From Wikipedia, the free encyclopedia
Theଭାରତୀୟ ପାର୍ବତ୍ୟ ରାଜ୍ୟ ସମୂହ ବ୍ରିଟିଶ ଶାସନକାଳରେ ରହିଥିବା ଭାରତୀୟ ପାର୍ବତ୍ୟ ଅଞ୍ଚଳରେ ଥିବା ରାଜକୀୟ ରାଜ୍ୟଗୁଡିକ ଥିଲା । ଏହି ରାଜ୍ୟ ସବୁ ଉତ୍ତର ଦିଗରେ ସିମାଞ୍ଚଳରେ ଥିଲା ।
ରାଜକୀୟ ସମୟରେ ମୋଗଲ ସମ୍ଭ୍ରାଜ୍ୟ ଅଧୀନରେ ଥିବା କେତେକ ରାଜ୍ୟ ଅନେକ ପୂର୍ବରୁ ବ୍ରିଟିଶମାନଙ୍କ ଅଧୀନତା ସ୍ୱୀକାର କରିଥିବା ବେଳେ ଏହି ଅଞ୍ଚଳର ଦୁଇଟି ଦଳର ପାର୍ବତ୍ୟ ଆଞ୍ଚଳ ରାଜ୍ୟ ଖୁବ ପରେ 2ଟି ସମର ଓ ବିଦ୍ରୋହ ପରେ ବ୍ରିଟିଶ ଅଧୀନକୁ ଆସିଥିଲେ । ପରେ ଏହି ରାଜ୍ୟ ସବୁକୁ ସ୍ୱାଧୀନତା ପରେ ପଞ୍ଜାବ , ହରିୟାଣା ଓ ହିମାଚଳ ପ୍ରଦେଶ ଅଞ୍ଚଳ ଭାବରେ ରଖା ଯାଇଗଲା ।
ଅଧୀନ ରାଜ୍ୟ ଓ ଜାଗିରଦାର ସମେତ 28ଟି ପଶ୍ଚିମ ହିମାଳୟ ରାଜ୍ୟ ସମୂହକୁ ସିମଳା ପାର୍ବତ୍ୟ ରାଜ୍ୟ ସମୂହ[1] କୁହାଯାଉ ଥିଲା । ଏହି ରାଜ୍ୟଗୁଡ଼ିକ ରାଜପୁତ ହିନ୍ଦୁ ଶାସକ[2][3] ମାନଙ୍କଦ୍ୱାରା ଶାସିତ ହଉଥିଲା । ଏହି ରାଜ୍ୟମାନଙ୍କର ଅଧିବାସୀମାନେ ମୁଖ୍ଯତଃ ହିନ୍ଦୁ ଥିଲେ ଓ କିଛି ମାତ୍ରାରେ ବୌଦ୍ଧ ମଧ୍ୟ ରହିଥିଲେ । ସେମାନେ ହିନ୍ଦୀ , ପଞ୍ଜାବୀ , ଉର୍ଦ୍ଦୁ ଓ ପାରସ୍ୟ ଭାଷା ବ୍ୟବହାର୍କାରୁଥିଲେ ।
ସତଲେଜ ନଦୀର ଉଭୟ ପାର୍ଶ୍ୱରେ ଥିବା 4,800 ବର୍ଗ କିଲୋମିଟରର ପ୍ରାୟ ତିନି ଚତୁର୍ଥାଂଶ ଅଞ୍ଚଳ ଏହି ରାଜ୍ୟ ସମୂହର ଅଧିକାରରେ ଥିବା ବେଳେ ସେମାନଙ୍କୁ ରାଜା ବା ରାଣା ବା ବାଶହରମାନେ ଶାସନ କରୁଥିଲେ । ତାହା ମଧ୍ୟରୁ କ୍ଷେନଦୀର ଠାକୁର ଓ ଦେଲାଥର ଠାକୁର ମୁଖ୍ୟ । ଅନ୍ୟଗୁଡ଼ିକ ଖୁବ କ୍ଷୁଦ୍ରକାୟ ରାଜକୀୟ ରାଜ୍ୟ ସତଲେଜ ନଦୀର ଆହୁରି ଦକ୍ଷିଣ ଓ ବାମ ଅଞ୍ଚଳରେ ରହିଥିଲେ ।ସେଗୁଡ଼ିକ ହେଲା ,
ସିମଳା ପାର୍ବତ୍ୟ ରାଜ୍ୟ ସାନୁହ ସ୍ୱାଧୀନତା ପରେ ହିମାଚଳ ପ୍ରଦେଶର ଅଂଶ ହେଇ ରହିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.