![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/1d/Cultural_regional_areas_of_India.png/640px-Cultural_regional_areas_of_India.png&w=640&q=50)
ଭାରତର ସଂସ୍କୃତି
ଭାରତୀୟ ସଂସ୍କୃତି / From Wikipedia, the free encyclopedia
ଭାରତୀୟ ସଂସ୍କୃତି ଭାରତୀୟ ଉପମହାଦେଶରୁ ଉତ୍ପନ୍ନ କିମ୍ବା ଏହା ସହ ଜଡ଼ିତ ସାମାଜିକ ମାନଦଣ୍ଡ, ନୈତିକ ମୂଲ୍ୟବୋଧ, ପାରମ୍ପାରିକ ରୀତିନୀତି, ବିଶ୍ୱାସ ବ୍ୟବସ୍ଥା, ରାଜନୈତିକ ବ୍ୟବସ୍ଥା, କଳାକୃତି ଏବଂ ପ୍ରଯୁକ୍ତିବିଦ୍ୟାର ଐତିହ୍ୟ । ଏହି ନାମ ଭାରତ ବାହାରେ ଥିବା, ବିଶେଷ କରି ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆର ଦେଶ ଏବଂ ସଂସ୍କୃତିସମୂହ ଭାରତର ଇତିହାସ, ବିସ୍ଥାପନ, ଉପନିବେଶ କିମ୍ବା ପ୍ରଭାବଦ୍ୱାରା ଭାରତ ସହିତ ଦୃଢ଼ ଭାବରେ ଜଡ଼ିତ ହୋଇଥିଲେ ସେସବୁ ଦେଶ ଓ ସଂସ୍କୃତିସବୁ ପାଇଁ ମଧ୍ୟ ପ୍ରଯୁଜ୍ୟ । ଭାରତ ମଧ୍ୟରେ ଭାଷା, ଧର୍ମ, ନୃତ୍ୟ, ସଙ୍ଗୀତ, ସ୍ଥାପତ୍ୟ, ଖାଦ୍ୟ ଏବଂ ରୀତିନୀତି ସ୍ଥାନ ଭିତ୍ତିରେ ଭିନ୍ନ ।
![Thumb image](http://upload.wikimedia.org/wikipedia/commons/thumb/1/1d/Cultural_regional_areas_of_India.png/640px-Cultural_regional_areas_of_India.png)
ଭାରତୀୟ ସଂସ୍କୃତି, ପ୍ରାୟତଃ ଅନେକ ସଂସ୍କୃତିର ମିଶ୍ରଣ ଭାବରେ ନାମିତ । ସିନ୍ଧୁ ସଭ୍ୟତାରୁ ଆରମ୍ଭ ହୋଇ ଏହା ଅନେକ ସହସ୍ରବର୍ଷ ପୁରୁଣା ଏକ ଇତିହାସଦ୍ୱାରା ପ୍ରଭାବିତ ହୋଇଛି ।[1][2] ଭାରତୀୟ ସଂସ୍କୃତିର ଅନେକ ଉପାଦାନ ଯଥା ଭାରତୀୟ ଧର୍ମ, ଗଣିତ, ଦର୍ଶନ, ରୋଷେଇ, ଭାଷା, ନୃତ୍ୟ, ସଂଗୀତ ଏବଂ ଚଳଚ୍ଚିତ୍ର ଇଣ୍ଡୋସ୍ଫିୟର, ବିଶାଳ ଭାରତ ଏବଂ ବିଶ୍ୱରେ ଗଭୀର ପ୍ରଭାବ ପକାଇଛି ।