ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ଫ୍ରିଡା ଟପ୍ନୋ, (୨୦ ସେପ୍ଟେମ୍ବର ୧୯୨୫- ୬ ଫେବୃଆରୀ ୨୦୧୮), ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।[1] ସେ ଓଡ଼ିଶାର ପୂର୍ବତନ ସାଂସଦ, ମନ୍ତ୍ରୀ ତଥା ପ୍ରଥମ ମହିଳା ଆଦିବାସୀ ଗ୍ରାଜୁଏଟ୍ ।
ଫ୍ରିଡା ଟପ୍ନୋ | |
---|---|
ରାଜ୍ୟ ସଭା ସଭ୍ୟ | |
କାର୍ଯ୍ୟକାଳ ୧୯୯୮- ୨୦୦୨ | |
୧୦ମ ଓ ୧୧ଶ ଲୋକ ସଭା ସଭ୍ୟ | |
କାର୍ଯ୍ୟକାଳ ୧୯୯୧ - ୧୯୯୮ | |
ପୂର୍ବ ଅଧିକାରୀ | ଦେବାନନ୍ଦ ଅମାତ |
ପର ଅଧିକାରୀ | ଜୁଏଲ ଓରାମ |
ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
୯ମ ଓଡ଼ିଶା ବିଧାନ ସଭା ସଭ୍ୟ | |
କାର୍ଯ୍ୟକାଳ ୧୯୮୫- ୧୯୯୦ | |
ପୂର୍ବ ଅଧିକାରୀ | ନେଲସନ ସୋରେଙ୍ଗ |
ପର ଅଧିକାରୀ | ରବି ଦେହୁରୀ |
ନିର୍ବାଚନ ମଣ୍ଡଳୀ | ରଘୁନାଥପାଲୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସୁନ୍ଦରଗଡ, ଓଡ଼ିଶା | ୨୦ ସେପ୍ଟେମ୍ବର ୧୯୨୫
ମୃତ୍ୟୁ | ୬ ଫେବୃଆରୀ ୨୦୧୮ ୯୨) ଭୁବନେଶ୍ୱର | (ବୟସ
ଜାତୀୟତା | ଭାରତୀୟ |
ଘର | ଭୁବନେଶ୍ୱର, ଓଡ଼ିଶା |
ସୁନ୍ଦରଗଡ ଜିଲ୍ଲାର ବଡ଼ଗାଁ ବ୍ଲକର ରୁନ୍ ଗାଁରେ ସେ ଜନ୍ମ ହୋଇଥିଲେ । ସେ ସେଠାରେ ପ୍ରାଥମିକ ଶିକ୍ଷା ଓ ପରେ ସୁନ୍ଦରଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ହାଇସ୍କୁଲ୍ ଶିକ୍ଷା ଲାଭ କରିଥିଲେ । ପରେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଆଇଏ, ବିଏ ପାସ୍ କରିଥିଲେ । ଚାକିରୀରେ ଓଏଏସ୍ ପାହ୍ୟାକୁ ପଦୋନ୍ନତି ପାଇ ଉପସଚିବ ଭାବେ କାର୍ଯ୍ୟ କରିଥିଲେ ।[2]
ସରକାରୀ କାର୍ଯ୍ୟରୁ ଅବସର ପରେ ୧୯୮୫ରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ହୋଇଥିଲେ । ପରେ ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀପଦ ମିଳିଥିଲା । ସେ ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଭାବେ ୧୯୯୧ରେ ୧୦ମ ଲୋକ ସଭା ଓ ୧୯୯୬ରେ ୧୧ତମ ଲୋକ ସଭାକୁ ଓଡ଼ିଶାର ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ୬ ଫେବୃଆରୀ ୨୦୧୮ରେ ୯୨ ବର୍ଷ ବୟସରେ ମୃତ୍ୟୁଲାଭ କରିଥିଲେ ।[3][4]
ସେ ୧୯୯୮-୨୦୦୨ ପର୍ଯ୍ୟନ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।[5]
ସେ ଓଡ଼ିଶା ମହିଳା ହକି ଆସୋସିଏସନ୍ ତିଆରି କରି ଆଦିବାସୀ ବାଳିକାଙ୍କୁ ଉତ୍ସାହିତ କରିଥିଲେ । ସେ ସର୍ବଭାରତୀୟ ମହିଳା ହକି ଫେଡ଼େରେସନର ଉପସଭାନେତ୍ରୀ ଥିଲେ । ଧରତୀ ଆବବା ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସଂସଦ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.