ଏହା ଏକ ଔଷଧ ଯାହା ମୂତ୍ର ଅବରୋଧ ଏବଂ ବୁକୁଜ୍ୱାଳା ଚିକିତ୍ସା ପାଇଁ ବ୍ୟବହୃତ ହୁଏ । From Wikipedia, the free encyclopedia
ବେଥାନେଚୋଲ, ବେପାର ନାମ ୟୁରେକୋଲିନ, ଏକ ଔଷଧ ଯାହା ମୂତ୍ର ଅବରୋଧ ଏବଂ ବୁକୁଜ୍ୱାଳା ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [3] [4] ନିର୍ଦ୍ଦିଷ୍ଟ ଭାବରେ ଏହା ମୂତ୍ରାଶୟର ସଂକୋଚନ ଅଭାବ ହେତୁ ହେଉଥିବା ମୂତ୍ର ଅବରୋଧ ପାଇଁ ବ୍ୟବହୃତ ହୁଏ । [5] ଖାଦ୍ୟର ଅଧ ଘଣ୍ଟା ପୂର୍ବରୁ, ପ୍ରତିଦିନ ୩-୪ ଥର ଏହା ପାଟିରେ ଦିଆଯାଏ । [6]
Clinical data | |
---|---|
Trade names | Urecholine, Myotonine, others[1] |
Synonyms | Bethanechol chloride, 2-[(aminocarbonyl)oxy]- N,N,N-trimethyl- 1-propanaminium Carbamyl-β-methylcholine |
AHFS/Drugs.com | monograph |
MedlinePlus | a682849 |
Routes of administration | By mouth |
Legal status | |
Legal status |
|
Identifiers | |
IUPAC name
| |
Chemical and physical data | |
Formula | C7H17N2O2 |
Molar mass | ୧୬୧.୨୩ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଫ୍ଲାଶ୍ ବା ଲାଲ ପଡ଼ିବା, ଝାଳ ବୋହିବା, ବାନ୍ତି, ଏବଂ ତରଳ ଝାଡ଼ା ହୋଇପାରେ । [4] ଧୀର ହୃଦସ୍ପନ୍ଦନ, ଅପସ୍ମାର, ପେଟ ଅଲସର୍, ଅନ୍ତନଳୀରେ ଅବରୋଧ, ପାର୍କିନସୋନିଜ୍ମ, ନିକଟ ଅତୀତରେ ହୃଦଘାତ, ସିଓପିଡି କିମ୍ବା ଅତ୍ୟଧିକ ଥାଇରଏଡ୍ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ | [3] ଗର୍ଭାବସ୍ଥାରେ ଏହାର ପ୍ରଭାବ ଜଣା ନାହିଁ | [6] ଏହା ଏକ ପାରାସିମ୍ପାଥୋମାଇମେଟିକ୍ ଔଷଧ ଯାହା ନିକୋଟିନିକ୍ ରିସେପ୍ଟର ଉପରେ କୌଣସି ପ୍ରଭାବ ନ ପକେଇ ସିଧାସଳଖ ମସ୍କାରିନିକ୍ ରିସେପ୍ଟରଗୁଡ଼ିକୁ ପ୍ରଭାବିତ କରିଥାଏ । [7]
୧୯୪୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ବେଥାନେଚୋଲ୍ ଅନୁମୋଦିତ ହୋଇଥିଲା । [4] ଯୁକ୍ତରାଜ୍ୟରେ ଏହାର ଏକ ମାସ ଔଷଧର ମୂଲ୍ୟ ୩୦ ପାଉଣ୍ଡ । [3] ଯୁକ୍ତରାଷ୍ତରେ ଏହାର ମୂଲ୍ୟ ୨୫ ଡଲାର । [8] ଏହା ପ୍ରାୟ ବ୍ୟବହୃତ ହୁଏ ନାହିଁ, ଏବଂ ଯୁକ୍ତରାଜ୍ୟରେ କମ୍ ଉପଯୁକ୍ତ ବୋଲି ଧରାଯାଏ । [7] [6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.