![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/58/GHS-pictogram-skull.svg/langor-640px-GHS-pictogram-skull.svg.png&w=640&q=50)
ବିଷ
ଶରୀରର କ୍ଷତି ସାଧନ କରୁଥିବା ପଦାର୍ଥ / From Wikipedia, the free encyclopedia
ବିଷ ଶବ୍ଦ ଜୀବ ବିଜ୍ଞାନରେ କେତେକ ପଦାର୍ଥମାନଙ୍କୁ ବୁଝାଏ ଯାହା ଜୀବ ଦେହକୁ ଯଥେଷ୍ଟ ପରିମାଣରେ ଗଲେ ରାସାୟନିକ ବା ଅନ୍ୟାନ୍ୟ ପଦ୍ଧତିରେ ତାହାର ଶରୀରର କ୍ଷତି ସାଧନ ହୁଏ ।[1][2]
![Thumb image](http://upload.wikimedia.org/wikipedia/commons/thumb/5/58/GHS-pictogram-skull.svg/640px-GHS-pictogram-skull.svg.png)
ପଶୁ ବିଜ୍ଞାନ ଓ ଜୀବ ବିଜ୍ଞାନରେ ଟକ୍ସିନ ଓ ଭେନମ୍ଠାରୁ ବିଷକୁ ପୃଥକ୍ କରାଯାଏ । ପଶୁମାନଙ୍କ କାମୁଡ଼ା ବା ଡଙ୍କ ମାରିବା ଯୋଗୁ ଇଞ୍ଜେସନ ହୋଇଥିବା ଟକ୍ସିନକୁ ଭେନମ ନାମ ଦିଆଯାଏ ଓ ଜୀବ ଦେହରେ ପ୍ରାକୃତିକ ପଦ୍ଧତିରେ ତିଆରି ହେଉଥିବା ବିଷାକ୍ତ ପଦାର୍ଥକୁ ଟକ୍ସିନ କୁହାଯାଏ । ପ୍ରସ୍ତୁତି ଓ ପ୍ରଦାନ ଅନୁସାରେ ଏହାର ନାମକରଣ କରାଯାଇଥାଏ । କାରଖାନା, କୃଷି ଓ ଅନ୍ୟାନ୍ୟ ବିଭାଗ ବିଷକୁ ଅନ୍ୟ ବିଷାକ୍ତ କାରଣରୁ ବ୍ୟବହାର ନ କରି ଅନ୍ୟ କାରଣ ଯୋଗୁ ବ୍ୟବହାର କରାଯାଏ । କୀଟନାଶକ ଦଳର ପଦାର୍ଥମାନଙ୍କୁ କେବଳ ବିଷମୟ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ ।
ସନ ୨୦୧୩ରେ ୩.୩ ନିୟୁତ ଲୋକ ଅନିଚ୍ଛାକୃତ ବିଷର ଶିକାର ହୋଇଥିଲେ ।[3] ଏହା ଫଳରେ ୯୮,୦୦୦ ମୃତ୍ୟୁ ହୋଇଥିଲା କିନ୍ତୁ ପୃଥିବୀରେ ସନ ୧୯୯୦ରେ ୧୨୦,୦୦୦ମୃତ୍ୟୁ ହୋଇଥିଲା ।[4]