![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/b0/Buprenorphine.svg/langor-640px-Buprenorphine.svg.png&w=640&q=50)
ବୁପ୍ରେନର୍ଫିନ
ରାସାୟନିକ ଯୌଗିକ ପଦାର୍ଥ / From Wikipedia, the free encyclopedia
ବୁପ୍ରେନର୍ଫିନ (ଇଂରାଜୀ ଭାଷାରେ Buprenorphine) ଔଷଧ ଅନେକ ରକମର ବ୍ରାଣ୍ଡ ନାମରେ ବିକ୍ରି ହୁଏ ଯେପରିକି ସୁବୁଟେକ୍ସ; ଏହା ଏକ ଓପିଅଏଡ ଔଷଧ ଯାହା ଓପିଅଏଡ ନିଶାଗ୍ରସ୍ତ (opioid addiction), ଅକ୍ୟୁଟ ଯନ୍ତ୍ରଣା ଓ କ୍ରନିକ ଯନ୍ତ୍ରଣା (chronic pain) ଉପଶମ ନିମନ୍ତେ ବ୍ୟବହାର ହୁଏ । [3] ଏହାକୁ ଜିଭ ତଳେ (under the tongue), ଇଞ୍ଜେକସନ (injection), ଚର୍ମ ପ୍ୟାଚ (skin patch) ବା ମେଡିକାଲ ଇମ୍ପ୍ଲାଣ୍ଟ (implant) ଆକାରରେ ରୋଗୀକୁ ଦିଆଯାଏ ।[3][4] ନିଶାଗ୍ରସ୍ତ ଲୋକଙ୍କର ଉଇଥଡ୍ରଆଲ ଲକ୍ଷଣ ଆରମ୍ଭ ହେବାର ୨ ଦିନ ନିମନ୍ତେ ଏହା ଡାକ୍ତରୀ ପର୍ଯ୍ୟବେକ୍ଷଣ ସାହାଯ୍ୟରେ ଦିଆଯାଏ । [3] ଦୀର୍ଘସ୍ଥାୟୀ ନିଶାଗ୍ରସ୍ତ ଲୋକ ନିମନ୍ତେ ବୁପ୍ରେନର୍ଫିନ/ନାଲୋକ୍ସୋନ (buprenorphine/naloxone) ନିଶ୍ରଣ ଦିଆଯାଏ ।[3] ଏକ ଘଣ୍ଟା ମଧ୍ୟରେ ଯନ୍ତ୍ରଣା ଉପଶମ ହୋଇଯାଏ ଓ ପ୍ରଭାବ ୨୪ଘଣ୍ଟା ପର୍ଯ୍ୟନ୍ତ ରହେ ।[3]
![]() | |
![]() | |
Clinical data | |
---|---|
Trade names | Subutex, others |
AHFS/Drugs.com | monograph |
MedlinePlus | a605002 |
data |
|
Pregnancy category |
|
Routes of administration | ଜିଭ ତଳେ (Sublingual), ପାଟିରେ (buccal), ମାଂସପେଶୀ ଇଞ୍ଜେକସନ (IM), ଚର୍ମ ଇଞ୍ଜେକସନ (transdermal), ନାସା ପଥରେ (intranasal), ମଳଦ୍ୱାର ବାଟେ (rectally), |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ଜିଭ ତଳେ: ୩୦%[1] ନାସା ପଥରେ: ୪୮%[2] |
Protein binding | ୯୬% |
Metabolism | ଯକୃତ (Liver) (CYP3A4, CYP2C8) |
Onset of action | ୩୦ ମିନିଟ ମଧ୍ୟରେ[3] |
Elimination half-life | ୩୭ ଘଣ୍ଟା ( ୨୦–୭୦ ଘଣ୍ଟା) |
Duration of action | ୨୪ ଘଣ୍ଟା[3] |
Excretion | Biliary and kidney |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.052.664 ![]() |
