ବାତ ନିରୋଧକ ଔଷଧ From Wikipedia, the free encyclopedia
ଫେନିଟଏନ, ବ୍ୟବସାୟୀକ ନାମ ଡାଇଲାଣ୍ଟିନ, ଏକ ବାତ ନିରୋଧକ ଔଷଧ । ଟୋନିକ-କ୍ଲୋନିକ ବାତ, ଆଂଶିକ ବାତର ପ୍ରତିରୋଧ ନିମନ୍ତେ ବ୍ୟବହୃତ ହୁଏ । ସ୍ଟାଟସ୍ ଏପିଲେପ୍ଟିକସ୍ ରୋଗରେ ବେଞ୍ଜୋଡାଏଜାପିନ ଔଷଧଦ୍ୱାରା କୌଣସି ଉନ୍ନତି ନ ହେଲେ ଏହି ଔଷଧ ଦିଆଯାଏ । କେତେକ ଅନିୟମିତ ହୃତ୍ସ୍ପନ୍ଦନ ରୋଗ ଓ ନିଉରୋପାଥିକ ଯନ୍ତ୍ରଣା ନିମନ୍ତେ ମଧ୍ୟ ଏହା ଦିଆଯାଏ । ଏହି ଔଷଧ ପାଟିବାଟେ ଓ ଶୀରାରେ ଦିଆଯାଏ ।[1] ଶୀରାରେ ଦେଲେ ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଅନୁଭୁତ ହୁଏ ଓ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ । ରକ୍ତରେ ଏହାର ସ୍ତର ଦେଖି ଡୋଜ ନିର୍ଣ୍ଣୟ କରାଯାଏ । [1]
Clinical data | |
---|---|
Trade names | Dilantin, Phenytek, others[1] |
AHFS/Drugs.com | monograph |
MedlinePlus | a682022 |
Pregnancy category |
|
Routes of administration | Oral, parenteral |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 70-100% oral, 24.4% for rectal and intravenous administration |
Protein binding | 95%[1] |
Metabolism | liver |
Onset of action | 10 to 30 min (IV)[2] |
Elimination half-life | 10–22 hours[1] |
Duration of action | 24 hr[2] |
Excretion | Primarily through the bile, urinary |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.298 |
Chemical and physical data | |
Formula | C15H12N2O2 |
Molar mass | 252.268 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ଅଇ, ପେଟ ଯନ୍ତ୍ରଣା, ଖାଦ୍ୟରୁଚିହାନୀ, ଶରୀର ନିୟନ୍ତ୍ରଣ ଅଭାବ, ମାଢ଼ି ବୃଦ୍ଧି ଓ ଅତ୍ୟଧିକ ରୁମ ବୃଦ୍ଧି ଆଦି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ଅତ୍ୟଧିକ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ନିଦ୍ରହୀନତା, ନିଜର କ୍ଷତିସାଧନ, ଯକୃତ ସମସ୍ୟା, ଅସ୍ଥି ମଜ୍ଜା ଅବରୋଧ, ନିମ୍ନ ରକ୍ତଚାପ ଓ ବିଷାକ୍ତ ଉପଚର୍ମ ତନ୍ତୁମୃତ୍ୟୁ (ନେକ୍ରୋସିସ) ହୁଏ । ଗର୍ଭାବସ୍ଥାରେ ଏହି ଔଷଧ ଯୋଗୁ ଶିଶୁଟି ଅସାଧାରଣ ହୁଏ । ସ୍ତନ୍ୟପାନ ସମୟରେ ଅସୁବିଧା ହୁଏ ନାହିଁ । ଆଲକୋହୋଲ ଏହାର ପ୍ରଭାବରେ ବାଧା ସୃଷ୍ଟି କରେ ।[1]
ଫେନିଟଏନ ପ୍ରଥମେ ସନ ୧୯୦୮ରେ ପ୍ରସ୍ତୁତ କରାଯାଇଥିଲା ଓ ସନ ୧୯୩୬ରେ ବାତ ନିମନ୍ତେ ବ୍ୟବହୃତ ହୋଇଥିଲା । [3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ । [5] ଏହାର ହୋଲସେଲ ମୂଲ୍ୟ ଡୋଜ ପ୍ରତି ୦.୦୦୩ରୁ ୦.୧୫ ଆମେରିକୀୟ ଡଲାର । [6] ଏହାର ମାସିକ ଚିକିତ୍ସା ଖର୍ଚ୍ଚ ଆମେରିକାରେ ୩୦ ଡଲାର । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.