ଫାଇଜର-ବାୟୋଏନଟେକ କୋଭିଡ-୧୯ଟିକା
ଏହା ଏକ କୋଭିଡ-୧୯ଟିକା । / From Wikipedia, the free encyclopedia
ଫାଇଜର-ବାୟୋଏନଟେକ କୋଭିଡ-୧୯ଟିକା (ଇଂରାଜୀ ଭାଷାରେ Pfizer - BioNTech COVID-19 ଟିକା, ଜେନେରିକ୍ ନାମ ଟୋଜିନାମେରାନ୍ ଏବଂ ବେପାର ନାମ କୋମିରନାଟି, ଏକ ପ୍ରକାର କୋଭିଡ-୧୯ ଟିକା ।[1] କୋଭିଡ-୧୯ ରୋଗରୁ ସୁରକ୍ଷା ଯୋଗାଇବା ପାଇଁ ଏହା ପ୍ରାଧିକରଣ ଉପରେ ନିର୍ଭର କରି ଚାରି, ଏଗାର କିମ୍ବା ପନ୍ଦର ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ବ୍ୟବହୃତ ହୁଏ । [1] [20] [21] ପ୍ରାରମ୍ଭିକ ଭାବରେ ଏହା ୯୫% ପ୍ରଭାବଶାଳୀ ବୋଲି ଜଣାପଡିଛି । [1] ଅତି କମରେ ୨୧ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟିକା ମାଂସପେଶୀରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[1]
Vaccine description | |
---|---|
Target disease | SARS-CoV-2 |
Type | ? |
Clinical data | |
Pronunciation | Tozinameran: /ˌtoʊzɪˈnæmərən/ TOH-ZIH-NAM-ƏR-ən |
Trade names | Comirnaty[1] |
Synonyms | BNT162b2, COVID-19 mRNA vaccine (nucleoside-modified) |
AHFS/Drugs.com | monograph |
MedlinePlus | a621003 |
data |
|
Pregnancy category |
|
Routes of administration | Intramuscular |
Legal status | |
Legal status |
|
ଅଧିକାଂଶ କ୍ଷେତ୍ରରେ ସାମାନ୍ୟରୁ ମଧ୍ୟମ ପାର୍ଶ୍ୱ ପ୍ରତିକ୍ରିୟା ହୁଏ ଏବଂ କିଛି ଦିନ ମଧ୍ୟରେ ସମାଧାନ ହୁଏ । [1] ଇଞ୍ଜେକ୍ସନ ନେଇଥିବା ସ୍ଥାନରେ ଯନ୍ତ୍ରଣା, ଥକାପଣ, ଜ୍ୱର,ତରଳ ଝାଡ଼ା, ମୁଣ୍ଡବିନ୍ଧା ଏବଂ ମାଂସ ପେଶୀ ଯନ୍ତ୍ରଣା ହୋଇପାରେ ।[1] ବିରଳ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ୍, ଫେସିଆଲ୍ ପାଲସି, ପେରିକାର୍ଡ଼ାଇଟିସ୍ ଏବଂ ମାୟୋକାର୍ଡାଇଟିସ ହୋଇପାରେ। [1] ଗର୍ଭାବସ୍ଥାରେ ବ୍ୟବହାର ସହିତ କ୍ଷତିର କୌଣସି ପ୍ରମାଣ ମିଳିନାହିଁ । [22] [23] ଏହା ଏକ ଏମଆରଏନଏ (mRNA) ଟିକା, ନ୍ୟୁକ୍ଲିଓସାଇଡ୍-ରୂପାନ୍ତରିତ ଏମଆରଏନଏ (modRNA)କୁ ନେଇ SARS-CoV-2ର ସ୍ପାଇକ୍ ପ୍ରୋଟିନ୍ ଏନକୋଡିଂ କରିଥାଏ, ଯାହା ଲିପିଡ ନାନୋ-ପାର୍ଟିକଲ୍ସରେ ଆବଦ୍ଧ ।[24]
ଏହି ଟିକା ଅକ୍ଟୋବର ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଗ୍ରହଣ କରିଥିଲା ଏବଂ ଡିସେମ୍ବର ୨୦୨୦ରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା। [1] [25] ଏହା ଅଗଷ୍ଟ ୨୦୨୧ରେ ଯୁକ୍ତରାଷ୍ଟ୍ରରେ ସମ୍ପୂର୍ଣ୍ଣ ଅନୁମୋଦନ ଲାଭ କରିଥିଲା। [25] ଏହା ୨୦୨୨ ସୁଦ୍ଧା ଅତି କମରେ ୧୫୧ଟି ଦେଶରେ କିଛି ସ୍ତରରେ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି। [26] ଏହା ପ୍ରାରମ୍ଭରେ ସରକାରଙ୍କୁ ପ୍ରତି ଡୋଜରେ ୧୫ରୁ ୨୫ ଡଲାରରେ ବିକ୍ରି ହେଉଥିଲା | [27] ଏହାକୁ ଜର୍ମାନୀ କମ୍ପାନୀ ବାୟୋଏନଟେକ ଏବଂ ଆମେରିକୀୟ କମ୍ପାନୀ ଫାଇଜରଦ୍ୱାରା ବିକଶିତ କରାଯାଇଥିଲା | [28] ଏହା ହେଉଛି ପ୍ରଥମ କୋଭିଡ-୧୯ ଟିକା ଯାହାକି ଏକ କଠୋର ନିୟାମକ ପ୍ରାଧିକରଣଦ୍ୱାରା ଅନୁମୋଦିତ । [29] [30] ସେପ୍ଟେମ୍ବର ୨୦୨୧ ସୁଦ୍ଧା ୧.୫ରୁ ଅଧିକ ବିଲିୟନ ଡ଼ୋଜ ବିଭିନ୍ନ ସ୍ଥାନକୁ ପଠାଯାଇଛି ।[31]