From Wikipedia, the free encyclopedia
ବ୍ଲିଓମାଇସିନ୍ ଔଷଧ କର୍କଟ ରୋଗ ଚିକିତ୍ସାରେ ବ୍ୟବହୃତ ହୁଏ । [1] ମୂଖ୍ୟ କର୍କଟ ରୋଗ ମଧ୍ୟରେ ହଜ୍କିନ୍ସ୍ ଲିମ୍ପୋମା, ନନ୍-ହଜ୍କିନ୍ସ୍ ଲିମ୍ପୋମା, ଅଣ୍ଡକୋଷ କର୍କଟ, ଡିମ୍ବାଶୟ କର୍କଟ, ଓ ଗର୍ଭାଶୟ ଗ୍ରୀବା କର୍କଟ ନିମନ୍ତେ ବ୍ୟବହାର କରାଯାଏ । ଅନ୍ୟ କେମୋଥେରାପି ସହିତ ଏହାକୁ ମାଂସପେଶୀ, ଶୀରାରେ ବା ଚର୍ମ ତଳେ ଇଞ୍ଜେକସନ୍ ଆକାରରେ ଦିଆଯାଏ ।[1] କର୍କଟ ଯୋଗୁ ଫୁସ୍ଫୁସ୍ ଚାରିଆଡ଼େ ତରଳ ପଦାର୍ଥ ପୁନର୍ବାର ନ ଜମିବା ନିମନ୍ତେ ଏହା ପ୍ଲୁରା କ୍ୟାଭିଟି ଭତରେ ଦିଆଯାଏ କିନ୍ତୁ ଏହା ପାଇଁ ଟିଏଏଲସି ଅଧିକ ଭଲ । [1][2]
Clinical data | |
---|---|
Trade names | Blenoxane |
AHFS/Drugs.com | monograph |
MedlinePlus | a682125 |
Pregnancy category |
|
Routes of administration | intravenous, intramuscular, subcutaneous, intrapleural, intratumoral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | well absorbed |
Metabolism | ? |
Elimination half-life | 2 hours |
Excretion | renal (60-70%) |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
Chemical and physical data | |
Formula | C55H84N17O21S3 |
Molar mass | 1415.551 |
3D model (JSmol) | |
SMILES
| |
InChI
| |
(what is this?) (verify) |
ଜ୍ୱର, ଓଜନ ହ୍ରାସ, ବାନ୍ତି ଓ ରାସ୍ ଇତ୍ୟାଦି ବ୍ଲିଓମାଇସିନ୍ର ପାର୍ଶ୍ୱ ପ୍ରତିକ୍ରିୟା । ଗମ୍ଭୀର ଧରଣର ଆନାଫାଇଲାକ୍ସିସ୍ ମଧ୍ୟ ହୋଇପାରେ । ଏହାଦ୍ୱାରା ନିମୋମିଆ ହୋଇ ପଲ୍ମୋନାରି ଫାଇବ୍ରୋସିସ୍ ହୋଇପାରେ । ଏହା ଯାଞ୍ଚ କରିବା ନିମନ୍ତେ ପ୍ରତି ୨ ସପ୍ତାହରେ ଥରେ ଛାତି ଏକ୍ସ-ରେ କରିବାକୁ ସୁପାରିସ୍ କରାଯାଏ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ । କର୍କଟ କୋଷମାନଙ୍କର ଡିଏନଏ ପ୍ରସ୍ତୁତିକୁ ରୋକିଦେଇ ଏହା କାମ କରେ ।[1]
ବ୍ଲିଓମାଇସିନ୍ ସନ ୧୯୬୨ରେ ଆବିଷ୍କୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4]ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ଏହାର ହୋଲସେଲ ମୂଲ୍ୟ ୧୪ରୁ ୭୮ଆମେରିକୀୟ ଡଲାର । [5] ଜୀବାଣୁ ସ୍ଟ୍ରେପ୍ଟୋମାଇସେସ ଭର୍ଟିସିଲସ୍ରୁ ଏହି ଔଷଧ ତିଆରି ହୁଏ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.