From Wikipedia, the free encyclopedia
ବନ୍ଧୁକ ଏକ ସାଧାରଣ ନଳୀ ଅସ୍ତ୍ର ବା ଅନ୍ୟ ଯେ କୌଣସି ଉପକରଣ ଯାହା ମଧ୍ୟରୁ କୌଣସି ପଦାର୍ଥ ପ୍ରେରଣ କରିବା ନିମନ୍ତେ ତିଆରି ହୋଇଛି ।[1] ଏହି ପ୍ରେରିତ ବସ୍ତୁ କଠିନ, ତରଳ, ଗ୍ୟାସ ବା ଶକ୍ତି ହୋଇପାରେ ଯେପରିକି ଗୁଳି ବା ତୋପ ଖୋଳ ବା ବର୍ଚ୍ଛା ବା ଟାସେର (en:Taser) ଯାଞ୍ଚ । ଡିଜାଇନ ଅନୁସାରେ ପ୍ରକ୍ଷେପଣ ହୁଏ କିନ୍ତୁ ସାଧାରଣତଃ ଏହା ଗ୍ୟାସ ଚାପଦ୍ୱାରା ହୁଏ ଯାହା ତ୍ୱରିତ ଦାହକ ସାହାଯ୍ୟରେ ବା ଚାପଯୁକ୍ତ ଷ୍ଟୋର ହୋଇଥିବା ମେକାନିକାଲ ଉପାୟ ଯାହା ନଳୀର ଖୋଲା ପାର୍ଶ୍ୱ ଦେଇ ପିସ୍ଟନ ଭଳି ବାହାରିଯାଏ । ସୀମିତ ଗ୍ୟାସଦ୍ୱାରା ପ୍ରକ୍ଷେପୀକୁ ନଳି ମୁଣ୍ଡ ଦେଇ ଯଥେଷ୍ଟ ଭେଲୋସିଟି ଦେଇ ଛଡ଼ାଯାଏ ଓ ଗ୍ୟାସର କାମ ନଳୀ ମୁଣ୍ଡରେ ସରିଯାଏ । ଅନ୍ୟଥା, ଇଲେକ୍ଟ୍ରୋମ୍ୟାଗନେଟିକ ଫିଲ୍ଡ ମାଧ୍ୟମରେ ତ୍ୱରଣ କରି ନଳୀ ବଦଳରେ ଗାଇଡ ରେଲ ନିଆଯାଏ ।
ବନ୍ଧୁକ ଭଳି ପ୍ରଥମ ଉପକରଣ ପ୍ରଥମେ ଚୀନ ଦେଶରେ ସନ ୧୦୦୦ରେ ବାହାରିଥିଲା । ବାରଶ ଶତାବ୍ଦୀ ସୁଦ୍ଧା ଏହି ଟେକନୋଲୋଜି ଏସିଆ ସାରା ବ୍ୟାପି ୧୩ଶ ଶତାବ୍ଦୀରେ ୟୁରୋପକୁ ଚାଲିଗଲା ।[2]
ଇଂରାଜୀ ଭାଷାର ଗନ୍ (gun) ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ଐତିହାସିକ ଅସ୍ତ୍ରରୁ ନିଆଯାଇଛି । ଡୋମିନା ଗନିଲ୍ଡା ନାମଟି ଏକ ବିରାଟ ଆକାରର ମେକାନିକାଲ ବୋଲ୍ଟ ଫୋପଡ଼ା ଅସ୍ତ୍ର ଉଇଣ୍ଡସର କେସଲ୍ରେ ସନ୧୪ ରଖାଯାଇଥିଲା । ଏହି ନାମଟି ମଧ୍ୟ ପୁରୁଣା ନୋର୍ସ ମହିଳାର ନାମ ଗନହିଲଡରରୁ ନିଆଯାଇଛି ଯାହା ଦୁଇଟି ନୋର୍ସ ଶବ୍ଦର ମିଶ୍ରଣରୁ ହୋଇଛି ଓ ତାହା ଯୁଦ୍ଧକୁ ଦର୍ଶାଏ । [3] In any case the term ଗୋନ୍ନେ ବା ଗନ୍ନେ ନାମଟି ହାତରେ ଧରାଯାଇଥିବା ଆଗ୍ନେୟାସ୍ତ୍ରକୁ ସନ ୧୪ରେ କୁହାଯାଉଥିଲା ।
