ଭାରତୀୟ ସଶସ୍ତ୍ର ସେନା
From Wikipedia, the free encyclopedia
ଭାରତ ସରକାର ଭାରତ ତଥା ଏହାର ପ୍ରତ୍ୟେକ ଭାଗର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଉତ୍ତରଦାୟୀ ଅଟନ୍ତି । ଭାରତୀୟ ଶସ୍ତ୍ର ସେନାମାନଙ୍କ ସର୍ବୋଚ୍ଚ କମାଣ୍ଡ ଭାରତର ରାଷ୍ଟ୍ରପତିଙ୍କ ପାଖେ ଅଛନ୍ତି । ରାଷ୍ଟ୍ରର ରକ୍ଷା କରିବାର ଦାଇତ୍ୱ ମନ୍ତ୍ରୀମଣ୍ଡଳ ମାନଙ୍କ ପାଖେ ରହିଥାଏ । ଏହାର ନିର୍ବାହନ ରକ୍ଷା ମନ୍ତ୍ରାଳୟଙ୍କ ପାଖେ କରାଯାଏ, ଯିଏ ସଶସ୍ତ୍ରମାନଙ୍କୁ ଦେଶର ରକ୍ଷା ସମ୍ବନ୍ଧରେ ତାଙ୍କର ଦାଇତ୍ୱ ନିର୍ବାହନ କରିବା ପାଇଁ ନୀତିଗତ ରୂପରେଖ ଏବଂ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥାଏ । ଭାରତୀୟ ଶସ୍ତ୍ର ସେନାରେ ତିନୋଟି ପ୍ରଭାଗ ରହିଛି - ଭାରତୀୟ ଜଳସେନା, ଭାରତୀୟ ସ୍ଥଳସେନା, ଭାରତୀୟ ବାୟୁସେନା ଏବଂ ଏହାର ଅତିରିକ୍ତ, ଭାରତୀୟ ସଶସ୍ତ୍ର ବଳ, ଭାରତୀୟ ତଟରକ୍ଷକ ବଳ ଏବଂ ଅର୍ଧସୈନିକ ସଂଗଠନ (ଅସମ ରାଇଫଲ୍ସ ଏବଂ ସ୍ପେଶାଲ ଫ୍ରଣ୍ଟିୟର ଫୋର୍ସ) ଏବଂ ବିଭିନ୍ନ ଅନ୍ତର ସେବା ଆଦେଶ ଓ ସଂସ୍ଥାନରେ ଏହି ପ୍ରକାରର ସାମରିକ ବଳ କମାଣ୍ଡ ଆଣ୍ଡାମାନ-ନିକୋବର କମାଣ୍ଡ ଏବଂ ସମନ୍ୱିତ ରୂପରେ ଦିଫେନ୍ସ ଷ୍ଟାଫ ସମର୍ଥନ କରୁଛନ୍ତି । ଭାରତର ରାଷ୍ଟ୍ରପତି ଭାରତୀୟ ସଶସ୍ତ୍ର ମାନଙ୍କ ସର୍ବୋଚ୍ଚ କମାଣ୍ଡର ଅଟନ୍ତି । ୧୪ଲକ୍ଷରୁ ଅଧିକ ସକ୍ରିୟ କର୍ମୀମାନଙ୍କ ବଳ ସହିତ, ଏହା ଦୁନିଆର ସବୁଠାରୁ ବଡ଼ ତିନୋଟି ସୈନ୍ୟ ବଳ ଅଟେ ଏବଂ ଦୁନିଆର ସବୁଠାରୁ ବଡ଼ ସ୍ୱୟଂ ସେବକ ସେନା ଅଟେ । ଅନ୍ୟ ବହୁ ସ୍ୱତନ୍ତ୍ର ଏବଂ ଆନୁସଙ୍ଗିକ ସେନା ସେବକ - ଭାରତୀୟ ସୀମା ସୁରକ୍ଷା ବଳ, ଅସମ ରାଇଫଲ୍ସ, ରାଷ୍ଟ୍ରୀୟ ରାଇଫଲ୍ସ, ଭାରତୀୟ ତିବତ୍ତ ସୀମା ପୋଲିସ ଇତ୍ୟାଦି ।
ଭାରତୀୟ ସେନାମାନଙ୍କ ପ୍ରମୁଖ କମାଣ୍ଡର "ଭାରତର ରାଷ୍ଟ୍ରପତି" ଶ୍ରୀ ପ୍ରଣବ ମୁଖାର୍ଜୀ ଅଟନ୍ତି । ସେ ଦୁନିଆର ସବୁଠାରୁ ବଡ଼ ଏବଂ ପ୍ରମୁଖ ସେନା ମାନଙ୍କ ମଧ୍ୟରୁ ଜଣେ । ସଂଖ୍ୟା ଦୃଷ୍ଟିରେ "ଭାରତୀୟ ସ୍ଥଳ ସେନା"ର ଯବାନ ମାନଙ୍କ ସଂଖ୍ୟା ଦୁନିଆରେ ଚୀନ ପରେ ସବୁଠାରୁ ଅଧିକ ଅଟେ । ଯେବେଠାରୁ ଭାରତୀୟ ସେନା ମାନଙ୍କ ଗଠନ ହୋଇଛି, ଭାରତ ଦୁଇ ବିଶ୍ୱଯୁଦ୍ଧରେ ଭାଗ ନେଇଛି । ଭାରତର ଆଜାଦି ପରେ ଭାରତୀୟ ସେନା ପାକିସ୍ତାନ ବିପକ୍ଷରେ ତିନୋଟି ଯୁଦ୍ଧ ଜିତିଛନ୍ତି (୧୯୪୮, ୧୯୬୫, ତଥା ୧୯୭୧) ତଥା ଚୀନଠାରୁ ୧୯୬୨ ମସିହାରେ ଗୋଟିଏ ଥର ହାରିଥିଲେ । ୧୯୯୯ ମସିହାରେ ଏହା ଛଡା ଏକ ଛୋଟ ଯୁଦ୍ଧ (କାର୍ଗିଲ ଯୁଦ୍ଧ) ପାକିସ୍ତାନ ସହିତ ଆଉଥରେ ଲଢାଗଲା , ଯାହାପରେ ପାକିସ୍ତାନରେ "ନବାଜ ଶରୀଫ"ର ନାମ ଓଲଟି ଯାଇ "ପରବେଜ ମୁଶରଫ" ସତ୍ତାସିନ ହୋଇଥିଲା ।
ଭାରତୀୟ ସେନା "ପରମାଣୁ ଅସ୍ତ୍ର"ରୁ ବଡ଼ ଅଟନ୍ତି ଏବଂ ସେମାନଙ୍କ ପାଖେ ଉଚିତ ମିସାଇଲ ଟେକନିକ ମଧ୍ୟ ଉପଲବ୍ଧ ରହିଛି ।
ଭାରତୀୟ ସେନାଙ୍କ ତରଫରୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ "ପରମବୀର ଚକ୍ର" ଅଟେ ।