From Wikipedia, the free encyclopedia
ବାସିଲାର ଖପୁରୀ ଅସ୍ଥିଭଗ୍ନ (ଇଂରାଜୀ ଭାଷାରେ basilar skull fracture) ଏକ ଅସ୍ଥି ଭଗ୍ନ ଯାହା ଖପୁରୀର ନିମ୍ନ ଭାଗ ବା ବେସ୍ରେ (base of the skull) ଦେଖାଯାଏ । [1] ଏହିପରି ଭଗ୍ନ ହେଲେ କାନ ପଛ ପଟେ ଚର୍ମ ଭିତରେ ରକ୍ତଚିହ୍ନ ବା ବେଟଲ ଚିହ୍ନ (bruising behind the ears), ପେରିଅର୍ବିଟାଲ ଏକିମୋସିସ (bruising around the eyes) ଓ ହେମୋଟିମ୍ପାନିଅମ (blood behind the ear drum) ଦେଖାଯାଇପାରେ ।[1] ପ୍ରାୟ ୨୦% ରୋଗୀଙ୍କର ସେରେବ୍ରୋସ୍ପାଇନାଲ ଫ୍ଲୁଇଡ (CSF) ଛିଦ୍ର ହୋଇ ରାଇନୋରିଆ (fluid leaking from the nose), ବା ଅଟୋରିଆ (ear) ହୁଏ ।[1] ପ୍ରାୟ ୧୪% ରୋଗୀଙ୍କର ଜଟିଳ ମେନିଞ୍ଜାଇଟିସ୍ ହୁଏ ।[2] ଆଉ ମଧ୍ୟ ଅଧିକ ଜଟିଳ ହେଲେ କ୍ରାନିଆଲ ସ୍ନାୟୁ ବା ରକ୍ତନଳୀ ଆଘାତ ପ୍ରାପ୍ତ ହୁଏ । [1]
ବାସିଲାର ଖପୁରୀ ଅସ୍ଥିଭଗ୍ନ (Basilar skull fracture) | |
---|---|
ବାସାଲ ଖପୁରୀ ଅସ୍ଥିଭଗ୍ନ (Basal skull fracture), ସ୍କଲ ବେସ ଅସ୍ଥିଭଗ୍ନ (skull base fractures)[1] | |
ବିଭାଗ | ଆଶୁ ଭେଷଜ ବିଜ୍ଞାନ (Emergency medicine), ସ୍ନାୟୁ ଶଲ୍ୟ ଚିକିତ୍ସା (neurosurgery) |
ଲକ୍ଷଣ | ବେଟଲ ସାଇନ (Bruising behind the ears), ପେରିଅର୍ବିଟାଲ ଏକିମୋସିସ (bruising around the eyes), ହେମୋଟିମ୍ପାନିଅମ (blood behind the ear drum)[1] |
କାରଣ | ମେଜର ଆଘାତ (Trauma)[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ସିଟି ସ୍କାନ (CT scan)[1] |
ଚିକିତ୍ସା | ଖପୁରୀ (skull) ଭିତର ଆଘାତର ଚିକିତ୍ସା ।[1] |
ପୁନଃପୌନିକ | ~ ସାଂଘାତିକ ମୁଣ୍ଡ ଆଘାତର (head injuries) ୧୨%[1] |
ଏହି ଲକ୍ଷଣ ପ୍ରକାଶ ନିମନ୍ତେ ଯଥେଷ୍ଟ ପରିମାଣର ଆଘାତ ଆବଶ୍ୟକ ହୁଏ ।[1] ଟେମ୍ପୋରାଲ (temporal bone), ଅକସିପିଟାଲ (occipital bone), ସ୍ଫିନଏଡ (sphenoid bone), ଫ୍ରଣ୍ଟାଲ (frontal bone) ଓ ଏଥମଏଡ (ethmoid bone) ହାଡ଼ମାନଙ୍କ ମଧ୍ୟରୁ ଅତି କମ୍ରେ ଗୋଟିଏ ହାଡ଼ ଭାଙ୍ଗିଲେ ଏହି ଅବସ୍ଥା ସୃଷ୍ଟି ହୁଏ ।[1] ଏହି ଭଙ୍ଗାମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ: ଆଣ୍ଟିରିଅର ଫୋସା (anterior fossa), ମିଡ୍ଲ ଫୋସା (middle fossa) ବା ପୋଷ୍ଟିରିଅର ଫୋସା (poterior fossa) ଭଙ୍ଗା । [1] ମୁଖ ମଣ୍ଡଳ ଭଙ୍ଗା (Facial fractures) ମଧ୍ୟ ହୋଇପାରେ ।[1] ସିଟି ସ୍କାନ (CT scan କରି ରୋଗ ନିର୍ଣ୍ଣୟ କରାଯାଏ ।[1]
ଖପୁରୀ ଭତରେ ଥିବା ଆଘାତପ୍ରାପ୍ତ ଅଙ୍ଗ ଅନୁସାରେ ଚିକିତ୍ସା କରାଯାଏ ।[1] ସିଏସଏଫ ଛିଦ୍ର ବନ୍ଦ କରିବା, ସ୍ନାୟୁ ଓ ରକ୍ତନଳୀ ଆଘାତ ନିମନ୍ତେ ଅପରେଶନ କରାଯାଇପାରେ ।[1] ପ୍ରତିଷେଧକ ଆଣ୍ଟିବୟୋଟିକ (antibiotics) ବ୍ୟବହାର ସ୍ପଷ୍ଟ ନୁହେଁ ।[3][2] ସାଂଘାତିକ ମୁଣ୍ଡ ଆଘାତ (head injury) ହେଲେ ପ୍ରାୟ ୧୨% ରୋଗୀଙ୍କର ଏହି ଭଙ୍ଗା ଦେଖାଯାଏ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.