ବୁଡ଼ିଯିବା
ତରଳ ପଦାର୍ଥ ଭିତରେ ବୁଡ଼ି ମୃତ୍ୟୁ ହେବା / From Wikipedia, the free encyclopedia
ବୁଡ଼ିଯିବା (ଇଂରାଜୀ ଭାଷାରେ Drowning) କୁହାଯାଏ ଯେତେବେଳେ ତରଳ ପଦାର୍ଥ ଭିତରେ ରହି ଶ୍ୱାସରୁଦ୍ଧ (respiratory impairment) ହୋଇଯାଏ ।[6][9] ଏହା ନିରବରେ ସଂଘଟିତ ହୁଏ, କେବଳ ଅଳ୍ପ କେତେକ ଲୋକ ଉପରକୁ ହାତ ଉଠେଇ ସାହାଯ୍ୟ ପାଇଁ ଡାକନ୍ତି ।[1] ଅଧିକାଂଶ ସମୟରେ ଲୋକଟିଏ ଅଚେତ (unconscious) ଅବସ୍ଥାରେ ମିଳେ,[1][2]
ଉଦ୍ଧାର କଲାପରେ ବାନ୍ତି, ଦ୍ୱନ୍ଦ୍ୱ, ଚେତାଶୁନ୍ୟ ଅବସ୍ଥାର ଲକ୍ଷଣ ଦେଖାଯାଇପାରେ ।[2][3] ବେଳେବେଳେ ୬ ଘଣ୍ଟା ପର ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏନାହିଁ ।[3] ଏହା ଜଟିଳ ହୋଇ ଅଳ୍ପ ଶାରୀରିକ ଉତ୍ତାପ (low body temperature), ଫୁସଫୁସ ଭିତରକୁ ବାନ୍ତି ପଦାର୍ଥ ଶୋଷି ହୋଇଯାଏ (aspiration) ବା ଆକ୍ୟୁଟ ରେସ୍ପିରେଟରି ଡିସ୍ଟ୍ରେସ ସିଣ୍ଡ୍ରମୋ (acute respiratory distress syndrome) ହୋଇଯାଏ ।[10][11]
ବୁଡ଼ିଯିବା (Drowning) | |
---|---|
ବିଭାଗ | Critical care medicine |
ଲକ୍ଷଣ | ଅଧିକାଂଶ ସମୟରେ ଲୋକଟିଏ ଅଚେତ (unconscious) ଅବସ୍ଥାରେ ମିଳେ,[1][2] ଉଦ୍ଧାର କଲାପରେ ବାନ୍ତି, ଦ୍ୱନ୍ଦ୍ୱ, ଚେତାଶୁନ୍ୟ [2][3] |
ଆକ୍ରାନ୍ତ ସମୟ | ଦୃତ[3] |
ବିପଦ କାରକ | ଆଲକହଲ ବ୍ୟବହାର, ଅପସ୍ମାର ବାତ, ନିମ୍ନ ସାମାଜିକ-ଅର୍ଥନୈତିକ ପରିସ୍ଥିତି (low socioeconomic status), ସୁଲଭ ଜଳାଶୟ [4] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ [3] |
ସଠିକ ରୋଗ ନିର୍ଣ୍ଣୟ | ଆତ୍ମହତ୍ୟା, ଫିଟସ ବା ବାତ (seizure), ହାଇପୋଗ୍ଲାସେମିଆ (hypoglycemia), ହୃତ୍ପିଣ୍ଡ ଆରିଦମିଆ (heart arrhythmia)[2] |
ପ୍ରତିକାର | ବାଡ଼ଥିବା ଜଳାଶୟ, ପହଁରା ଶିକ୍ଷା, ନିରାପଦ ଡଙ୍ଗା ଅଭ୍ୟାସ ।[4][5] |
ଔଷଧ | ଅମ୍ଳଜାନ ଥେରାପି (Oxygen therapy), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଭାସୋପ୍ରେସର (vasopressors)[6] |
ଚିକିତ୍ସା | ରକ୍ଷାକାରୀ ଶ୍ୱାସକ୍ରିୟା (Rescue breathing), ସିପିଆର (CPR), ମେଡିକାଲ ଭେଣ୍ଟିଲେସନ (mechanical ventilation)[6] |
ପୁନଃପୌନିକ | ୪.୫ ନିୟୁତ (୨୦୧୫)[7] |
