ଫାଇଲେରିଆ
From Wikipedia, the free encyclopedia
ଫାଇଲେରିଆ (ଆୟୁର୍ବେଦ ଶାସ୍ତ୍ରରେ ଲସିକା ଶ୍ଲୀପଦ ଜ୍ୱର) ଏକ ପରଜୀବୀ (parasitic disease) ରୋଗ ଯାହା ଫାଇଲେରଏଡିଆ (Filarioidea) ଶ୍ରେଣୀର ସଂକ୍ରମଣ ଯୋଗୁ ହୁଏ ।[1] ଏହା ମଶା ଓ ବ୍ଲାକ ଫ୍ଲାଇ ସଂକ୍ରମିତ ରକ୍ତ ଶୋଷି ସୁସ୍ଥ ଲୋକକୁ କାମୁଡ଼ିବା ଫଳରେ ଏହି ରୋଗ ବ୍ୟାପିଥାଏ । ଏହାକୁ ହେଲମିନ୍ଥିଆସିସ (helminthiases) ଦଳର ରୋଗ ଭାବରେ ବର୍ଗୀକରଣ କରାଯାଏ ।
Quick Facts ଫାଇଲେରିଆ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଫାଇଲେରିଆ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | B74. |
ଆଇସିଡ଼ି-୯-ସିଏମ୍ | 125.0-125.9 |
Patient UK | ଫାଇଲେରିଆ |
MeSH | D005368 |
Close
ମାନବକୁ ଆଠ ପ୍ରକାର ଫାଇଲେରିଆ ନେମାଟୋଡ ଡେଫିନିଟିଭ ହୋଷ୍ଟ ଭାବରେ ବ୍ୟବହାର କରନ୍ତି । ଏଗୁଡ଼ିକୁ ତିନି ଭାଗରେ ବିଭକ୍ତ କରାଯାଇଥାଏ ।
- ଲିମ୍ଫାଟିକ ଫାଇଲେରିଆସିସ (Lymphatic filariasis) ରୋଗ ଉଚେରେରିଆ ବାଙ୍କରଫ୍ଟି (Wuchereria bancrofti, ବ୍ରୁଜିଆ ମାଲାୟି (Brugia malayi), ଓ ବୃଜିଆ ଟିମୋରିଦ୍ୱାରା (Brugia timori) ହୁଏ । ଏହି କୀଟଗୁଡ଼ିକ ଲସିକା ଗ୍ରନ୍ଥି ସହିତ ସିସ୍ଟମ ଅଧିକାର କରିଦିଅନ୍ତି ଓ କ୍ରନିକ କେଶ୍ରେ ଏହା ଏଲିଫାଣ୍ଟିଆସିସ ବା ଗୋଦର (elephantiasis) ରୋଗରେ ପରିଣତ ହୁଏ ।
- ଚର୍ମତଳ ଫାଇଲେରିଆ ରୋଗ ଲୋଆ ଲୋଆ (Loa loa), ମାନସୋନେଲା ସ୍ଟ୍ରେପ୍ଟୋସର୍କା (Mansonella streptocerca) ଓ ଅଙ୍କୋସର୍କା ଭୋଲଭ୍ୟୁଲସ (Onchocerca volvulus) ପରଜୀବୀ ଯୋଗୁ ହୁଏ । ଏଗୁଡ଼ିକ ଚର୍ମ ତଳେ ଚର୍ବି ସ୍ତର ମଧ୍ୟରେ ରହନ୍ତି । ଲୋଆ ଲୋଆ ଯୋଗୁ ଲୋଆ ଲୋଆ ଫାଇଲେରିଆ (Loa loa filariasis) ଓ ଅଙ୍କୋସର୍କା ଭୋଲଭ୍ୟୁଲସ ଯୋଗୁ ଅଙ୍କୋସର୍ସିଆସିସ (river blindness) ରୋଗ ହୁଏ ।
- ସେରସ କ୍ୟାଭିଟି ଫାଇଲେରିଆ ରୋଗ ମାନସୋନେଲା ପରସ୍ଟାନ୍ସ ଓ ମାନସୋନେଲା ଓଜାର୍ଡ଼ି ରୋଗ ହୁଏ ଓ ଏଗୁଡ଼ିକ ଆବଡୋମେନର ସେରସ ମେମ୍ବ୍ରେନରେ ରହନ୍ତି ।