ବ୍ରୁଗାଡା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Brugada syndrome/ BrS) ଏକ ଜେନେଟିକ ରୋଗ ଯେଉଁଥିରେ ହୃତ୍‌ପିଣ୍ଡରେ ଅସାଧାରଣ ଇଲେକଟ୍ରିକ କ୍ରିୟା ସୃଷ୍ଟି ହେବା ଫଳରେ ହଠାତ ହୃତ୍‌ପିଣ୍ଡ ଜନିତ ମୃତ୍ୟୁ ସଙ୍କଟ ଆସିପାରେ ।[2] ଏଭଳି ରୋଗୀ ହଠାତ୍ ବେହୋସ ହୋଇଯାଆନ୍ତି ।[2] ରୋଗୀ ବିଶ୍ରମ ନେଉଥିବା ସମୟରେ ଅସାଧାରଣ ହୃତ୍‌ପିଣ୍ଡ ତାଳ (abnormal heart rhythm) ଆରମ୍ଭ ହୋଇପାରେ ଯାହା ଜ୍ୱର ଯୋଗୁ ଟ୍ରିଗର ହୋଇଯାଏ । [1][5]

Quick Facts ବ୍ରୁଗାଡା ସିଣ୍ଡ୍ରୋମ (Brugada syndrome), ବିଭାଗ ...
ବ୍ରୁଗାଡା ସିଣ୍ଡ୍ରୋମ (Brugada syndrome)
Sudden unexplained nocturnal death syndrome, bangungut, pokkuri death syndrome[1]
Thumb
(A) ସାଧାରଣ ଇସିଜି ପ୍ରିକର୍ଡ଼ିଆଲ ଲିଡ V Normal electrocardiogram of the precordial leads V1-3, (B) ବ୍ରୁଗାଡା ସିଣ୍ଡ୍ରୋମ ରୋଗରେ ପରିବର୍ତ୍ତନ (ଟାଇପ ବି)
ବିଭାଗହୃଦ୍‌ରୋଗ ବିଜ୍ଞାନ (Cardiology)
ଲକ୍ଷଣସିଙ୍କୋପ (Passing out),ହଠାତ୍ ହୃଦ୍‌ପାତ (sudden cardiac death)[2]
ଆକ୍ରାନ୍ତ ସମୟବୟଃପ୍ରାପ୍ତ[2]
କାରଣଜେନେଟିକ, କେତେକ ଔଷଧ [2]
ବିପଦ କାରକପାରିବାରିକ ଇତିହାସ, ଏସିଆନ ବଂଶ ସମ୍ଭୁତ (Asian) descent, [2][1]
ରୋଗ ନିର୍ଣ୍ଣୟ ପଦ୍ଧତିଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (Electrocardiogram) (ECG), ଜେନେଟିକ ପରୀକ୍ଷା (genetic testing)[2][3]
ସଠିକ ରୋଗ ନିର୍ଣ୍ଣୟରୋମାନୋ ୱାର୍ଡ଼ ସିଣ୍ଡ୍ରୋମ (Romano-Ward syndrome), ଆରିଦମିକ କାର୍ଡ଼ିଓମାୟୋପାଥି (arrhythmogenic cardiomyopathy), ଡୁଚେନ ମସ୍କୁଲାର ଡିସଟ୍ରୋଫି (Duchenne muscular dystrophy)[3]
ଚିକିତ୍ସାପର୍ଯ୍ୟବେକ୍ଷଣକାରୀ ଅପେକ୍ଷା (Watchful waiting), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଓଭର୍ଟର ଡିଫିବ୍ରିଲେଟର (implantable cardioverter defibrillator) (ICD)[4][3]
ପୁନଃପୌନିକପ୍ରତି ୧୦,୦୦୦ରେ ୫ ଜଣ [1]
ମୃତ୍ୟୁ ସାନ୍ଦ୍ରତା୮% ହଠାତ୍ ହୃଦ୍‌ପାତ ମୃତ୍ୟୁ (sudden cardiac death)[2]
Close

ଏହା ଏକ ବଂଶାନୁକ୍ରମିକ (inherited from a person's parent) ରୋଗ ଯେଉଁଥିରେ ଏକ ଚତୁର୍ଥାଂଶ ଲୋକଙ୍କର ପାରିବାରିକ ଇତିହାସ ଥାଏ ।[2] କେତେକ କ୍ଷେତ୍ରରେ ଏହା ମ୍ୟୁଟେସନ (mutation) ଯୋଗୁ ବା ଔଷଧ ଯୋଗୁ ହୋଇପାରେ ।[1] ସାଧାରଣତଃ କାର୍ଡ଼ିଆକ ସୋଡ଼ିଅମ ଚ୍ୟାନେଲ (sodium channel) ସୃଷ୍ଟି କରୁଥିବା ଏକ ଜିନ (gene) (SCN5A) ସମ୍ପୃକ୍ତ ଥିବା ଦେଖାଯାଏ ।[6] ଇସିଜି (electrocardiogram/ ECG) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଗଲେ ମଧ୍ୟ ସର୍ବଦା ସମାନ ଫଳ ଦେଖାଯାଏନି । [2] ଆଜମାଲିନ (ajmaline) ଭଳି ଔଷଧ ପ୍ରୟୋଗ କରି ଇସିଜି ଦେଖାଯାଇପାରେ ।[2] ଇଲେକଟ୍ରୋଲାଇଟ ଇମ୍ବାଲାନ୍ସ (electrolyte disturbances) ବା ହୃତ୍‌ପିଣ୍ଡରେ ଇସକେମିଆ (blood supply to the heart has been reduced) ଥିଲେ ସମାନ ଧରଣର ଇସିଜି ଚିତ୍ର ଦେଖାଯାଏ ।[7]

ପର୍ଯ୍ୟବେକ୍ଷଣକାରୀ ଅପେକ୍ଷା (Watchful waiting), ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଓଭର୍ଟର ଡିଫିବ୍ରିଲେଟର (implantable cardioverter defibrillator) (ICD) ବ୍ରୁଗାଡା ସିଣ୍ଡ୍ରୋମ ଅଦ୍ୟାବଧି ଆରଗ୍ୟସାଧ୍ୟ ନୁହେଁ । [3] ଉଚ୍ଚ ସଙ୍କଟାପନ୍ନ ରୋଗୀଙ୍କୁ ଇମ୍ପ୍ଲାଣ୍ଟେବ୍ଲ କାର୍ଡ଼ିଓଭର୍ଟର ଡିଫିବ୍ରିଲେଟର (implantable cardioverter defibrillator) (ICD) ଦେଇ ହଠାତ୍ ମୃତ୍ୟୁ ହେବାରୁ ରକ୍ଷା କରାଯାଏ ।[4] ମୃତ୍ୟୁ ସଙ୍କତ କମ ଥିବା ଲୋକଙ୍କ ଚିକିତ୍ସା ପ୍ରଣାଳୀ ସ୍ପଷ୍ଟ ନୁହେଁ । [8][3] ସ୍ୱଳ୍ପ କାଳୀନ ଚିକିତ୍ସାରେ ଆଇସୋପ୍ରୋଟେରେନୋଲ (Isoproterenol) ଦିଆଯାଏ ଓ ଦୀର୍ଘକାଳୀନ ପ୍ରାଣ-ଘାତକ ଅସାଧାରଣ ହୃତ୍‌ପିଣ୍ଡ ତାଳ ଥିଲେ କୁଇନିଡିନ (quinidine) ଦିଆଯାଏ । [3][9] ରୋଗୀ ପରିବାର ଲୋକଙ୍କ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । [3]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.