ମୃତ୍ୟୁ ସାନ୍ଦ୍ରତା | ୩୨୪,୦୦୦ (୨୦୧୫)[8] |
ଜଳାଶୟ ପାଖରେ ଥିଲେ ଓ ପାଗ ଉଷୁମ ଥିବା ଅବସ୍ଥାରେ ଅଧିକ ବୁଡ଼ିଯିବା ଦେଖାଯାଏ ।[10][4] ଆଲକହଲ ବ୍ୟବହାର, ଅପସ୍ମାର ବାତ, ନିମ୍ନ ସାମାଜିକ-ଅର୍ଥନୈତିକ ପରିସ୍ଥିତି (low socioeconomic status) ଇତ୍ୟାଦି ଥିଲେ ଏହି ସଙ୍କଟ ଅଧିକ ରହେ ।[4] ସ୍ୱିମିଙ୍ଗ ପୁଲ, ଗାଧୁଆ ଟବ ଇତ୍ୟାଦି ସ୍ଥାନମାନଙ୍କରେ ଏହି ଭଳି ଘଟଣା ଘଟେ ।[3][6] ବୁଡ଼ିଗଲା ବେଳେ ଲୋକ ପ୍ରଥମେ ପ୍ରଶ୍ୱାସ ରୋକନ୍ତି ଓ ତାହାପରେ ଲାରିଙ୍କସ ସ୍ପାଜମ ହୋଇ ଦେହରେ ଅମ୍ଳଜାନ ସ୍ତର କମିଯାଏ ।[10] ଏହି ପ୍ରସଙ୍ଗରେ ପରେ ଫୁସଫୁସ ଭିତରେ ଜଳ ପ୍ରବେଶ କରେ ।[10]
ବୁଡ଼ିନଯିବା ପାଇଁ ପିଲାଙ୍କୁ ପହଁରା ଶିକ୍ଷା ଦେବା, ଡଙ୍ଗା ଚଲା ଶିକ୍ଷା ଓ ଜଳାଶୟକୁ ସହଜରେ ନଯିବା ବ୍ୟବସ୍ଥା କରିବା ଦରକାର । [4][5] ଶ୍ୱାସକ୍ରିୟା ନହେଉଥିବା ଲୋକଙ୍କର ଶ୍ୱାସନଳୀରୁ ତରଳ ପଦାର୍ଥ କାଢ଼ିବା ବ୍ୟବସ୍ଥା କରାଯାଏ ।[6] ପାଣି ଭିତରେ ଏକ ଘଣ୍ଟାରୁ କମ୍ ସମୟ ବୁଡ଼ିରହିଥିବା ଓ ହୃତ୍ପିଣ୍ଡ ବନ୍ଦଥିବା (heart is not beating) ଲୋକର କାର୍ଡ଼ିଓପଲମୋନାରୀ ରିସସିଟେସନ (cardiopulmonary rescitation) କରିବାକୁ ସୁପାରିସ କରାଯାଏ ।[6] ଅଳ୍ପ ସମୟ ପାଣି ଭିତରେ ଥିବା ଲୋକଙ୍କର ବଞ୍ଚିବା ହାର ଅଧିକ ରହେ ।[6] ବଞ୍ଚିଯାଇଥିବା ପିଲାଙ୍କ ମଧ୍ୟରୁ ୭.୫% କେଶ୍ରେ ଫଳାଫଳ ବିଶେଧ ଉତ୍ସାହଜନକ ରହେନାହିଁ । [6]
ସନ ୨୦୧୫ରେ ପ୍ରାୟ ୪.୫ ନିୟୁତ ଲୋକ ଅନିଚ୍ଛାକୃତ ଭାବରେ ବୁଡ଼ିଯାଇଥିଲେ ।[7] ଏହା ଫଳରେ ସେହି ବର୍ଷ ଅନିଚ୍ଛାକୃତ ଆଘାତ (unintentional injuries) ଯୋଗୁ ପ୍ରାୟ ୩୨୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଯାହା ପତନ (falls) ଓ ମଟର ଭେହିକ୍ଲ ଧକ୍କା (motor vehicle collisions) ପରେ ତୃତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟାର କାରଣ ବିବେଚିତ ହୋଇଥିଲା ।[8] ଏହି ମୃତ୍ୟୁ ସଂଖ୍ୟାରୁ ୫୬,୦୦୦ କେବଳ ୫ବର୍ଷରୁ କମ୍ ବୟସର ପିଲା ଥିଲେ ।[8] ଆଘାତ ଜନିତ ମୃତ୍ୟୁ ସଂଖ୍ୟାର ଏହା ପ୍ରାୟ ୭% ଓ ଏମାନଙ୍କ ମଧ୍ୟରୁ ୯୦% ବିକାଶଶୀଳ ଦେଶରେ (developing countries) ହୋଇଥିଲା ।[4][8] ପୁରୁଷ ଓ ଅଳ୍ପ ବୟସ୍କ ପିଲାମାନେ ଅଧିକ ବୁଡ଼ିଯିବା ଦେଖାଯାଏ ।[4]