ବାୟୁରୁ-ବାୟୁ କ୍ଷେପଣାସ୍ତ୍ର
From Wikipedia, the free encyclopedia
ଏକ ବାୟୁରୁ-ବାୟୁ କ୍ଷେପଣାସ୍ତ୍ର (ଇଂରାଜୀ: air-to-air missle ବା AAM) ହେଉଛି ଅନ୍ୟ ଏକ ବିମାନକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏକ ବିମାନରୁ ପ୍ରକ୍ଷେପିତ କ୍ଷେପଣାସ୍ତ୍ର | ବାୟୁରୁ-ବାୟୁ କ୍ଷେପଣାସ୍ତ୍ରଗୁଡ଼ିକ ସାଧାରଣତଃ ଏକ ବା ଏକାଧିକ ରକେଟ୍ ମୋଟରଦ୍ୱାରା ଚାଳିତ, ସାଧାରଣତଃ କଠିନ ଇନ୍ଧନଯୁକ୍ତ କିନ୍ତୁ ବେଳେବେଳେ ତରଳ ଇନ୍ଧନଯୁକ୍ତ | ରାମଜେଟ୍ ଇଞ୍ଜିନ୍, ଯେପରି ମିଟଅର (କ୍ଷେପଣାସ୍ତ୍ର)ରେ ବ୍ୟବହୃତ ହୋଇଛି, ତାହା ନୂତନ ପ୍ରଣୋଦନ (propulsion) କ୍ଷେପଣାସ୍ତ୍ରଗୁଡ଼ିକୁ ସେମାନଙ୍କ ଶତ୍ରୁବିମାନକୁ ଗୋଡେଇଲା ବେଳେ ଅଧିକ ହାରାହାରି ଗତି ବଜାୟ ରଖିବାରେ ସକ୍ଷମ କରିବ |
ବାୟୁରୁ-ବାୟୁ କ୍ଷେପଣାସ୍ତ୍ରଗୁଡ଼ିକ ମୁଖ୍ୟତ ଦୁଇଟି ଗୋଷ୍ଠୀରେ ରଖାଯାଇଛି | ଯେଉଁମାନେ ୩୦କି.ମି.ରୁ କମ୍ ରେଞ୍ଜରେ ବିପକ୍ଷ ବିମାନକୁ ନିୟୋଜିତ କରିବା ପାଇଁ ପରିକଳ୍ପିତ ହେଇଛନ୍ତି ସେମାନକୁ ନିମ୍ନ ଦୂରଗାମୀ କ୍ଷେପଣାସ୍ତ୍ର (ଇଂରାଜୀରେ SRAAM) ନାମେ ପରିଚିତ | ଏମାନଙ୍କୁ ବେଳେବେଳେ "ବାୟୁଯୁଦ୍ଧ" କ୍ଷେପଣାସ୍ତ୍ର ବୋଲି କୁହାଯାଏ । ଅଧିକାଂଶ ଅବଲୋହିତ ମାର୍ଗଦର୍ଶନ(infrared guidance) ବ୍ୟବହାର କରନ୍ତି ଏବଂ ଏହାକୁ ଉତ୍ତାପ-ଖୋଜୁଥିବା କ୍ଷେପଣାସ୍ତ୍ର (heat-seeking missiles) କୁହାଯାଏ | ଏହାର ବିପରୀତରେ, ମଧ୍ୟମ କିମ୍ବା ଦୂର ଦୂରଗାମୀ କ୍ଷେପଣାସ୍ତ୍ର, ଯାହା ଉଭୟ ଦୃଶ୍ୟ-ସୀମା ପାର କ୍ଷେପଣାସ୍ତ୍ର ବର୍ଗରେ ଆସିଥାନ୍ତି, ରାଡାର ମାର୍ଗଦର୍ଶନ ଉପରେ ନିର୍ଭର କରନ୍ତି, ଯେଉଁଥିରେ ଅନେକ ପ୍ରକାର ଅଛି | କିଛି ଆଧୁନିକ କ୍ଷେପଣାସ୍ତ୍ରମାନେ କ୍ଷେପଣାସ୍ତ୍ରକୁ ଏକ ସକ୍ରିୟ ଆଗମନ ସମ୍ବେଦକ (active homing sensor) ବ୍ୟବହାର କରିବାକୁ ଯଥେଷ୍ଟ ନିକଟତର କରିବା ପାଇଁ ନିଷ୍କ୍ରିୟ ମାର୍ଗଦର୍ଶନ (inertial guidance) ଏବଂ/କିମ୍ବା “ମଧ୍ୟ-ରାସ୍ତା ଅଦ୍ୟତନ" (mid-course updates) ବ୍ୟବହାର କରନ୍ତି | ବାୟୁରୁ-ବାୟୁ କ୍ଷେପଣାସ୍ତ୍ର ଏବଂ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ରର ଧାରଣା ଅତ୍ୟନ୍ତ ଘନିଷ୍ଠ ଅଟେ ଏବଂ କେତେକ କ୍ଷେତ୍ରରେ ସମାନ ଅସ୍ତ୍ରର ସଂସ୍କରଣ ଉଭୟ ଭୂମିକା ପାଇଁ ବ୍ୟବହୃତ ହୋଇପାରେ, ଯେପରିକି ASRAAM ଏବଂ ସି ସେପ୍ଟର |