ପ୍ଲାଣ୍ଟାର ଫାସାଇଟିସ, ବା ପ୍ଲାଣ୍ଟାର ଫାସିଓସିସ ବା ଜୋଗେରସ ହିଲ, ଯଥାକ୍ରମେ (ଇଂରାଜୀ ଭାଷାରେ Plantar fasciitis, ବା plantar fasciosis ବା jogger's heel), ଏକ ବେମାରୀ ଯେଉଁଥିରେ ଗୋଇଠି ତଳେ ଓ ପାଦତଳେ ଯନ୍ତ୍ରଣା ହୁଏ । [1] ଦିବସର ପ୍ରଥମ କେତେ ପାଦ ଚାଲିଲାବେଳେ ବା ବିଶ୍ରାମ ପରେ ଚାଲିବା ବେଳେ ଅତି କଷ୍ଟ ହୁଏ । [2] ପାଦ ଗୋଇଠିଠାରୁ ଉପରକୁ ମୋଡ଼ିବା ସମୟରେ କଷ୍ଟ ଆରମ୍ଭ ହୁଏ ଓ ଆକିଲେସ ଟେଣ୍ଡନ ଟାଇଟ କଲେ ଅଧିକ କଷ୍ଟ ହୁଏ । [2][3] The condition typically comes on slowly.[3] ଏକ ତୃତୀୟାଂଶ କେଶରେ ଉଭୟ ପାଦରେ କଷ୍ଟ ହୁଏ । [1] ସ୍ୱାଭାବିକ ଭାବରେ ଏହା ସ‌ହିତ ଜ୍ୱର ନ ଥାଏ ଓ ରାତିରେ ଝାଳ ବହେନାହଁ । [3]

Quick Facts ପ୍ଲାଣ୍ଟାର ଫାସାଇଟିସ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ପ୍ଲାଣ୍ଟାର ଫାସାଇଟିସ
Thumb
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOrthopedics, sports medicine
ଆଇସିଡ଼ି-୧୦M72.2
ଆଇସିଡ଼ି-୯-ସିଏମ୍728.71
ରୋଗ ଡାଟାବେସ10114
ମେଡ଼ିସିନ-ପ୍ଲସ007021
ଇ-ମେଡ଼ିସିନpmr/107
Patient UKପ୍ଲାଣ୍ଟାର ଫାସାଇଟିସ
MeSHD036981
Close

ପ୍ଲାଣ୍ଟାର ଫାସାଇଟିସ ରୋଗର କାରଣ ବିଷୟରେ ସ୍ପଷ୍ଟ କିଛି ଜଣାଯାଇନାହିଁ । ଏହି ସଙ୍କଟ ଆସିବା କାରଣ ମଧ୍ୟରେ ପାଦର ଅତି ବେଶୀ ବ୍ୟବ‌ହାରହିଁ ମୁଖ୍ୟ କାରଣ ଯେପରିକି ବ‌ହୁତ ସମୟ ଠିଆହେବା, ଅଧିକ ବ୍ୟାୟାମମୋଟାପଣ[1] ପାଦ ଭିତରପଟକୁ ମୋଡ଼ିବା ଓ ଆଦୌ ବ୍ୟାୟାମ ନ କରିବା ସ‌ହିତ ଏହା ଜଡ଼ିତ ଥାଏ । [1][2] ଏହି ରୋଗୀଙ୍କର କାଲକାନିଆଲ ସ୍ପର ଥିଲେ ମଧ୍ୟ ତାହାର ଏହି ରୋଗ ସୃଷ୍ଟିକାରୀ ଭୂମିକା ବିଷୟ ସ୍ପଷ୍ଟ ନୁହେଁ । ଟେଣ୍ଡନ (ପେଶୀରଜ୍ଜୁ) ଓ ହାଡ଼ର ମିଳନ ସ୍ଥଳରେ ଏହି ରୋଗ ହୁଏ ଯାହାକୁ ଏନ୍ଥେସୋପାଥି କୁହାଯାଏ ଓ ଏହି ସ୍ଥଳରେ ସୁକ୍ଷ୍ମ ଫାଟ, ଭଗ୍ନ କୋଲାଜେନ ଓ ସ୍କାର ଦେଖାଯାଏ । [1] ଏହି ରୋଗରେ ପ୍ରଦାହ କମ ଦେଖାଯାଉଥିବାରୁ ଫାସାଇଟିସ ବଦଳରେ ଫାସିଓସିସ ବ୍ୟବ‌ହାର କରି ଏହାକୁ ପ୍ଲାଣ୍ଟାର ଫାସିଓସିସ ନାମ ଦେବାକୁ ମତ ପ୍ରକାଶ ପାଇଛି । [1][4] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ବେଳେବେଳେ ଅଲଟ୍ରାସାଉଣ୍ଡ ସାହାଯ୍ୟ ନିଆଯାଏ । [1] ପ୍ରାୟ ସମାନ ଲକ୍ଷଣ ଥିବା ଅନ୍ୟ ରୋଗମାନଙ୍କର ନାମ:- ଓଷ୍ଟିଓଆର୍ଥ୍ରାଇଟିସ, ଆଙ୍କିଲୋଜିଙ୍ଗ ସ୍ପୋଣ୍ଡିଲାଇଟିସ, ହିଲ ପ୍ୟାଡ ସିଣ୍ଡ୍ରୋମରିଆକ୍ଟିଭ ଆର୍ଥ୍ରାଇଟିସ[5][6]

