From Wikipedia, the free encyclopedia
ବଟର ଚିକେନ ଏକ ଲୋକପ୍ରିୟ ଭାରତୀୟ ପଞ୍ଜାବୀ ଖାଦ୍ୟ ଅଟେ । [10].[11][12][13][14][15][16]
ଅନ୍ୟ ନାମ | ଚିକେନ ମଖନ |
---|---|
ମୂଳ ସ୍ଥାନ | ଭାରତ[1][2] |
ଅଞ୍ଚଳ ବା ରାଜ୍ୟ | ପଞ୍ଜାବ[3][4] ଦିଲ୍ଲୀ[5][6][7][8][9] |
ମୁଖ୍ୟ ଉପାଦାନ | ଚିକେନ, ବଟର |
|
ଏହି ବ୍ୟଞ୍ଜନର ବହୁ ସଂସ୍କରଣ ଉପସ୍ଥାପନ ରହିଛି । ଚିକେନ ଏକ ଦହି ଏବଂ ସାଧାରଣ ଭାବେ ଗରମ ମସଲା, ଅଦା, ରସୁଣ ପେଷ୍ଟ, ଲେମ୍ବୁ, କଳା ମରିଚ, ଧନିଆ, ଜିରା, ହଳଦୀ, ଲୁଣ ଏବଂ ଲଙ୍କା ସହିତ ମସଲା ମିଶ୍ରଣ କରି ରାତିସାରା ରଖାଯାଏ । ଚିକେନ ପାରମ୍ପରିକ ରୂପେ ସାଧାରଣତଃ ତନ୍ଦୁରରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହା ମଧ୍ୟ ତତଲା ପ୍ୟାନରେ ପ୍ରସ୍ତୁତି ହୋଇପାରେ । ଚିକେନର ମିଶ୍ରଣ ପ୍ରସ୍ତୁତି ପାଇଁ - ବଟର, ଟମାଟୋ, ଖୋଆ, ବିଭିନ୍ନ ମସଲା ଯଥା ଜିରା, ଲବଙ୍ଗ, ଡାଲଚିନି, ଧନିଆ, ଗୋଲମରିଚ, ମେଥି ଏବଂ ସତେଜ କ୍ରିମର ବ୍ୟବହାର କରାଯାଇଥାଏ । କାଜୁ ପେଷ୍ଟର ବ୍ୟବହାର ମଧ୍ୟ କରାଯାଇପାରେ । ମିଶ୍ରଣ ପ୍ରସ୍ତୁତ ହେବା ପରେ ମିଶ୍ରିତ ଚିକେନ ଏବଂ ପ୍ରସ୍ତୁତ ମିଶ୍ରଣରେ ରନ୍ଧା ଯାଇଥାଏ
ଖାଦ୍ୟ ବଟର, ସତେଜ କ୍ରିମ, କଟା ଲଙ୍କା, କସ୍ତୁରୀ ମେଥିରେ ସଜାଯାଏ । ବଟର ଚିକେନ ସାଧାରଣତଃ ନାନ, ରୁଟି, ପରଟା କିମ୍ବା ଭାତ ସହିତ ବଢାଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.