![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/23/RLS_12blauLeg.png/640px-RLS_12blauLeg.png&w=640&q=50)
ବଣ୍ଡଲ ବ୍ରାଞ୍ଚ ବ୍ଲକ
ବଣ୍ଡଲ ବ୍ରାଞ୍ଚ ବ୍ଲକ ରୋଗରେ ହୃତ୍ପିଣ୍ଡର ବିଦ୍ୟୁତ ତରଙ୍ଗ ପ୍ରଣାଳୀରେ ଏକ ତ୍ରୁଟି ଥାଏ । / From Wikipedia, the free encyclopedia
ବଣ୍ଡଲ ବ୍ରାଞ୍ଚ ବ୍ଲକ ରୋଗରେ ହୃତ୍ପିଣ୍ଡର ବିଦ୍ୟୁତ ତରଙ୍ଗ ପ୍ରଣାଳୀରେ ଏକ ତ୍ରୁଟି ଥାଏ । [1] ବିଦ୍ୟୁତ ତରଙ୍ଗ ବ୍ରାଞ୍ଚ ମଧ୍ୟରେ ଗତି କରିବାରେ ଆଂଶିକ ବା ସମ୍ପୁର୍ଣ୍ଣ ବାଧା ଉପୁଜେ । [3] ସାଧାରଣତଃ ଏହାର ଲକ୍ଷଣ ଦେଖାଯାଏ ନାହିଁ | [1]
Bundle branch block | |
---|---|
![]() Conduction system of the heart 1. SA node. 2. AV node. 3. Bundle of His. 4. Left bundle branch 10. Right bundle branch | |
ବିଭାଗ | Cardiology |
ଲକ୍ଷଣ | None[1] |
କାରଣ | LBBB: Coronary artery disease[1] RBBB: Normal variation, heart attack, pulmonary embolism[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Electrocardiogram (ECG)[2] |
ସଠିକ ରୋଗ ନିର୍ଣ୍ଣୟ | Ventricular tachycardia, a run of premature ventricular contractions (PVCs), Brugada syndrome, left anterior fascicular block, left posterior fascicular block, and trifascicular block.[3][4][5] |
ଚିକିତ୍ସା | No specific measures[3] |
ଡାହାଣ ବଣ୍ଡଲ ବ୍ରାଞ୍ଚ ବ୍ଲକ (ଆରବିବିବି/ RBBB) ଓ ବାମ ବଣ୍ଡଲ ବ୍ରାଞ୍ଚ ବ୍ଲକ (ଏଲବିବିବି/ LBBB) ନାମରେ ଦୁଇଟି ମୁଖ୍ୟ ପ୍ରକାରର ବ୍ଲକ ଦେଖିବାକୁ ମିଳେ ।[4] [5] ପୂର୍ବରୁ ହୃଦ୍ଘାତ କିମ୍ବା ପଲ୍ଓନାରି ଏମ୍ବୋଲିଜ୍ମ ଥିଲେ ଆରବିବିବି ଘଟିପାରେ, [1] [3] ଏବଂ ଏଲବିବିବି କରୋନାରୀ ଧମନୀ ରୋଗର ସୂଚନା ଦିଏ | [1]
ଏଲେକ୍ଟ୍ରୋକାର୍ଡ଼ିଓଗ୍ରାମରେ (ଇସିଜି) ୧୨୦ ଏମଏସରୁ ଅଧିକ କ୍ୟୁଆରଏସ କମ୍ପ୍ଲେକ୍ସ ଥିଲେ ରୋଗ ନିର୍ଣ୍ଣୟ କରାଯାଏ | [4] [5] ସମ ଭାବାପନ୍ନ ଅନ୍ୟ ରୋଗମାନଙ୍କ ନାମ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ, ଅକାଳ ଭେନ୍ଟ୍ରିକୁଲାର ସଂକୋଚନ (ପିଭିସି/ PVC), ବ୍ରୁଗାଡା ସିଣ୍ଡ୍ରୋମ, ବାମ ପାର୍ଶ୍ୱ ଫାସିକୁଲାର ଅବରୋଧ ଓ ଟ୍ରାଇଫାସିକୁଲାର ଅବରୋଧ | [3] [4] [5] ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ନାହିଁ | [3]