![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/11/Benzylpenicillin-Benzathin_Structural_Formula_V.1.svg/langor-640px-Benzylpenicillin-Benzathin_Structural_Formula_V.1.svg.png&w=640&q=50)
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ
From Wikipedia, the free encyclopedia
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ ଏକ ଆଣ୍ଟିବାୟୋଟିକ (antibiotic) ଔଷଧ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସାରେ ବ୍ୟବହୃତ ହୁଏ ।[3] ସ୍ଟ୍ରେପ ଥ୍ରୋଟ (strep throat), କଣ୍ଠଅଳତି, ସିଫିଲିସ୍ ଓ ୟଜ ରୋଗ ନିମନ୍ତେ ନିର୍ଦ୍ଦିଷ୍ଟ ଭାବରେ ଏହା ବ୍ୟବହାର କରାଯାଏ । [4][3] ରିଉମାଟିକ ଜ୍ୱର ରୋଗର ପ୍ରତିଷେଧ ଭାବରେ ଏହା ଦିଆଯାଏ । ମାଂସପେଶୀରେ ଏହା ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [4]
![]() | |
Combination of | |
---|---|
Benzylpenicillin | antibiotic |
Benzathine | stabilizer |
Clinical data | |
Trade names | Bicillin L-A,[1] Permapen, others |
Synonyms | penicillin benzathine benzyl, benzathine penicillin, penicillin G benzathine, benethamine penicilline, benzylpenicillin benzathine[2] |
AHFS/Drugs.com | |
Pregnancy category |
|
ATC code |
|
Identifiers | |
CAS Number | |
PubChem CID | |
ChemSpider |
|
UNII | |
ChEBI | |
ChEMBL | |
E number | E708 (antibiotics) ![]() |
ECHA InfoCard | 100.014.782 ![]() |
![]() ![]() |
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍ସିସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ । ଏହି ଔଷଧ ଦେଇ ସିଫିଲିସ ରୋଗର ଚିକିତ୍ସା କଲାବେଳେ ଏକ ପ୍ରତିକ୍ରିୟା ଦେଖାଯାଇ ପାରେ ଯାହାର ନାମ ଜାରିସ-ହେର୍କ୍ସହାଇମର (Jarisch-Herxheimer) । ପେନିସିଲିନ ଆଲର୍ଜି (penicillin allergy) ଥିବା ରୋଗୀଙ୍କୁ ଓ ସ୍ନାୟୁ ପ୍ରଭାବିତ ସିଫିଲିସ୍ ରୋଗୀଙ୍କୁ ଏହା ଦିଆଯାଏ ନାହିଁ ।[4][3] ଗର୍ଭାବସ୍ଥାରେ ଏହା ସାଧାରଣତଃ ନିରାପଦ ଥାଏ ।[3] ଏହା ପେନିସିଲିନ (penicillin) ଓ ବିଟାଲାକ୍ଟମ (beta lactam) ଶ୍ରେଣୀର ଏକ ଔଷଧ ଓ ବେଞ୍ଜାଇଲ ପେନିସିଲିନ (benzylpenicillin) ମାଧ୍ୟମରେ କାମ କରେ ।[3][4] ଏହାର ବେଞ୍ଜାଥିନ ଅଂଶଦ୍ୱାରା ପେନିସିଲିନ ଧୀରେ ଉନ୍ମୁକ୍ତ ହେବାଦ୍ୱାର ଏହା ଦୀର୍ଘ ସମୟ ଧରି କାମ କରେ ।[5]
ବେଞ୍ଜାଥିନ ବେଞ୍ଜାଇଲପେନିସିଲିନ ସନ ୧୯୫୦ରେ ପେଟେଣ୍ଟ ହୋଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ କୋର୍ଷର ଖର୍ଚ୍ଚ ପ୍ରାୟ ୦.୨୭ରୁ ୧.୭୧ ଆମେରିକୀୟ ଡଲାର ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଏକ ଡୋଜର ମୂଲ୍ୟ ସନ ୨୦୧୫ରେ ୫୦ରୁ ୧୦୦ ଆମେରିକୀୟ ଡଲାର ଥିଲା ।[1]