From Wikipedia, the free encyclopedia
ଫସଫାଟେଜ ଏକ ଏନଜାଇମ ଯାହା ଜଳ ବ୍ୟବହାର କରି ଫସଫୋରିକ ଏସିଡ ଇସ୍ଟରକୁ (phosphoric acid monoester) ଭାଙ୍ଗି ଫସଫେଟ ଆୟନ ଓ ଆଲକୋହୋଲରେ (en:alcohol) ପରିଣତ କରେ । ସବସ୍ଟ୍ରେଟକୁ କାଟାଲାଇଜ କରି ହାଇଡ୍ରୋଲିସିସ କରୁଥିବାରୁ ଏହାକୁ ହାଇଡ୍ରୋଲେଜର (hydrolases) ଉପଶ୍ରେଣୀ ବା ସବକାଟେଗୋରିରେ ଭାବରେ ନିଆଯାଏ । [1] ଅନେକ ଜୈବିକ କାର୍ଯ୍ୟରେ ଫସଫାଟେଜ ଅତ୍ୟାବଶ୍ୟକ ହୁଏ କାରଣ ପ୍ରୋଟିନ କାଇନେଜ (protein kinases) ଯୋଗୁ ଫସଫୋରିଲେସନ ଓ ଫସଫାଟେଜ ଯୋଗୁ ଡିଫସଫୋରିଲେସନ ଭୂମିକାରେ ଜୀବକୋଷ ବିକାଶ (cellular regulation) ଓ ସିଗନାଲିଙ୍ଗ (signaling) ସମ୍ପନ୍ନ ହୁଏ ।[2] ମଲିକ୍ୟୁଲରୁ ଫସାଫାଟେଜ ଫସଫେଟ ଦଳକୁ କାଢ଼ିନିଏ, ଫସଫେଟ ଦଳକୁ କାଇନେଜ କାଟାଲାଇଜ କରି ଏଟିପିର ମଲିକ୍ୟୁଲ ତିଆରି କରେ । କାଇନେଜ ଓ ଫସଫାଟେଜଦ୍ୱୟ ମିଳିମିଶି ପୋଷ୍ଟ-ଟ୍ରାନ୍ସଲେସନାଲ ମଡିଫିକେସନ (post-translational modification) ନିର୍ଦ୍ଦେଶ ଦିଅନ୍ତି ଯାହା ଜୀବକୋଷର ରେଗୁଲେଟରି ନେଟୱର୍କ ନିମନ୍ତେ ଅତ୍ୟବଶ୍ୟକ ହୁଏ । [3] ଫସଫାଟେଜ ଓ ଫସଫୋରିଲେଜ ଏନଜାଇମ ଦୁଇଟି ପୃଥକ ଓ ଏଥିରେ ଦ୍ୱନ୍ଦ୍ୱ ରହିବା କଥା ନୁହେଁ; ଫସଫୋରିଲେଜ ଏନଜାଇମ ହାଇଡ୍ରୋଜେନ ଫସଫେଟ ମଲିକ୍ୟୁଲରୁ ଫସଫେଟ ଦଳକୁ ଏକ ଆକସେପ୍ଟରକୁ ଟ୍ରାନସଫର କରେ । ଜୀବକୋଷର ନିୟନ୍ତ୍ରଣରେ ବିଶେଷ ଭୂମିକା ଥିବାରୁ ଫର୍ମାସିଉଟିକାଲ ଗବେଷଣା ନିମନ୍ତେ ଫସଫାଟେଜ ଉପରେ ଅଧିକ ରୁଚି ରହେ । [4][5]
ଫସଫୋମୋନୋଇସ୍ଟରର ହାଇଡ୍ରୋଲିସିସର ସବସ୍ଟ୍ରେଟରୁ ଫସଫେଟ ମଏଟିକୁ (phosphate moiety) ଫସଫାଟେଜ କାଢ଼ିଦିଏ । ଏହି ପ୍ରତିକ୍ରିୟାରେ ଜଳ ଦୁଇଭାଗ ହୋଇଯାଏ, ଏହାର -ଓଏଚ ଦଳ ଫସଫେଟ ସହିତ ସଂଯୁକ୍ତ ହୋଇଯାଆନ୍ତି; ଅନ୍ୟାନ୍ୟ ପଦାର୍ଥର ହାଇଡ୍ରୋକ୍ସିଲ ଦଳକୁ ଏଚ+ ପ୍ରଟୋନେଟ କରିଦିଏ । ମୋଟ ଫଳରେ ଫସଫୋମୋନୋଇସ୍ଟର ଭାଙ୍ଗିଯାଇ ଏକ ଫସଫେଟ ଆୟନ ଓ ମୁକ୍ତ ହାଇଡ୍ରକ୍ସିଲ ଦଳ ପ୍ରସ୍ତୁତ ହୋଇଯାଏ ।[4]