ବ୍ୟବହାର କରୁଥିବା ହାତ ତୋପ ।
ସନ ୧୦୦୦ରେ ଚୀନ ଦେଶରେ ଏକ ବାଉଁଶ ନଳୀରେ ଗନପାଉଡର ଭର୍ତ୍ତି କରି ଏକ ବର୍ଚ୍ଛା ମରାଯାଉଥିଲା, ଯାହା ବନ୍ଧୁକର ପ୍ରଥମ ପ୍ରତୀକ ।[2] ଇତି ପୂର୍ବରୁ ଚୀନବାସୀ ଗନପାଉଡର ୯ମ ଶତାବ୍ଦୀରେ ଉଦ୍ଭାବନ କରିଥିଲେ ।[4][5][6]
ବିଭିନ୍ନ ପ୍ରକାର ନଳୀ ବ୍ୟବହାର କରାଯାଏ ଯଥା:- ରାଇଫ୍ଲଡ୍— ଏଥିରେ ଅନେକ କୁଣ୍ଡଳୀ ଆକାରର ନାଳୀ (groove) ଥାଏ ଯାହାଦ୍ୱାର ଗୁଳିଟି ଘୁରି ଘୁରି ଯାଏ, ଓ ଚିକ୍କଣ ନଳୀ । ନଳୀର ଭିତର ବ୍ୟାସ ଓ ଗୁଳିର ଆକାର ଅନୁସାରେ ବନ୍ଧୁକ ଭିନ୍ନ ଭିନ୍ନ ହୁଏ । ନଳୀ ବ୍ୟାସକୁ ବିଭିନ୍ନ ପ୍ରକାର ଲେଖାଯାଏ । ସାଧାରଣତଃ ଏହା ଇଞ୍ଚର ଦଶମିକ ଭଗ୍ନାଶ ବା ମିଲିମିଟରରେ ପ୍ରକାଶ କରାଯାଏ । ସର୍ଟ ଗନରେ ପ୍ରାୟ ୪୫୪ ଗ୍ରାମର ସୀସା ଗୁଳି ।
ବନ୍ଧୁକରେ ଗୁଳି ବ୍ୟତୀତ ଏହାକୁ ସଜୋରେ ଫୋପାଡ଼ିବା ନିମନ୍ତେ ବିସ୍ଫୋରକ ସେଲ ବା ସଟ ସେଲ ବା ଜଟିଳ ପ୍ରକ୍ଷେପ୍ୟ ଥାଏ ଯେପରିକି ଗୁଳି ସେଲ ବା ବିସ୍ଫୋରକ ସେଲ ବା ଜଟିଳ ପ୍ରକ୍ଷେପୟ ଯେପରିକି ସବ୍ କାଲିବର ପ୍ରକ୍ଷେପ୍ୟ ଓ ସାବୋଟ । ଗୁଳିର ଚାଳକ (propellant) ବିସ୍ଫୋରକ ବାୟୁ, ବିସ୍ଫୋରକ କଠିନ ବା ବିସ୍ଫୋରକ ତରଳ ପଦାର୍ଥ ହୋଇପାରେ । ଗାଇରୋଜେଟ (gyrojet) ଏକ ଅଲଗା ପ୍ରକାର ଜିନିଷ ଯେଉଁଥିରେ କେତେକ ପ୍ରକ୍ଷେପ୍ୟ ଓ ଚାଳକକୁ ମିଶେଇ ଗୋଟିଏ ଜିନିଷ କରାଯାଇଥାଏ ।
ବନ୍ଧୁକ ଶବ୍ଦଟି ଯେ କୌଣସି ଆଗ୍ନେୟାସ୍ତ୍ରକୁ ବୁଝାଏ; ଛୋଟ ହାତ ଧରା ବନ୍ଧୁକରୁ (handgun) ବିରାଟ ତୋପ ପର୍ଯ୍ୟନ୍ତ । [7] ବନ୍ଧୁକ ସ୍ୱତଃ ଏକ ଅସ୍ତ୍ର ନ ନୁହେଁ କିନ୍ତୁ ଏହାର ଏକ ଅସ୍ତ୍ରରେ ପରିଣତ ହୋଇପାରିବ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.