![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/97/Propofol.svg/langor-640px-Propofol.svg.png&w=640&q=50)
ପ୍ରୋପୋଫଲ୍
From Wikipedia, the free encyclopedia
ପ୍ରୋପୋଫଲ୍, ବିକ୍ରୟ ନାମ ଡିପ୍ରିଭାନ୍, ଏକ ସ୍ୱଳ୍ପକାଳ କାର୍ଯ୍ୟକାରୀ ଔଷଧ ଯାହା ଚେତନ ଅବସ୍ଥାକୁ କମେଇ ଦିଏ ଓ ବିସ୍ମରଣ କରେଇଦିଏ ।[2] ଏହା ପୂର୍ଣ୍ଣ ନିଶ୍ଚେତକ ଦେବା ପୂର୍ବରୁ ବା ବୟସ୍କମାନଙ୍କୁ ଭେଣ୍ଟିଲେଟର ଦେବା ନିମନ୍ତେ ଶମନ (ପ୍ରଶାନ୍ତ) କରିବାକୁ ଓ ସାଧାରଣ ଶମନ(ପ୍ରଶାନ୍ତ) କରିବାକୁ ଦିଆଯାଏ । ସ୍ଟାଟସ୍ ଏପିଲେପ୍ଟିକସ୍ ରୋଗରେ କୌଣସି ଔଷଧ କାମ ନ କଲେ ଏହି ଔଷଧ ଦିଆଯାଏ । ଏହା ଶିରେଭ୍ୟନ୍ତରରେ ଦିଆଯାଏ । ଏହି ଔଷଧ ପ୍ରୟୋଗ କରିବାର ଦୁଇ ମିନିଟ ମଧ୍ୟରେ ସର୍ବାଧିକ ପ୍ରଭାବ ଦେଖାଏ ।[2]
![]() | |
![]() | |
Clinical data | |
---|---|
AHFS/Drugs.com | monograph |
Pregnancy category |
|
Dependence liability | Physical: very low (seizures) Psychological: no data |
Addiction liability | Moderate[1] |
Routes of administration | Intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | NA |
Protein binding | 95% to 99% |
Metabolism | Liver glucuronidation |
Onset of action | 15 to 30 sec[2] |
Elimination half-life | 30 to 60 min |
Duration of action | 5 to 10 min[2] |
Excretion | Liver |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.016.551 ![]() |
Chemical and physical data | |
Formula | C12H18O |
Molar mass | 178.271 g/mol |
3D model (JSmol) | |
SMILES
| |
InChI
| |
(verify) |
ପ୍ରପୋଫଲ୍ର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅନିୟମିତ ହୃତ୍ ସ୍ପନ୍ଦନ, ନିମ୍ନ ରକ୍ତଚାପ, ଇଞ୍ଜେକସନ ନେଇଥିବା ଜାଗାରେ ଜଳାପୋଡ଼ା ହୁଏ ଓ ଆପନିଆ ବା ଶ୍ୱାସକ୍ରିୟା ବନ୍ଦ ହୋଇଯାଏ । ଅନ୍ୟାନ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅପଶ୍ମାର ବାତ, ଅସଙ୍ଗତ ବ୍ୟବହାରଦ୍ୱାରା ସଂକ୍ରମଣ, ନିଶାଗ୍ରସ୍ତ ଓ ଦୀର୍ଘକାଳୀନ ବ୍ୟବହାର କଲେ ପ୍ରୋପୋଫଲ୍ ଇନଫ୍ୟୁଜନ୍ ସିଣ୍ଡ୍ରୋମ ଇତ୍ୟାଦି ହୁଏ । ଗର୍ଭାବସ୍ଥାରେ ନିରାପଦ ମନେ ହେଉଥିଲେ ମଧ୍ୟ ଏହା ଉପରେ ବିଶେଷ ଅନୁଶୀଳନ ହୋଇଥିବା ଜଣାଯାଏ ନାହିଁ । ସିଜରିଆନ ସେକ୍ସନ୍ ଅପରେଶନ ବେଳେ ଏହି ଔଷଧ ଦିଆଯାଏ ନାହିଁ ।[2] ଏହା ଏକ ଯନ୍ତ୍ରଣା ନିରଧୀ ଔଷଧ ନୁହେଁ, ତେଣୁ ମର୍ଫିନ ଭଳି ଅଫିମାଭ/ଓପିଅଏଡ ଔଷଧ ଆବଶ୍ୟକ ସ୍ଥଳେ ଦିଆଯାଏ ।[3] ସର୍ବଦା ଏହାର ଆବଶ୍ୟକତା ଉପରେ ପ୍ରଶ୍ନବାଚୀ ଚିହ୍ନ ଅଛି ।[4] ଏହା ଆଂଶିକ ଭାବରେ ଗାବା ନିଉରୋଟ୍ରାନ୍ସମିଟର ମାଧ୍ୟମରେ କାମ କରେ ।[2]
ସନ ୧୯୭୭ରେ ପ୍ରପୋଫଲ ଆବିଷ୍କୃତ ହୋଇଥିଲା ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[2]ଏହାର ହୋଲସେଲ ମୂଲ୍ୟ ଭାଏଲ ପ୍ରତି ୦.୬୧ରୁ ୮.୫୦ ଆମେରିକୀୟ ଡଲାର ।[7] ଏହାର ଶିରାଭ୍ୟନ୍ତର ଭାଏଲର ରଙ୍ଗ ଧଳା ହୋଇଥିବାରୁ ଏହାକୁ ମିଲ୍କ ଅଫ ଆମ୍ନେସିଆ କୁହାଯାଏ ।[8] ପଶୁ ଚିକିତ୍ସାରେ ମଧ୍ୟ ପ୍ରୋପୋଫଲ୍ ବ୍ୟବହୃତ ହୁଏ । [9]