ସବସ୍ଟ୍ରେଟର ବିଭିନ୍ନ ସାଇଟରେ ଫସଫାଟେଜ ନିର୍ଦ୍ଦିଷ୍ଟ ଭାବରେ ଫସଫୋରିଲେଟ କରିପାରେ । ଫସଫାଟେଜର କୋଡ଼ ଜାଣିବାର ପ୍ରଚେଷ୍ଟା ଚାଲିଛି କିନ୍ତୁ ସମସ୍ତ ପ୍ରୋଟିନ ଫସଫାଟେଜର ଆନାସିଲିସ ହୋଇ ନଅଟି ଇଉକାର୍ୟୋଟିକ (eukaryotic) ଫସଫାଟୋମ ଜେନୋମ (genome) ଏନକୋଡିଙ୍ଗ ମିଳିସାରିଛି ।[6] ଅନୁଶୀଳନରୁ ଜଣାଯାଏ ଯେ ସବସ୍ଟ୍ରେଟ ବାଇଣ୍ଡିଙ୍ଗରେ ତଥାକଥିତ ଡକିଙ୍ଗ ଇଣ୍ଟରାକସନ ଏକ ଉଲ୍ଲେଖନୀୟ ଭୂମିକା ତୁଲଉଛି ।[3] ସ୍ଟ୍ରକଚରାଲ ମୋଟିଫକୁ (motifs) ଫସଫାଟେଜ ଚିହ୍ନି ପ୍ରତିକ୍ରିୟା କରେ; ଏହି ମୋଟିଫ ସହିତ ଫସଫାଟେଜର ନିମ୍ନ ଆଫିନିଟି ଥିବା ଡକିଙ୍ଗ ସାଇଟରେ ସଂଯୁକ୍ତ ହୋଇଯାଏ ଯାହା ସକ୍ରିୟ ସାଇଟରେ (active site) ନଥାଏ । ଏକକ ଡକିଙ୍ଗ ସାଇଟରେ ପ୍ରତିକ୍ରିୟା ଦୁର୍ବଳ ଥିଲେ ମଧ୍ୟ ଅନେକ ପ୍ରତିକ୍ରିୟାର ସଂଚୟୀ ପ୍ରଭାବ ବାଇଣ୍ଡିଙ୍ଗ ସ୍ପେସିଫିସିଟି ଉପରେ ପଡ଼େ । [7] ଡକିଙ୍ଗ ଇଣ୍ଟରାକସନ ମଧ୍ୟ ଆଲୋସ୍ଟେରିକ ରେଗୁଲେସନ ଜରିଆରେ ଫସଫାଟେନ କାର୍ଯ୍ୟକୁ ପ୍ରଭାବିତ କରିପାରିବ । [8]
କାଇନେଜ ବିପରୀତ ହୋଇ ଫସଫାଟେଜ ଏନଜାଇମ ବିଭିନ୍ନ ଧରଣର ସବସ୍ଟ୍ରେଟ ଓ ପ୍ରତିକ୍ରିୟାମାନଙ୍କୁ ଚିହ୍ନଟ କରି କାଟାଲାଇଜ କରେ । ଉଦାହରଣ ସ୍ୱରୂପ ମାନବରେ ଏସଇଆର/ଟିଏଚଆର ଫସଫାଟେଜ ଅପେକ୍ଷା ଏସଇଆର/ଟିଏଚଆର/ କାଇନେଜ ୧୦ ଗୁଣ ଅଧିକ ଥାଏ । [4] ଏଥି ଯୋଗୁ ମାନବ ଫସଫାଟୋମ ବା ଜୀବକୋଷ, ତନ୍ତୁ ବା ଜୀବ ଦେହରେ ଥିବା ଫସଫାଟେଜର ସମ୍ପୁର୍ଣ୍ଣ ସେଟ ବିଷୟ ଅଦ୍ୟାବଧି ଅଜ୍ଞାତ ଅଛି । [3] ଅନେକ ଫସଫାଟେଜ ଆହୁରି ଆବିଷ୍କାର କରିବାକୁ ବାକି ଅଛି ଓ ଅନେକ ଜଣାଶୁଣା ଫସଫାଟେଜର ସବସ୍ଟ୍ରେଟ ଚିହ୍ନଟ କରିବାକୁ ଅଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.