Chemical and physical data | |
Formula | C29H41NO4 |
Molar mass | 467.64 g/mol |
3D model (JSmol) | |
SMILES
| |
InChI
| |
![]() ![]() |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ଶ୍ୱାସକ୍ରିୟା (respiratory depression/ decreased breathing), ନିଦ୍ରାଳୁ, ଆଡ୍ରେନାଲ ଇନସଫିସିଏନ୍ସି (adrenal insufficiency), କ୍ୟୁଟି ପ୍ରୋଲୋଙ୍ଗେସନ (QT prolongation), ନିମ୍ନ ରକ୍ତଚାପ (low blood pressure), ଆଲର୍ଜି ପ୍ରତିକ୍ରିୟା (allergic reaction), ଓ ଓପିଅଏଡ ନିଶାସକ୍ତ ଆଦି ସମ୍ଭାବନା ଥାଏ । [3] ସିଜର ବା ବାତ (seizures) ମାରିବା ଇତିହାସ ଥିଲେ ଅଧିକ ବାତ ସଙ୍କଟ ରହେ ।[3] ଅନ୍ୟାନ୍ୟ ଓପାଏଡ ଅପେକ୍ଷା ବୁପ୍ରେନର୍ଫିନରେ କମ୍ ସାଂଘାତିକ ଓପିଅଏଡ ଉଇଥଡ୍ରଆଲ (Opioid withdrawal) ଦେଖାଯାଏ ।[3] ଗର୍ଭାବସ୍ଥାରେ ଏହାର ନିରାପତ୍ତା ପ୍ରସଙ୍ଗ ସ୍ପଷ୍ଟ ନୁହେଁ ଓ ସ୍ତନ୍ୟପାନ (breastfeeding) ସମୟରେ ଏହା ଦେବାକୁ ବାରଣ କରାଯାଏ ।[3] ବିଭିନ୍ନ ଓପିଅଏଡ ରିସେପ୍ଟରମାନଙ୍କୁ ବିଭିନ୍ନ ଭାବରେ ଏହା ପ୍ରଭାବିତ କରେ । [3] ରିସେପ୍ଟର ଅନୁସାରେ ଏହା ଆଗୋନିସ୍ଟ (en:agonist) ବା ପାର୍ସିଆଲ ଅଗୋନିସ୍ଟ (partial agonist) ବା ଆଣ୍ଟାଗୋନିସ୍ଟ (antagonist) ଭାବରେ କାମ କରେ । [3]
ସନ ୧୯୮୧ରେ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ବୁପ୍ରେନର୍ଫିନ ବ୍ୟବହାରକୁ ସ୍ୱୀକୃତି ଦିଆଗଲା ।[3] ସେଠାରେ ସନ ୨୦୧୨ରେ ପ୍ରାୟ ୯.୩ ନିୟୁତ ବୁପ୍ରେନର୍ଫିନ ପ୍ରେସକ୍ରିପସନ ଲେଖାଯାଇଥିଲା ।[5] ଫୁର୍ତ୍ତି (high) ନିମନ୍ତେ ମଧ୍ୟ ଏହା ଇଞ୍ଜେକସନ ବା ନାସା ପଥରେ ଦିଆଯାଏ ।[5] ହିରୋଇନ (heroin) ବଦଳରେ ମଧ୍ୟ ଏହା ବେଳେ ବେଳେ ଦିଆଯାଏ ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ନିୟନ୍ତ୍ରଣ ଆକ୍ଟ Schedule III ଅନୁଯାୟୀ ଏକ ନିୟନ୍ତ୍ରିତ ଦ୍ରବ୍ୟ controlled substance.[5] ଯୁକ୍ତରାଷ୍ଟ୍ର ଆମେରିକାରେ ଦୈନିକ ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୦.୮୬ରୁ ୧.୩୨ ଆମେରିକୀୟ ଡଲାର ।[6]