ଫେନସାଇକ୍ଲିଡିନ
ଏକ ଯୌଗିକ ପଦାର୍ଥ / From Wikipedia, the free encyclopedia
ଫେନସାଇକ୍ଲିଡିନ (ଇଂରାଜୀ ଭାଷାରେ Phencyclidine/ PCP), ଅନ୍ୟ ଏକ ନାମ ଆଞ୍ଜେଲ ଡସ୍ଟ/ angel dust among other names) ଏକ ଔଷଧ ଯାହାର ମନ-ପରିବର୍ତ୍ତନ ପ୍ରଭାବ ଥାଏ ।[1] ଏହା ଯୋଗୁ ହାଲ୍ୟୁସିନେସନ (hallucinations), ବିକୃତ ଧ୍ୱନି ଶ୍ରବଣ ଓ ହିଂସାପରାୟଣ ବ୍ୟବହାର (violent behavior ଦେଖାଯାଇପାରେ).[7][8] ଏହା ଏକ ମନୋରଞ୍ଜନକାରୀ ନିଶାଦ୍ରବ୍ୟ recreational drug ଯାହାକୁ ଧୂମ୍ର (smoked) କରି ନିଆଯାଏ କିନ୍ତୁ ପାଟିରେ (by mouth), ନାକବାଟେ ଆଘ୍ରାଣକରି (snorted) ବା ଇଞ୍ଜେକସନ (injected) ଆକାରରେ ନିଆଯାଇପାରେ ।[7][5] ଗଞ୍ଜେଇ (cannabis) ଓ ଧୁଆଁପତ୍ର (tobacco) ସହିତ ମଧ୍ୟ ନିଆଯାଏ । [1]
Clinical data | |
---|---|
Trade names | Sernyl, Sernylan (both discontinued) |
Synonyms | Phenylcyclohexyl piperidine, Angel dust, animal tranquilizer, embalming fluid, wack[1] |
AHFS/Drugs.com | entry |
Addiction liability | Variable reported from low to high[2][3][4] |
Routes of administration | Smoking, injection, snorted, by mouth[5] |
ATC code |
|
Legal status | |
Legal status |
|
Pharmacokinetic data | |
Onset of action | 2–60 min[6] |
Elimination half-life | 7–46 hours |
Duration of action | 6–48 hours[6] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.150.427 |
Chemical and physical data | |
Formula | C17H25N |
Molar mass | ୨୪୩.୩୯ g·mol−1 |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଏହି ଔଷଧର ପ୍ରତିକ୍ରିୟା (Adverse effects) ହେଲେ ରୋଗୀର ବାତ (seizures), କୋମା, ନିଶାଗ୍ରସ୍ତ (addiction), ଆତ୍ମହତ୍ୟାପ୍ରବଣତା ହେବା ଦେଖାଯାଏ ।[7] ଔଷଧ ବ୍ୟବହାର ବନ୍ଦ କଲେ ମଧ୍ୟ ସ୍ମରଣ (Flashbacks) ରହେ ।[8] ରାସାୟନିକ ଭାବେ ଏହା ଆରିଲସାଇକ୍ଲୋହେକ୍ସିଲାମିନ (arylcyclohexylamine) ଶ୍ରେଣୀର (class) ଏକ ଔଷଧ ଓ ଫର୍ମାକୋଲୋଜି (pharmacologically) ଅନୁସାରେ ଏହା ଏକ ଡିସୋସିଏଟିଭ ନିଶ୍ଚେତକ (dissociative anesthetic) ।[9][10] ପିସିପି ପ୍ରାଥମିକ ଭାବରେ ଏନଏମଡିଏ ରିସେପ୍ଟର ଆଣ୍ଟାଗୋନିସ୍ଟ (NMDA receptor antagonist) ଆକାରରେ କାମ କରେ ।[9]
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପିସିପି ବହୁତ ବ୍ୟବହାର କରାଯାଏ ।[11] ସନ ୧୯୭୦ରେ ଏହାର ବ୍ୟବହାର ଶିର୍ଷରେ ଥିଲା,[12] ସନ ୨୦୦୫ରୁ ୨୦୧୧ ମଧ୍ୟରେ ଏହି ଡ୍ରଗ ଯୋଗୁ ବିଭିନ୍ନ ଆଶୁ ଚିକିତ୍ସା ବିଭାଗରେ ରୋଗୀ ସଂଖ୍ୟା ବଢ଼ିଯାଇଛନ୍ତି ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୭ରେ ୧୨ ଗ୍ରେଡ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ୧% ଓ ୨୫ ବର୍ଷ ବୟସରୁ ଉର୍ଦ୍ଦ୍ୱ ଲୋକଙ୍କ ମଧରୁ ୨.୯% ଲୋକ ଜୀବନରେ କେତେବେଳେ ହେଲେ ଏହା ବ୍ୟବହାର କରନ୍ତି ।[13]
ପିସିପି ପ୍ରଥମେ ସନ ୧୯୨୬ରେ ପ୍ରସ୍ତୁତ ହୋଇଥିଲା ଓ ମାର୍କେଟକୁ ସନ ୧୯୫୦ରେ ଏକ ନିଶ୍ଚେତକ (anesthetic) ଔଷଧ ଭାବରେ ଆସିଲା ।[10][14] ସନ ୧୯୬୫ରେ ଏହାକୁ ମାନବ ବ୍ୟବହାର ପାଇଁ ଓ ସନ ୧୯୭୮ରେ ପଶୁମାନଙ୍କ ପାଇଁ ଏହାର ଅତ୍ୟଧିକ ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ନିଷିଦ୍ଧ କରାଯାଇଥିଲା ।[1][15][10] ଏହା ପରେ କେଟାମିନ (ketamine) ଆବିଷ୍କୃତ ହୋଇ ଅଧିକ ସହନଶୀଳତା ଯୋଗୁ ନିଶ୍ଚେତକ ଭାବରେ ବ୍ୟବହୃତ ହେଲା । [15] ଯୁକ୍ତରାଷ୍ଟ୍ରରେ ଅଧୁନା ଏହା ଏକ ନିଷିଦ୍ଧ ଡ୍ରଗ (illegal) ଯାହା ସିଡ୍ୟୁଲ ୨ ଡ୍ରଗ (schedule II drug) ଭାବରେ ନିଷିଦ୍ଧ ହୋଇଛି । [1] ଏହାର କେତେକ ପରିବର୍ତ୍ତୀତ ସଂସ୍କରଣ ମନୋରଞ୍ଜନ ଓ ଅଣଡାକ୍ତରୀ କାମରେ ବ୍ୟବହୃଟ ହେଉଛି ।[16]