ବିଦ୍ୟୁତ୍ ସ୍ରୋତ
From Wikipedia, the free encyclopedia
ବୈଦ୍ୟୁତିକ ଚାର୍ଜର ପ୍ରବାହକୁ ବିଦ୍ୟୁତ୍ ସ୍ରୋତ (ଇଲେକ୍ଟ୍ରିକ୍ କରେଣ୍ଟ୍ ) କୁହାଯାଏ । ସାଧାରଣତଃ ଗୋଟିଏ ବୈଦ୍ୟୁତିକ ପରିପଥରେ ଥିବା ତାର ଗୁଡ଼ିକରେ ଚଳମାନ ଇଲେକ୍ଟ୍ରୋନ୍ଗୁଡ଼ିକ ଏହି ଚାର୍ଜ ବହନ କରିଥା'ନ୍ତି । ଇଲେକ୍ଟ୍ରୋଲାଇଟ୍ ଗୁଡ଼ିକରେ ଆୟନ୍ ଏବଂ ପ୍ଲାଜମାରେ ଉଭୟ ଆୟନ ଓ ଇଲେକ୍ଟ୍ରୋନ ଗୁଡ଼ିକ ଏହି ଚାର୍ଜ ବହନ କରନ୍ତି ।[1]
'ବିଦ୍ୟୁତ୍ ସ୍ରୋତ' ମାପିବା ପାଇଁ ବ୍ୟବହୃତ SI ୟୁନିଟ ହେଉଛି ଆମ୍ପିୟର୍ - ଏହା ଏକ ନିର୍ଦ୍ଧିଷ୍ଟ ପୃଷ୍ଠରେ, ଗୋଟିଏ କୁଲମ୍ବ ପ୍ରତି ସେକେଣ୍ଡ ହାରରେ, ବୈଦ୍ୟୁତିକ ଚାର୍ଜର ପ୍ରବାହକୁ ବୁଝାଏ । ଇଲେକ୍ଟ୍ରିକ୍ କରେଣ୍ଟ୍କୁ ଏମିଟର୍ଦ୍ୱାରା ମପାଯାଏ ।[2]
ବିଦ୍ୟୁତ୍ ସ୍ରୋତ, ଜୁଲ୍ ତାପନର ମୁଖ୍ୟ କାରଣ ଅଟେ, ଯାହାକି ଇନ୍କଣ୍ଡେସେଣ୍ଟ୍ ଲାଇଟ୍ ବଲ୍ବ୍ରେ ଆଲୋକ ସୃଷ୍ଟିକରେ । ଏହା ଚୁମ୍ବକୀୟ କ୍ଷେତ୍ର ମଧ୍ୟ ସୃଷ୍ଟି କରେ, ଯାହାକି ମୋଟର, ଜେନେରେଟର ଏବଂ ଇଣ୍ଡକ୍ଟର ଗୁଡ଼ିକରେ ବ୍ୟବହୃତ ହୁଏ । ବିଦ୍ୟୁତ ସ୍ରୋତ ସାଧାରଣତଃ ଦୁଇ ପ୍ରକାରର: Direct current (DC) ବା ସଳଖ ବିଦ୍ୟୁତ ସ୍ରୋତ ଏବଂ Alternate current (AC) ବା ପ୍ରତ୍ୟାବର୍ତ୍ତୀ ବିଦ୍ୟୁତ ସ୍ରୋତ ।