ଅଧିକାଂଶ ପ୍ଲାଣ୍ଟାର ଫାସାଇଟିସ ରୋଗ ସମୟକ୍ରମେ ସାଧାରଣ ଚିକିତ୍ସାଦ୍ୱାରା ଉପସମ ହୋଇଯାଏ । [2][7] ପ୍ରଥମ କିଛି ସପ୍ତାହ ବିଶ୍ରାମ କରିବାକୁ, ନିଜ କାର୍ଯ୍ୟକ୍ରମ ବଦଳେଇବାକୁ ଓ ପ୍ରସାରଧର୍ମି (Stretching) ବ୍ୟାୟାମ ସ‌ହିତ କଷ୍ଟଲାଘବକାରୀ ଔଷଧ ଖାଇବାକୁ ଦିଆଯାଏ । ଏହି ଚିକିତ୍ସା ଯଥେଷ୍ଟ ନ ହେଲେ ଫିଜିଓଥେରାପି, ଓର୍ଥୋଟିକ, ସ୍ପ୍ଲିଣ୍ଟ ଓ ଦରକାର ବେଳେ ସ୍ଟିରଏଡ ଇଞ୍ଜେକସନ ଦିଆଯାଏ । ଅନ୍ୟ ଉପଚାର କାମ ନ କଲେ ଅବଶେଷରେ ଶରୀର ବ‌ହିର୍ଭୁତ ସକ‌ୱେଭ ଥେରାପି ବା ଅପରେଶନ ଆବଶ୍ୟକ ହୋଇପାରେ । [2]

ପ୍ରତି ମୁହୂର୍ତ୍ତରେ ୪ରୁ ୭ % ଲୋକ ଗୋଇଠି ଯନ୍ତ୍ରଣା ଭୋଗୁଛନ୍ତି ଓ ତା ମଧ୍ୟରୁ ୮୦% କେବଳ ପ୍ଲାଣ୍ଟାର ଫାସାଇଟିସ ରୋଗାକ୍ରାନ୍ତ ଥାଆନ୍ତି । [1][5] ଜନସଂଖ୍ୟାର ୧୦ % ଲୋକ ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗ ଭୋଗନ୍ତି । [8] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ସମ୍ଭାବମା ଅଧିକ ହୁଏ । ଲିଙ୍ଗ‌ଗତ ପାର୍ଥକ୍ୟ ସ୍ପଷ୍ଟ ହୋଇନାହିଁ । [1]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.