ଭାରତର ପ୍ରଧାନ ଆଇନ From Wikipedia, the free encyclopedia
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି ।[1][2] ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।[3][4][5]
ଭାରତୀୟ ସମ୍ବିଧାନ | |
---|---|
ବିସ୍ତାର | ଭାରତ |
ଗୃହୀତ | ୨୬ ନଭେମ୍ବର ୧୯୪୯; ୭୧ ବର୍ଷ ପୂର୍ବେ |
ପ୍ରଣୟିତ | ୨୬ ଜାନୁଆରୀ ୧୯୫୦; ୭୧ ବର୍ଷ ପୂର୍ବେ |
ସଂରଚନା | ସଂଘୀୟ ସଂସଦୀୟ ସାମ୍ବିଧାନିକ ସାଧାରଣତନ୍ତ୍ର |
ଶାଖା | ତିନି (ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ଯାୟପାଳିକା) |
ଗୃହ | ଦ୍ୱିସଦନୀୟ (ରାଜ୍ଯସଭା, ଲୋକ ସଭା) |
କାର୍ଯ୍ୟପାଳିକା | ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କ୍ଯାବିନେଟ ଯାହା ସଂସଦର ନିମ୍ନ ସଦନ ପାଖରେ ଉତ୍ତରଦାୟୀ |
ନ୍ଯାୟପାଳିକା | ଭାରତର ସର୍ବୋଚ୍ଚ ନ୍ଯାୟାଳୟ, ରାଜ୍ଯମାନଙ୍କର ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ନ୍ଯାୟାଳୟ |
ସଂଘୀୟ ବ୍ଯବସ୍ଥା | ସଂଘୀୟ |
ନିର୍ବାଚନ ମଣ୍ଡଳ | ହଁ, କେବଳ ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ |
Entrenchments | ୨ |
ସଂଶୋଧନ | ୧୦୬ |
ଅନ୍ତିମ ସଂଶୋଧନ | ୨୫ ଜାନୁଆରୀ ୨୦୨୦ (୧୦୪) |
କମିଶନକର୍ତ୍ତା | commissioned_by |
ଲେଖକ(ବୃନ୍ଦ) | ଲେଖକ |
ଦସ୍ତଖତକାରୀ | ସମ୍ବିଧାନ ସଭାର ୨୮୪ ଜଣ ସଦସ୍ଯ |
ଅଧିକ୍ରମଣ କରିଲା | ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ ୧୯୩୫, ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ଆକ୍ଟ ୧୯୪୭ |
ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ) । ଏହା ଲୋକଙ୍କଦ୍ୱାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।[6]
୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତର ସମ୍ବିଧାନ ସଭାଦ୍ୱାରା ଏହି ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣୟନ କରାଗଲା ।[7] ଭାରତର ସମ୍ବିଧାନ, ଭାରତୀୟ ପ୍ରଶାସନ ଅଧିନିୟମ ୧୯୩୫କୁ ଦେଶର ମୂଳ ପ୍ରଶାସନିକ ଅଧିନିୟମ ରୂପେ ପ୍ରତିସ୍ଥାପିତ କଲା ଏବଂ ଏହାସହିତ ଭାରତୀୟ ଅଧିରାଜ୍ଯ, ଭାରତୀୟ ଗଣରାଜ୍ୟରେ ପରିଣତ ହେଲା । ଭାରତ ଏହାର ସମ୍ବିଧାନକୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରେ ।[8]
ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ[9] ତଥା ଗଣତାନ୍ତ୍ରିକ ସାଧାରଣତନ୍ତ୍ର ହେବ ବୋଲି ଉଦ୍ଘୋଷଣା କରିଅଛି । ତତ୍ସହିତ ଏହା ସମସ୍ତ ନାଗରିକଙ୍କୁ ନ୍ଯାୟ, ସମାନତା ଏବଂ ସ୍ୱତନ୍ତ୍ରତା ପ୍ରଦାନ କରିଅଛି ଏବଂ ତାଙ୍କ ମଧ୍ଯରେ ଭ୍ରାତୃଭାବ[10] ସ୍ଥାପନ ଉତ୍ସାହିତ କରୁଅଛି । ୧୯୫୦ର ମୂଳ ସମ୍ବିଧାନଟିକୁ ଏକ ହିଲିଅମ ପୂର୍ଣ୍ଣ କାଚବାକ୍ସରେ ନୂଆଦିଲ୍ଲୀଠାରେ ସୁରକ୍ଷିତ ରଖାଯାଇଅଛି । "ପନ୍ଥ-ନିରପେକ୍ଷ" ତଥା "ସମାଜବାଦୀ" ଶବ୍ଦ ଦୁଇଟିକୁ ୧୯୭୬ ମସିହାରେ ଆପାତକାଳ ସମୟରେ ପ୍ରସ୍ତାବନାରେ ଯୋଡାଯାଇଥିଲା ।[11]
୧୯୨୮ ମସିହାରେ, ଲକ୍ଷ୍ନୌଠାରେ ସର୍ବଦଳୀୟବୈଠକର ଏକ କମିଟି ଅନୁଷ୍ଠିତ ହେଲା, ଯେଉଁଠାରେ ଭାରତ ପାଇଁ ଏକ ସମ୍ବିଧାନ ନିର୍ମାଣର ଆହ୍ୱାନ ଦିଆଗଲା । ଏଥିରେ ପାରିତ ଚିଠାଟି ନେହେରୁ ରିପୋର୍ଟ ନାମେ କ୍ଷାତ ।
୧୮୫୭ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ, ଔପନିବେଶିକ ଭାରତର ଏକ ବୃହତ ଭାଗ ଇଂରେଜ ଶାସନାଧିନ ଥିଲା । ୧୯୪୭ ମସିହାରେ ଭାରତର ସ୍ୱାଧୀନତା ପରେ ମଧ୍ୟ ଏହା ତିନି ବର୍ଷ ପାଇଁ ବ୍ରିଟେନର ଏକ ଅଧିରାଜ୍ଯ ହୋଇ ରହିଥିଲା । ଏକ ସମ୍ବିଧାନ ବା ରାଷ୍ଟ୍ରୀୟ ନିୟମର ଅଭାବ ହେତୁ ବ୍ରିଟିଶ ସଂସଦଦ୍ୱାରା ପୂର୍ବ ପାରିତ ସମସ୍ତ ଅଧିନିୟମ ଭାରତରେ କାର୍ଯ୍ୟକାରି ରହିଲା । ତେଣୁକରି ଏହି ସମ୍ବିଧାନ ପ୍ରଣୟନ ସହ ପୂର୍ବର ସମସ୍ତ ଅଧିନିୟମ ବିଶେଷକରି, ଭାରତୀୟ ସ୍ୱାଧୀନତା ଅଧିନିୟମ, ୧୯୪୭ ଓ ଭାରତୀୟ ପ୍ରଶାସନ ଅଧିନିୟମ, ୧୯୩୫ ଆଦିର ରଦ୍ଦ କରିଦିଆଗଲା । ସେହିଦିନଠାରୁ ଭାରତ ଅଧିରାଜ୍ଯ ନ ରହି ଏକ ସ୍ୱୟଂସମ୍ପୂର୍ଣ୍ଣ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ରରେ ପରିଣତ ହେଲା । ୧୯୪୯ ମସିହା ନଭେମ୍ବର ତା୨୬ରିଖ ଦିନଠାରୁ ସମ୍ବିଧାନ ଧାରା ୫, ୬, ୭, ୮, ୯, ୬୦, ୩୨୪, ୩୬୬, ୩୬୭, ୩୭୯, ୩୮୦, ୩୮୮, ୩୯୧, ୩୯୩ ଓ ୩୯୪ ଆଦିର ପ୍ରଣୟନ କରାଯାଇସାରିଥିଲା । ଅବଶିଷ୍ଟ ଧାରା ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନଠାରୁ ପ୍ରଣୟିତ କରାଗଲା ।
