ଭାଙ୍କୋମାଇସିନ
From Wikipedia, the free encyclopedia
ଭାଙ୍କୋମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାରର ଜୀବାଣୁ ସଂକ୍ରମଣର ଚିକିତ୍ସା ନିମନ୍ତେ ଦିଆଯାଏ । [1] ଶିରା ଇଞ୍ଜେକସନ ଆକାରରେ ପ୍ରଥମ ଧାଡ଼ି ଚିକିତ୍ସା ଭାବରେରେ ଏହା ଦିଆଯାଉଥିବା ଜଟିଳ ହୋଇଥିବା ରୋଗମାନଙ୍କ ନାମ ଚର୍ମ ସଂକ୍ରମଣ, ରକ୍ତ ସଂକ୍ରମଣ, ଏଣ୍ଡୋକାର୍ଡ଼ାଇଟିସ, ଅସ୍ଥି-ଗଣ୍ଠି ସଂକ୍ରମଣ ଓ ମେଥିସିଲିନ ପ୍ରତିରୋଧିତ ସ୍ଟାଫିଲୋକୋକସ ଅରିଅସ ସଂକ୍ରମଣ ରୋଗ ସମୂହ ।[2] ରକ୍ତ ପରୀକ୍ଷା କରି ଏହାର ସଠିକ ଡୋଜ ଦିଆଯାଇପାରେ ।[3] ଏହି ଔଷଧ ସାଂଘାତିକ କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗରେ ପାଟିରେ ଦିଆଯାଇପାରେ । ପାଟିରେ ଦିଆଯାଉଥିବା ଔଷଧ ଭଲରୂପେ ଅବଶୋଷିତ ହୋଇପାରେ ନାହିଁ । [1]
Clinical data | |
---|---|
Pronunciation | /væŋk[invalid input: 'ɵ']ˈmaɪs[invalid input: 'ɨ']n/ |
Trade names | Vancocin |
AHFS/Drugs.com | monograph |
MedlinePlus | a604038 |
data |
|
Pregnancy category |
|
Routes of administration | IV, oral |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Negligible (oral) |
Metabolism | Excreted unchanged |
Elimination half-life | 4–11 hours (adults) 6-10 days (adults, impaired renal function) |
Excretion | Renal |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.014.338 |
Chemical and physical data | |
Formula | C66H75Cl2N9O24 |
Molar mass | 1449.3 g.mol−1 |
3D model (JSmol) | |
SMILES
| |
InChI
| |
(verify) |
ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ ଓ ଆଲର୍ଜି ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା । ବେଳେ ବେଳେ ଶ୍ରବଣ ଅସୁବିଧା, ନିମ୍ନ ରକ୍ତଚାପ ଓ ଅସ୍ଥିମଜ୍ଜା ଦମନ ଭଳି ପ୍ରତିକ୍ରିୟା ହୁଏ ।[1] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ନ ହେଲେ ମଧ୍ୟ କୌଣସି କ୍ଷତି ହେବାର ପ୍ରମାଣ ମିଳିନାହିଁ, [1][4] ଓ ସ୍ତନ୍ୟପାନରେ ଏହା ନିରାପଦ ଥିବା ସମ୍ଭାବନା ଅଧିକ । [5] ଏହା ଏକ ପ୍ରକାର ଗ୍ଲାଇକୋପେପ୍ଟାଇଡ ଆଣ୍ଟିବାୟୋଟିକ ଯାହା ଜୀବକୋଷ କାନ୍ଥ ତିଆରିକୁ ପ୍ରତିହତ କରେ ।[1]
ସନ ୧୯୫୪ରେ ପ୍ରଥମେ ଭାଙ୍କୋମାଇସିନ ବିକ୍ରି ଆରମ୍ଭ ହୋଇଥିଲା । [6] > ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[3] ଶୀରା ଇଞ୍ଜେକସନର ଡୋଜପିଛା ହୋଲସେଲ ମୂଲ୍ୟ ପ୍ରାୟ ୧.୭୦ରୁ ୬.୦୦ ଆମେରିକୀୟ ଡଲାର ।[8] ଯୁକ୍ତରାଷ୍ଟ୍ର ଆମେରିକାରେ ଶୀରାଇଞ୍ଜେକସନ ଅପେକ୍ଷା ପାଟିରେ ଦିଆଯିବା ପିଲ ଅଧିକ ଦାମ ପଡ଼େ । [1] ଖର୍ଚ୍ଚ କମେଇବା ପାଇଁ କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସରେ ଇଞ୍ଜେକସନ ଔଷଧକୁ ପାଟିରେ ଦିଆଯାଇପାରେ । [9] ମାଟିରେ ଥିବା ଆମିକୋଲାଟପସିସ ଓରିଏଣ୍ଟାଲିସ ଜୀବାଣୁ ଭାଙ୍କୋମାଇସିନ ତିଆରି କରେ । [1]