ବ୍ୟବହାରକାରୀ:Susant purohit/ହାତୀଗୁମ୍ଫାର ଶିଳାଲେଖ
From Wikipedia, the free encyclopedia
ଭୁବନେଶ୍ୱର ସହର ସନ୍ନିକଟ ଉଦୟଗିରି ପାହାଡରେ ହାତିଗୁମ୍ଫା ( the Elephant Caves ) ଅବସ୍ଥିତ । ଏହା ମଧ୍ୟରେ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରେ କଳିଙ୍ଗର ତତ୍କାଳୀନ ସମ୍ରାଟ ଖାରବେଳଙ୍କଦ୍ୱାରା ଗୁମ୍ଫା ଭିତରେ ଶିଳା ଉପରେ ଲେଖ କରାଯାଇଥିଲା । ବ୍ରାହ୍ମୀ ଭାଷାରେ ଗଭୀର ଭାବରେ ଖୋଦିତ ହେଇଥିବା ଏହି 17 ଧାଡି ଉଦୟଗିରିର ଦକ୍ଷିଣ ଦିଗରେ ଥିବା ଗୁମ୍ଫାରେ ଆଜି ଯାଏ ବିଦ୍ୟମାନ ଅଛି । ଏହି ଲେଖା ସାମ୍ନାରେ 6 ମାଇଲ ଦୂରରେ ଥିବା ଧଉଳି ପାହାଡର ସମ୍ରାଟ ଅଶୋକଙ୍କ ଶିଳାକୃତି ରହିଛି ।
![Thumb image](http://upload.wikimedia.org/wikipedia/commons/thumb/a/aa/HathiGumphaInscription.jpg/640px-HathiGumphaInscription.jpg)
![Thumb image](http://upload.wikimedia.org/wikipedia/commons/thumb/f/fa/Hatigumfa.jpg/640px-Hatigumfa.jpg)
![Thumb image](http://upload.wikimedia.org/wikipedia/commons/thumb/4/4c/Kharabela_inscription%2C_Hatigumpha%2C_Khandagiri%2C_Bhubaneswar.jpg/640px-Kharabela_inscription%2C_Hatigumpha%2C_Khandagiri%2C_Bhubaneswar.jpg)
ଏହି ଲେଖାକୁ ଖ୍ରୀଷ୍ଟପୂର୍ବ ୧୫୦ ମସିହାରେ ଥିବା କଳିଙ୍ଗ ଲିପିର ଉନ୍ନତ ପ୍ରକାରଭେଦ ବୋଲି ଗବେଷଣାବିଦ ମାନଙ୍କର ମତ .[1]
ଲେଖାଟି ସମ୍ରାଟ ଖାରବେଳଙ୍କ ରାଜୁତିର 13 ତମ ବର୍ଷର ହେଇଥିବାର କିଛି ଗବେଷକ ମତ ଦେଇଥିଲେ ଭି ତାହାର ପୂର୍ଣ ପ୍ରମାଣ ମିଳିନାହିଁ । .[2][3][2]