ବାଇପୋଲାର ଡିଜଅଡର
ମାନସିକ ବିକୃତି / From Wikipedia, the free encyclopedia
ବାଇପୋଲାର ଡିଜଅଡର ବା ବାଇପୋଲାର ଆଫେକ୍ଟିଭ ଡିଜଅଡର (ଇଂରାଜୀରେ ଯଥାକ୍ରମେ bipolar disorder, bipolar affective disorder ଓ ଅତୀତରେ ଏହାର ନାମ ମାନିକ ଡିପ୍ରେସିଭ ଅସୁସ୍ଥତା ଇଂରାଜୀରେ manic-depressive illness), ଏକ ମାନସିକ ରୋଗ ଯେଉଁଥିରେ ସାମୟିକ ଉଚ୍ଚ ପ୍ରସନ୍ନତା (elevated mood) ଓ ତୀବ୍ର ଅବସାଦ (periods of depression) ଦେଖାଯାଏ ।[1][2] ଉଚ୍ଚ ପ୍ରସନ୍ନତାକୁ ଗମ୍ଭୀରତା ଅନୁଯାୟୀ ବା ସାଇକୋସିସ ଥିଲେ ମାନିଆ ବା ହାଇପୋମାନିଆ ନାମ ଦିଆଯାଏ । ମାନିଆ ଥିଲେ ରୋଗୀ ଅହେତୁକ ସୁଖୀ, ଶକ୍ତିଶାଳୀ ବା ଚିଡ଼ଚିଡ଼ା ଅନୁଭବ କରେ । [1] ସମସ୍ୟାର ଫଳାଫଳକୁ ବିଚାରକୁ ନ ନେଇ ସେମାନେ ସିଦ୍ଧାନ୍ତ ନିଅନ୍ତି । ଶୟନ ଆବଶ୍ୟକତା କମିଯାଏ । [2] ଅବସାଦ ସମୟରେ ଅଯଥା କ୍ରନ୍ଦନ, ଆଖିରେ ଆଖି ମିଶେଇବା ଅକ୍ଷମତା ଓ ଜୀବନ ପ୍ରତି ବିଯୁକ୍ତାତ୍ମକ ଦୃଷ୍ଟିକୋଣ ଅନୁଭବ ହୁଏ । [1] ନିଜର କ୍ଷତି (self harm) ୩୦ରୁ ୪୦% ଲୋକ କରନ୍ତି ଓ ଆତ୍ମହତ୍ୟା ପ୍ରବଣ ୨0 ବର୍ଷ ମଧ୍ୟରେ ୬ % ରୋଗୀ କରନ୍ତି । [1] ଅନ୍ୟ ମାନସିକ ଅବସ୍ଥା ଓ ନିଶା ଅପବ୍ୟବହାର ଏହା ସହ ସଂଯୁକ୍ତ ଥାଏ । [1]
Bipolar disorder | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | psychiatry[*], clinical psychology[*] |
ଆଇସିଡ଼ି-୧୦ | F31. |
ଆଇସିଡ଼ି-୯-ସିଏମ୍ | 296.0, 296.1, 296.4, 296.5, 296.6, 296.7, 296.8 |
ଓଏମ୍ଆଇଏମ୍ | 125480 309200 |
ରୋଗ ଡାଟାବେସ | 7812 |
ମେଡ଼ିସିନ-ପ୍ଲସ | 000926 |
ଇ-ମେଡ଼ିସିନ | med/229 |
Patient UK | ବାଇପୋଲାର ଡିଜଅଡର |
MeSH | D001714 |
ଏହି ରୋଗର କାରଣ ଏବେ ବି ଅସ୍ପଷ୍ଟ, ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହୋଇପାରେ । [1] ଅନେକ ସ୍ୱଳ୍ପ ପ୍ରଭାବ ସମ୍ପର୍ଣ୍ଣ ଜିନମାନଙ୍କର ଏହି ରୋଗ ହେବାରେ ଭୂମିକା ଥାଏ । [1][3] ପରିବେଶ ଉପାଦାନ ମଧ୍ୟରେ ମାନସିକ ଚାପ ଓ ଶୈଶବ ଅବହେଳା (childhood abuse) ମୁଖ୍ୟ କାରଣ ଥାଏ । [1] ଯଦି ରୋଗୀର ଅତି କମ୍ରେ ଗୋଟିଏ ଥର ମାନିକ ଘଟଣା ଥାଏ ତା'ହେଲେ ବାଇପୋଲାର ୧ ଡିଜଅଡର ଓ ଯଦି ଅତି କମ୍ରେ ଗୋଟିଏ ହାଇପୋମାନିକ ଘଟଣା ସହ ଘୋଟିଏ ବଡ଼ ଅବସାଦ ଘଟଣା ଥାଏ ତା'ହେଲେ ବାଇପୋଲାର ୨ ଡିଜଅଡର କୁହାଯାଏ । ସ୍ୱଳ୍ପ ଲକ୍ଷଣ ସମ୍ପର୍ଣ୍ଣ ଦୀର୍ଘକାଳୀନ ରୋଗ ଥିଲେ ସାଇକ୍ଲୋଥାଇମିକ ଡିଜଅଡର କୁହାଯାଏ । ନିଶା ଓ ଅନ୍ୟ ଡାକ୍ତରୀ କାରଣଯୋଗୁ ହେଲେ ଏହାର ବର୍ଗୀକରଣ ଅନ୍ୟ ଭାବରେ ହୁଏ । [2] ସମ ସମସ୍ୟା ସମ୍ପର୍ଣ୍ଣ ଅନ୍ୟ ରୋଗମାନଙ୍କ ନାମ: ନିଶା ଅପବ୍ୟବହାର, ବ୍ୟକ୍ତିତ୍ୱ ଡିଜଅଡର, ଅନୁଧ୍ୟାନ ଅଭାବ ଡିଜଅଡର ଓ ସିଜୋଫ୍ରେନିଆ ତଥା ଅନେକ ଡାକ୍ତରୀ ରୋଗ । [1]
ସାଧାରଣତଃ ଏହି ରୋଗୀମାନଙ୍କର ମନସ୍ତତ୍ତ୍ୱ ଚିକିତ୍ସା ଓ ମତି ସଂସ୍ଥାପନା ଔଷଧ କିମ୍ବା ମନୋବିକାର ଚିକିତ୍ସା କରାଯାଏ । ଲିଥିଅମ ଓ ଆଣ୍ଟିକନଭଲ୍ସାଣ୍ଟ ଔଷଧ ମତି ସଂସ୍ଥାପନା ନିମନ୍ତେ ଦିଆଯାଏ । ରୋଗୀର ଅନିଚ୍ଛା ସତ୍ତ୍ୱେ ଡାକ୍ତରଖାନା ଚିକିତ୍ସା ଦରକାର ହୋଇପାରେ ଯେତେବେଳେ କି ରୋଗୀର ନିଜ ଓ ଅନ୍ୟପ୍ରତି ସଙ୍କଟ ଥାଏ ତଥାପି ଚିକିତ୍ସା କରିବାକୁ ଇଚ୍ଛା କରେନି । ଅତିଶୟ ବ୍ୟବହାରିକ ଅସୁବିଧା ଥିଲେ ସ୍ୱଳ୍ପକାଳୀନ ବେଞ୍ଜୋଡାଏଜେପିନ ବା ଆଣ୍ଟିସାଇକୋଟିକ ଦିଆଯାଏ । ମାନିଆ ସମୟରେ ଆଣ୍ଟିଡିପ୍ରେସାଣ୍ଟ ଦେବା ବନ୍ଦ କରିଦିଆଯାଏ । ଅବସାଦ ସମୟରେ ଯଦି ଆଣ୍ଟିଡିପ୍ରେସାଣ୍ଟ ଦିଆଯାଏ ତେବେ ଏହା ସହ ମୁଡସ୍ଟାବିଲାଇଜର ଦିଆଯାଏ । ଅନ୍ୟ ଚିକିତ୍ସା କିଛି କାମ ନ କଲେ ଇଲେକ୍ଟ୍ରୋକନଭଲ୍ସିଓଥେରାପି (Electroconvulsive therapy) ଉପକାରରେ ଆସେ । ଔଷଧ ବନ୍ଦ କରିବାକୁ ହେଲେ ହଠାତ୍ ବନ୍ଦ ବ କରି ଧୀରେ ବନ୍ଦ କରାଯାଏ । ଅଧିକାଂଶ ଲୋକଙ୍କର ସାମାଜିକ, ଆର୍ଥିକ କିମ୍ବା କର୍ମ ବୈଷୟିକ ଅସୁବିଧା ଏହି ରୋଗ ଯୋଗୁ ଥାଏ । ହାରାହାରି ୧/୩ରୁ ୧/୪ ସମୟରେ ଏହି ଅସୁବିଧା ହୁଏ । ସାଧାରଣ ଲୋକମାନଙ୍କର ମୃତ୍ୟୁ ସଙ୍କଟ ଅପେକ୍ଷା ଏହି ରୋଗୀଙ୍କର ୨ଗୁଣ ଅଧିକ ସଙ୍କଟ ଥାଏ । ଏହା ଦରିଦ୍ର ଜୀବନଚର୍ଯ୍ୟା ଓ ଔଷଧମାନଙ୍କର ପ୍ରତିକ୍ରିୟା ଯୋଗୁ ହୁଏ । [1]
ଆମେରିକାରେ ୩ % ଲୋକଙ୍କର ଜୀବନର ଯେ କୌଣସି ସମୟରେ ବାଇପୋଲାର ରୋଗ ହୁଏ । [4] ଅନ୍ୟ ଦେଶମାନଙ୍କରେ ଏହି ହାର ୧% ଥାଏ । ସାଧାରଣତଃ ୨୫ ବର୍ଷ ବୟସରେ ଏହି ରୋଗ ଆରମ୍ଭ ହୁଏ । [1] ପୁରୁଷ ଓ ମହିଳାମାନଙ୍କର ସମାନ ହାର ଥାଏ । [5] ଆମେରିକାରେ ୧୯୯୧ ବର୍ଷରେ ଏହି ରୋଗର ଆର୍ଥିକ କ୍ଷତି ପ୍ରାୟ ୪୫ ବିଲିଅନ ଡଲାର । [6] ବାର୍ଷିକ ୫୦ କର୍ମଦିବସରେ ଅନୁପସ୍ଥିତି ଏହି ରୋଗ ସହ ସମ୍ପର୍କ ଥିବା ଜଣାଯାଏ । [6] ଅଧିକାଂଶ ସମୟରେ ବାଇପୋଲାର ଡିଜଅଡର ରୋଗୀ ସାମାଜିକ ଲାଞ୍ଛନ (social stigma) ସହ୍ୟ କରନ୍ତି ।[1]