ବାଇଗଣ
ପରିବା / From Wikipedia, the free encyclopedia
ବାଇଗଣ ଇଂରାଜୀ : Brinjal କିମ୍ବା eggplant (ବଟାନୀକାଲ ନାମ: Solanum melongena L)।[1][2] ଏହା କୃଷି ଜାତ ବାର୍ଷିକ ଗୁଳ୍ମ । ଏହାର ଫଳକୁ ପରିବା ଭାବେ ବ୍ୟବହାର କରାଯାଏ । ଲୋକେ ବାଇଗଣକୁ ତରକାରୀ, ପୋଡ଼ା ଓ ଭଜା କରି ଖାଆନ୍ତି । ବାଇଗଣ ଧଳା, କଳା, ବାଇଗଣିଆ ଓ ସବଜା ଭେଦରେ ନାନାପ୍ରକାର । କେତେକ ବାଇଗଣ ଡ଼ାଳ ଓ ପତ୍ର ଡ଼େମ୍ଫରେ କଣ୍ଟା ଥାଏ ଏବଂ କେତେକରେ ନ ଥାଏ । ବାଇଗଣ ମଞ୍ଜି ଛୋଟ, ଚେପଟା ଓ ଗୋଲ ଥିବାରୁ ଯେଉଁ ଲେଖା ଅକ୍ଷର ଛୋଟ ଓ ଗୋଲ ହୋଇ ଥାଏ ତାକୁ ବାଇଗଣ ମଞ୍ଜି ସଙ୍ଗେ ତୁଳନା କରାୟାଏ; ବୈଦ୍ୟକମତରେ ଏହା ମଧୁରରସ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, କଟୁବିପାକ, ଅଗ୍ନିବିପାକ, ଅଗ୍ନିଦୀପକ ଶୁକ୍ରଜନକ, ଲଘୁ ଓ ବାୟୁ ଜର ଏବଂ ଶ୍ଲେଷନାଶକ, କଷି ବାଇଗଣ କଫ ଓ ପିତ୍ତନାଶକ ପାଚିଲା ବାଇଗଣ ପିତ୍ତକାରକ ଓ ଗୁରୁ; ପୋଡ଼ା ବାଇଗଣ କିଞ୍ଚିତ୍ ପିତ୍ତକର, ଲଘୁ, ଅଗ୍ନିଦୀପକ ଓ କଫ, ମେଦ ବାୟୁ ଓ ଆମଦୋଷର ଶାନ୍ତିକର କୁକୁଟାଣ୍ଡ ପରି ଏକ ପ୍ରକାର ଧଳା ବାଇଗଣ ଅର୍ଶରୋଗରେ ବିଶେଷ ହିତକର ।
ବାଇଗଣ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Solanales |
କୁଳ: | Solanaceae |
ପ୍ରଜାତି: | Solanum |
ଜାତି: | S. melongena |
ବାଇନୋମିଆଲ ନାମ | |
Solanum melongena | |
Synonyms | |
Solanum ovigerum Dunal |
ବେଏ କୋଳି ନାମକ କଣ୍ଟାଲତରେ ବାଇଗଣ ପରି ଅତି ଛୋଟ ଛୋଟ ଫଳ ଫଳେ ଏବଂ ତାହା ଔଷଧରେ ବ୍ୟବହୃତ ହୁଏ । ଜଙ୍ଗଲରେ ଏହି ଜାତୀଯ ଏକପ୍ରକାର ଗଛ ୮/୧୦ ହାତ ଉଚ୍ଚରେ ବଢ଼େ ଓ ତହିଁରେ ବାଇଗଣ ଆକୃତି ବିଶିଷ୍ଟ ଗୋଟାଳି ପରି କ୍ଷୁଦ୍ରଫଳ ଧରେ; ଏହାର ନାମ ଗୋଠ ବାଇଗଣ (ବଂ. ଗୋଟବେଗୁନ)