ଭାଙ୍ଗ
ନିଶା ଦ୍ରବ୍ୟ / From Wikipedia, the free encyclopedia
ଭାଙ୍ଗ (ହିନ୍ଦୀ ଭାଷାରେ: भांग) ଏକ ପ୍ରକାର ନିଶା ଦ୍ରବ୍ୟ ଯାହା ଗଞ୍ଜେଇ ଗଛ (କାନାବିସ/ cannabis) ନାମକ ଏକ ଗଛରୁ ସଂଗ୍ରହ କରାଯାଏ ଓ ଭାରତୀୟ ଉପମହାଦେଶରେ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବହାର କରାଯାଏ । କାନାବିସର ପତ୍ର ଓ କଢ଼ ନେଇ ଖଲରେ ରଖି ପୁଆ ସାହାଯ୍ୟରେ ବାଟିଦିଆଯାଏ/ପେଷ୍ଟ କରିଦିଆଯାଏ । ଏହି ମିଶ୍ରଣରେ ଦୁଧ, ଘିଅ ଓ ମସଲା ମିଶେଇ ଦେବାପରେ ନିଶା ପାନୀୟ ନିମନ୍ତେ ପ୍ରସ୍ତୁତ ହୋଇଯାଏ ଯାହା ମଦ୍ୟପାନ ଭଳି କାମ କରେ ଓ ଏହାକୁ ଭାଙ୍ଗ କୁହାଯାଏ । ଲସିରେ ମିଶେଇ ଏହାକୁ ଲୋକମାନେ ପିଅନ୍ତି । ଭାଙ୍ଗରେ ଘିଅ ଓ ଚିନି ମଶେଇ ହାଲୁଆ କରନ୍ତି ଓ ଛୋଟ ଛୋଟ ଗୋଲି ଆକାରରେ ତିଆରି କରନ୍ତି ଯାହାକୁ ହିନ୍ଦିରେ ଗୋଲି (କାଣ୍ଡି ବା ପିଲ୍) କହନ୍ତି । [1]
ଭାରତର ଗ୍ରାମୀଣ ଇଲାକାରେ କାନାବିସର ଔଷଧୀୟ ଗୁଣ ଥିବା ବିଚାର କରାଯାଏ । ଉପଯୁକ୍ତ ମାତ୍ରାରେ ଖାଇଲେ ଜ୍ୱର, ନାଳଝାଡ଼ା, ସନସ୍ଟ୍ରୋକ ଓ କଫ ଉପଶମ କରେ । ଖାଦ୍ୟରୁଚି ବଢ଼ାଏ ଓ ହଜମ କରାଏ । କହିବା ତୃଟିରେ ସାହାଯ୍ୟ କରେ ଓ ଦେହକୁ ସତେଜ କରେ ।