From Wikipedia, the free encyclopedia
ପ୍ରାଥମିକ ବିଲିଆରି କୋଲାଞ୍ଜାଇଟିସ୍ ( ପିବିସି ), (ଇଂରାଜୀ ଭାଷା)ରେ Primary biliary cholangitis/ PBC ଯାହା ପୂର୍ବରୁ ପ୍ରାଥମିକ ବିଲିଆରି ସିରୋସିସ୍ ଭାବରେ ଜଣାଶୁଣା ଥିଲା) ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଏକ ଅଟୋମ୍ୟୁମ୍ୟୁନ ରୋଗ ଅଟେ | [3] ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକ୍କା, ଗଲୁ, ଏବଂ ଚର୍ମ ଏବଂ ଆଖି ହଳଦିଆ ଦେଖାଯିବା | [8] ଏହି ରୋଗ ଦଶନ୍ଧି ଧରି ଖରାପ ଦିଗକୁ ଗତି କରିପାରେ । [6] ରୋଗ ଜଟିଳ ହେଲେ ସିରୋସିସ୍, ଯକୃତ ବିଫଳତା, ଉଚ୍ଚ ରକ୍ତ କୋଲେସ୍ଟେରଲ, ଏବଂ ମେଦ ଦ୍ରବଣୀୟ ଭିଟାମିନ ଅଭାବ ଦେଖାଯାଏ । [3]
Primary biliary cholangitis | |
---|---|
Primary biliary cirrhosis | |
ବିଭାଗ | Gastroenterology |
ଲକ୍ଷଣ | Tiredness, itching, yellowish skin and eyes[1] |
ଆକ୍ରାନ୍ତ ସମୟ | Middle-aged women[2] |
ଅବଧି | Long term[3] |
କାରଣ | Autoimmune disease[3] |
ବିପଦ କାରକ | Family history, other autoimmune diseases[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests, liver biopsy[4] |
ସଠିକ ରୋଗ ନିର୍ଣ୍ଣୟ | Autoimmune hepatitis, primary sclerosing cholangitis, non-alcoholic steatohepatitis[5] |
ଚିକିତ୍ସା | Ursodeoxycholic acid, obeticholic acid, liver transplant[6] |
ପୁନଃପୌନିକ | 1 in 2,500–52,000 people[7] |
ରୋଗର ସଙ୍କଟ କାରକ ମଧ୍ୟରେ ପାରିବାରିକ ଇତିହାସ ମୂଖ୍ୟ ଅଟେ | [3] ଏହା ଅନ୍ୟାନ୍ୟ ଅଟୋଇମ୍ୟୁନ୍ ରୋଗ ଯେପରିକି ହେପାଟାଇଟିସ୍, ସିଲିଆକ୍ ରୋଗ, ରେନଡ଼ ସିଣ୍ଡ୍ରୋମ ରୋଗ ଏବଂ ସ୍କ୍ଲେରୋଡର୍ମା ସହିତ ମଧ୍ୟ ଜଡ଼ିତ ଥାଇପାରେ | [3] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଯକୃତର କ୍ଷୁଦ୍ର ପିତ୍ତ ନଳୀଗୁଡ଼ିକର ଧୀର, ପ୍ରଗତିଶୀଳ ବିନାଶ ହୁଏ, ଯାହା ଫଳରେ ପିତ୍ତ ଏବଂ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ଗୁଡ଼ିକ ଜମିଯାଏ ