From Wikipedia, the free encyclopedia
ବୈଦୁତିକ ଜନିତ୍ର ବା ଜେନେରେଟର ଏକ ଯନ୍ତ୍ର ଯାହା ଯାନ୍ତ୍ରିକ ଶକ୍ତିକୁ ବୈଦୁତିକ ଶକ୍ତିରେ ପରିବର୍ତ୍ତନ କରିଥାଏ । ଏହାଦ୍ୱାରା ବିଦ୍ୟୁତ ଚାର୍ଜ, ବୈଦୁତିକ ପରିପଥରେ ପ୍ରବାହିତ ହୋଇଥାଏ । ମୁଖ୍ୟତଃ ବାଷ୍ପଦ୍ୱାରା ଚାଳିତ ଟରବାଇନ, ଉଚ୍ଚ ପତନରୁ ପଡୁଥିବା ଜଳଦ୍ୱାରା ଚଳିତ ଟରବାଇନ ଓ ଏମିତି ଆହୁରି ଅନେକ, ଏହି ଯାନ୍ତ୍ରିକ ଶକ୍ତିର ଉତ୍ସ ଅଟନ୍ତି ।
ବୈଦୁତିକ ମୋଟର, ବୈଦୁତିକ ଶକ୍ତିକୁ ଯାନ୍ତ୍ରିକ ଶକ୍ତିରେ ଓଲଟା ରୂପାନ୍ତରଣ କରିଥାଏ । ଏହି ମୋଟର ଓ ଜନିତ୍ର ଭିତରେ ଗଠନ ଦୃଷ୍ଟିରୁ ଅନେକ ସାମଞ୍ଜସ୍ୟ ରହିଥାଏ ।
ବୈଦୁତିକତା ଓ ଚୁମ୍ବକୀୟତା ଭିତରେ ସମ୍ପର୍କ ଆବିଷ୍କାର ହେବାର ବହୁ ପୂର୍ବରୁ ସ୍ଥିର-ବିଦ୍ୟୁତ ଜନିତ୍ରର (ସ୍ଥିର-ବିଦ୍ୟୁତ ଜନିତ୍ର ବା ଇଲେକ୍ଟ୍ରୋଷ୍ଟାଟିକ ଜେନେରେଟର ଏକ ଯନ୍ତ୍ର ଯାହାକି ସ୍ଥିର ବିଦ୍ୟୁତ ସୃଷ୍ଟି କରିଥାଏ । [1]) ବ୍ୟବହାର କରାଯାଉଥିଲା ।
ସାଧାରଣତଃ ଟାକୋଜେନେରେଟର ବ୍ୟବହାର ଟାକୋମିଟରକୁ ଶକ୍ତି ଯୋଗେଇବା ପାଇଁ କରାଯାଇଥାଏ, ଯାହାଦ୍ୱାରା ବୈଦୁତିକ ମୋଟର ଓ ଇଞ୍ଜିନ ଗୁଡିକର ବେଗ ମପା ଯାଇଥାଏ । ଏହି ଜେନେରେଟର ଆନୁମାନିକ ଭାବେ ଶାଫ୍ଟ ବେଗ ସହ ସମାନୁପାତିକ ବିଦ୍ୟୁତ ବିଭବାନ୍ତର ସୃଷ୍ଟି କଋଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.