ସମ୍ବିଧାନର ନିର୍ମାଣରେ ପୂର୍ବ ପ୍ରଣୟିତ ସମସ୍ତ ଅଧିନିୟମର ସହାୟତା ନିଆଯାଇଥିଲା । ଭାରତର ତତ୍କାଳୀନ ଆବଶ୍ୟକତାକୁ ନଜରରେ ରଖି, ସମ୍ବିଧାନ ସଂରଚକମାନେ ଭାରତୀୟ ପ୍ରଶାସନ ଅଧିନିୟମ, ୧୮୫୮, ଭାରତୀୟ ପରିଷଦ ଅଧିନିୟମ, ୧୮୬୧, ୧୮୯୨ ଓ ୧୯୦୯, ଭାରତୀୟ ପ୍ରଶାସନ ଅଧିନିୟମ, ୧୯୧୯ ଓ ୧୯୩୫ ଏବଂ ଭାରତୀୟ ସ୍ୱାଧୀନତା ଅଧିନିୟମ, ୧୯୪୭ ଆଦିର ଅନେକ ଧାରାର ଉଦ୍ଧାର କରି ସମ୍ବିଧାନରେ ସ୍ଥାନ ଦେଲେ । ୧୯୪୭ର ସ୍ୱାଧୀନତା ଅଧିନିୟମ ଯାହା ଭାରତ ଓ ପାକିସ୍ତାନର ସ୍ଥାପନ କଲା, ତତ୍କାଳୀନ ସମ୍ବିଧାନ ସଭାକୁ ମଧ୍ଯ ଦୁଇଭାଗ କରିଦେଲା । ପ୍ରତ୍ଯେକ ସମ୍ବିଧାନ ସବା ନିଜ ଦେଶପାଇଁ ସମ୍ବିଧାନ ପ୍ରଣୟନ ନିମନ୍ତେ ସ୍ୱତନ୍ତ୍ର ଥିଲା ।
ସମ୍ବିଧାନ ସଭାଦ୍ୱାରା ଭାରତୀୟ ସମ୍ବିଧାନର ରଚନା କରାଯାଇଥିଲା । ଏହାର ସଦସ୍ଯଗଣ ପ୍ରାନ୍ତୀୟ ବିଧାୟିକାର ସଦସ୍ଯମାନଙ୍କଦ୍ୱାରା ନିର୍ବାଚିତ ହୋଇଥିଲେ ।[12] ଏହାର ସଦସ୍ଯ ସଂଖ୍ଯା ୩୮୯ (ଦେଶର ବିଭାଜନ ପରେ ୨୯୯କୁ ହ୍ରାସ ପାଇଥିଲା) ଥିଲା । ଦୀର୍ଘ ତିନିବର୍ଷ କାଳ ବ୍ଯାପ୍ତ, ୧୬୫ ଦିନରେ ୧୧ଟି ଅଧିବେଶନ ସହ ଏହା ଭାରତୀୟ ସମ୍ବିଧାନର ରୂପରେଖ ସ୍ଥିରକୃତ କଲା ।[13][14]
ଡ. ଭୀ. ରା. ଆମ୍ବେଦକର ଜଣେ ବିଜ୍ଞ ସାମ୍ବିଧାନିକ ବୁଦ୍ଧିଜୀବୀ ଥିଲେ । ସେ ପ୍ରାୟ ୬୦ଟି ଦେଶର ସମ୍ବିଧାନ ଅଧ୍ଯୟନ କରିଥିଲେ । ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ଜନକ ବୋଲି ଗ୍ରହଣ କରାଯାଇଛି ।[15][16] ସମ୍ବିଧାନ ସଭାରେ ଚିଠା ପ୍ରସ୍ତୁତକାରୀ କମିଟିର ଏକ ସଦସ୍ଯ, ତି. ଥି. କ୍ରିଷ୍ଣାମଚାରୀ କହିଥିଲେ:
"ମାନନୀୟ ସଭାପତି ମହୋଦୟ, ଏହି ଗୃହରେ ଡ. ଆମ୍ବେଦକରଙ୍କ ସମ୍ଭାଷଣ ଭଲଭାବରେ ଶୁଣିଥିବା ଲୋକଙ୍କ ମଧ୍ଯରୁ ମୁଁ ଜଣେ । ଏହି ସମ୍ବିଧାନର ନିର୍ମାଣ ପାଇଁ ସେ ଯେଉଁ ଉତ୍ସାହ ଓ ଉଦ୍ଦୀପନା ଦେଖାଇଛନ୍ତି ଏବଂ ଯେଉଁ ପରିମାଣର କଠିନ କାର୍ଯ୍ୟ କରିଛନ୍ତି ତାହା ବିଷୟରେ ମୁଁ ଅବଗତ ଅଟେ । ତା ସହିତ, ମୁଁ ଅନୁଭବ କରୁଛି ଯେ ସମ୍ବିଧାନ ନିର୍ମାଣ ପାଇଁ, ଯେଉଁ ପରିମାଣର ଧ୍ଯାନ ଆବଶ୍ୟକ, ଯାହା ଏବେକାର ସମୟରେ ନିତାନ୍ତ ଜରୁରୀ ଅଟେ, ତାହା ଚିଠା ପ୍ରସ୍ତୁତକାରୀ କମିଟିଦ୍ୱାରା ଏ ପର୍ଯ୍ୟନ୍ତ ଦିଆଯାଇ ନାହିଁ । ଏହି ସଦନଟି ବୋଧହୁଏ ଜାଣିଥିବ ଯେ ଆପଣଙ୍କଦ୍ୱାରା ମନୋନୀତ ସାତ ଜଣ ସଦସ୍ଯଙ୍କ ମଧ୍ଯରୁ ଜଣେ ଇସ୍ତଫା ଦେଇଛନ୍ତି ଏବଂ ବିସ୍ଥାପିତ ହୋଇସାରିଛନ୍ତି । ଜଣେ ମରିଯାଇଛନ୍ତି ଏବଂ ତାଙ୍କ ସ୍ଥାନ କେହି ଭରି ନାହାଁନ୍ତି । ଜଣେ ଆମେରିକାରେ ଅଛନ୍ତି ଓ ତାଙ୍କର ସ୍ଥାନ ମଧ୍ଯ ରିକ୍ତ ଅଛି । ଅନ୍ୟ ଜଣେ ସଦସ୍ଯ ପ୍ରଶାସନିକ କାର୍ଯ୍ୟରେ ବ୍ଯସ୍ତ ଅଛନ୍ତି । ଜଣେ ବା ଦୁଇ ଜଣ ସଦସ୍ଯ ଦିଲ୍ଲୀଠାରୁ ଦୂରରେ ଅଛନ୍ତି ଏବଂ ତାଙ୍କର ସ୍ୱାସ୍ଥ୍ୟ ତାଙ୍କୁ ଯୋଗଦେବା ପାଇଁ ଅନୁମତି ଦେଇନି । ଅନ୍ତତଃ ସମ୍ବିଧାନ ଚିଠା ପ୍ରସ୍ତୁତ ପାଇଁ ସମସ୍ତ ଦାୟିତ୍ୱ ଡ. ଆମ୍ବେଦକରଙ୍କ ଉପରେ ପଡିଅଛି । ଏହି ଅସମ୍ଭବ ବା ଦୁଃସାଧ୍ୟ କାର୍ଯ୍ୟକୁ ପୂରଣ କରିପାରିଥିବା ଯୋଗୁଁ ନିଃସନ୍ଦେହ ଆମେ ତାଙ୍କଠାରେ ଚିରଋଣୀ ହୋଇ ରହିବା ।"[17][18]
ପ୍ରଶାସନ | ପ୍ରଭାବ |
---|---|
ଯୁକ୍ତରାଜ୍ୟ |
|
ଛାଞ୍ଚ:Country data ଯୁକ୍ତରାଷ୍ଟ୍ର |
|
ଛାଞ୍ଚ:Country data ଆୟାର୍ଲାଣ୍ଡ | ରାଜ୍ଯ ନିତୀ ନିର୍ଦ୍ଦେଶକ ସିଦ୍ଧାନ୍ତ |
ଅଷ୍ଟ୍ରେଲିଆ |
|
ଫ୍ରାନ୍ସ | liberté, égalité, fraternité ଆଦିର ଧାରଣା |
କାନାଡା |
|
ଛାଞ୍ଚ:Country data ସୋଭିଏତ ସଙ୍ଘ |
|
ୱେଇମାର ସାଧାରଣତନ୍ତ୍ର | ଧାରା ୩୫୬ ଅଧୀନସ୍ଥ ଆପାତକାଳୀନ ବ୍ଯବସ୍ଥା |
ଦକ୍ଷିଣ ଆଫ୍ରିକା | ସମ୍ବିଧାନ ସଂଶୋଧନ |
ଜାପାନ | ଧାର୍ଯ୍ୟ ପ୍ରକ୍ରିୟା |
ଭାରତୀୟ ସମ୍ବିଧାନ ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ । ପ୍ରଣୟନ ସମୟରେ ଏଥିରେ ୨୨ଟି ଭାଗରେ ୩୯୫ଟି ଧାରା ଏବଂ ଆଠଟି ପରିଶିଷ୍ଟ ଥିଲା । ପ୍ରାୟ ୧,୪୫,୦୦୦ଟି ଶବ୍ଦ ସହ ଏହା ବିଶ୍ୱରେ, ଆଲାବାମାର ସମ୍ବିଧାନ ପରେ ଦ୍ୱିତୀୟ ଦୀର୍ଘତମ ସକ୍ରିୟ ସମ୍ବିଧାନ ଅଟେ ।[19]
ବର୍ତ୍ତମାନ ଏହି ସମ୍ବିଧାନରେ ଏକ ପ୍ରସ୍ତାବନା ଓ ୨୫ଟି ଭାଗରେ ୪୭୦ଟି ଧାରା ରହିଛି । ତା ସହିତ ଏଥିରେ ୧୨ଟି ପରିଶିଷ୍ଟ ଓ ୫ଟି [ଅତିରିକ୍ତ?][20] ରହିଛି । ୨୫ ଜାନୁଆରୀ ୨୦୨୦ର ଶହେ ଚତୁର୍ଥ ସଂଶୋଧନ ସହିତ ଏହାକୁ ଶହେ ଚାରିଥର ସଂଶୋଧନ କରାଯାଇଅଛି ।[21][22]
ସମ୍ବିଧାନର ଧାରାଗୁଡ଼ିକ ନିମ୍ନମତେ ବିଭିନ୍ନ ଅଧ୍ଯାୟରେ ବିଭକ୍ତ କରାଯାଇଅଛି:
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.