ଯୁକ୍ତରାଜ୍ୟ
From Wikipedia, the free encyclopedia
Remove ads
ଗ୍ରେଟ୍ ବ୍ରିଟେନ୍ ଓ ଉତ୍ତର ଆୟାର୍ଲ୍ଯାଣ୍ଡ୍ର ଯୁକ୍ତରାଜ୍ୟ,[୧୫] [note ୧୨] ବା ସାଧାରଣ ଭାବେ ଯୁକ୍ତରାଜ୍ୟ ଇଉରୋପୀୟ ମୂଳ ଭୂଖଣ୍ଡର ପଶ୍ଚିମ ଉପକୂଳରେ ଅବସ୍ଥିତ ଏକ ସାର୍ବଭୌମ ରାଷ୍ଟ୍ର ବା ରାଷ୍ଟ୍ରସଂଘ । ଯୁକ୍ତରାଜ୍ୟ ମଧ୍ୟରେ ଗ୍ରେଟ ବ୍ରିଟେନ ଦ୍ୱୀପ, ଆୟରଲ୍ୟାଣ୍ଡ ଦ୍ୱୀପର ଉତ୍ତରପୂର୍ବ ଭାଗ ଏବଂ ଅନେକ ଛୋଟ ଦ୍ୱୀପ ଅନ୍ତର୍ଭୁକ୍ତ ।[୧୬] ଉତ୍ତର ଆୟରଲ୍ୟାଣ୍ଡ୍ ଓ ଆୟରଲ୍ୟାାଣ୍ଡ୍ ସାଧାରଣତନ୍ତ୍ର ମଝିରେ ସ୍ଥଳ ସୀମା ରହିଛି । ଏହାଛଡ଼ା ଯୁକ୍ତରାଜ୍ୟକୁ ଆଟଲାଣ୍ଟିକ ମହାସାଗର ଘେରିରହିଛି । ଏହାର ପୂର୍ବରେ ଉତ୍ତର ସମୁଦ୍ର, ଦକ୍ଷିଣରେ ଇଂରାଜୀ ପ୍ରଣାଳୀ ଏବଂ ଦକ୍ଷିଣ-ପଶ୍ଚିମରେ କେଲଟିକ ସାଗର ରହିଛି । ଏହାର ବେଳା ବିଶ୍ୱର ୧୨ତମ ଦୀର୍ଘ ଉପକୂଳ । ଆଇରିସ ସାଗର ଗ୍ରେଟ ବ୍ରିଟେନ ଏବଂ ଆୟରଲ୍ୟାଣ୍ଡକୁ ଅଲଗା କରିଥାଏ । ଯୁକ୍ତରାଜ୍ୟର ମୋଟ କ୍ଷେତ୍ରଫଳ ୨,୪୦,୦୦୦ ବର୍ଗ କି.ମି. ।


ଯୁକ୍ତରାଜ୍ୟ ଏକ ଏକକ ସଂସଦୀୟ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଏକତନ୍ତ୍ର ।[note ୧୩][୧୭][୧୮] ଏହାର ଏକତନ୍ତ୍ରୀ ହେଲେ ରାଣୀ ଏଲିଜାବେଥ ଦ୍ୱିତୀୟ । ସେ ୧୯୫୨ ମସିହାରୁ ରାଜତ୍ବ କରିଆସିଛନ୍ତି । ସେ ହେଉଛନ୍ତି ବିଶ୍ୱର ସବୁଠାରୁ ଅଧିକ ସମୟ ଧରି ଶାସନ କରିଥିବା ଶାସକ ।[୧୯] ଯୁକ୍ତରାଜ୍ୟର ରାଜଧାନୀ ଲଣ୍ଡନ, ବିଶ୍ୱସ୍ତରୀୟ ନଗର ଓ ଆର୍ଥିକ କେନ୍ଦ୍ର ଏବଂ ଏହାର ଲୋକସଂଖ୍ୟା ୧.୦୩ କୋଟି ।[୨୦] ଯୁକ୍ତରାଜ୍ୟ ଚାରୋଟି ଦେଶରେ ବିଭକ୍ତ: ଇଂଲଣ୍ଡ, ସ୍କଟଲ୍ୟାଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟରଲ୍ୟାଣ୍ଡ ।[୨୧] ସେମାନଙ୍କର ରାଜଧାନୀସବୁ ଯଥାକ୍ରମେ ଲଣ୍ଡନ, ଏଡିନବର୍ଗ, କାର୍ଡିଫ ଏବଂ ବେଲଫାଷ୍ଟ । ଇଂଲଣ୍ଡ ବ୍ୟତୀତ ବାକି ଦେଶଗୁଡ଼ିକର ନିଜ ସ୍ୱୟଂଶାସିତ ସରକାର ରହିଛି,[୨୨] । ପ୍ରତ୍ୟେକ ଦେଶର ଅଲଗା ଅଲଗା ଶାସନ କ୍ଷମତା ମଧ୍ୟ ରହିଛି ।[୨୩][୨୪] ଯୁକ୍ତରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରୁ ବର୍ମିଙ୍ଗହାମ, ଗ୍ଲାସଗୋ, ଲିଡ୍ସ, ଲିଭରପୁଲ ଏବଂ ମାଞ୍ଚେଷ୍ଟର ଅନ୍ୟତମ ।
Remove ads
ଟୀକା
- An alternative variant of the Royal coat of arms is used in Scotland: [click to view image].
- An alternative variant of the Royal coat of arms is used in Scotland: [click to view image].
- There is no authorised version of the national anthem as the words are a matter of tradition; only the first verse is usually sung.[୧] No law was passed making "God Save the Queen" the official anthem. In the English tradition, such laws are not necessary; proclamation and usage are sufficient to make it the national anthem. "God Save the Queen" also serves as the Royal anthem for certain Commonwealth realms. The words Queen, she, her, used at present (in the reign of Elizabeth II), are replaced by King, he, him when the monarch is male.
- Under the Council of Europe's European Charter for Regional or Minority Languages, Scots, Ulster Scots, Welsh, Cornish, Scottish Gaelic and Irish are officially recognised as regional or minority languages by the British Government for the purposes of the Charter.[୨] In addition, the Government provides some services and publishes documents in Welsh.[୩][୪][୫] See also Languages of the United Kingdom.
- "This category could include Polish responses from the country specific question for Scotland which would have been outputted to ‘Other White’ and then included under ‘White’ for UK ... ‘White Africans’ may also have been recorded under ‘Other White’ and then included under ‘White’ for UK."
- European Union since 1993.
- Some of the devolved countries, Crown dependencies and British Overseas Territories issue their own sterling banknotes or currencies, or use another nation's currency. See List of British currencies for more information
- This excludes some of the UK's dependencies. See Time in the United Kingdom#British territories
- Excludes most overseas territories
- The .eu domain is also used, as it is shared with other European Union member states. Other TLDs are used regionally
- Usage is mixed. The Guardian and Telegraph use Britain as a synonym for the United Kingdom. Some organisations, including the British Government, prefer to use Britain as shorthand for Great Britain
- The United Kingdom does not have a codified constitution but an unwritten one formed of Acts of Parliament, court judgments, traditions, and conventions.What is the UK Constitution?, The Constitution Unit of UCL, retrieved 6 February 2020
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads