5]ର ସମସ୍ତ ଷ୍ଟେସନ ମଧ୍ୟରେ ସର୍ବାଧିକ ବୁକିଙ୍ଗ ହଉଥିବା ଷ୍ଟେସନ ତାଲିକାରେ ଭୁବନେଶ୍ୱରର ସ୍ଥାନ ରହିଛି । ସମୁଦାୟ ୧୭୩ଟି ଟ୍ରେନର ରହଣି ଏହି ଷ୍ଟେସନରେ ହେଇଥାଏ । ମୂଳ ଷ୍ଟେସନ ହିସାବରେ ଏଠାରୁ ୩୪ [6]ଟି ଟ୍ରେନ ଚାଲିଥାଏ । ଦୈନିକ ୧.୫ ଲକ୍ଷରୁ ଅଧିକ ଯାତ୍ରୀ ଏହି ଷ୍ଟେସନ ଦେଇ ଯାତାୟତ କରିଥାଆନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.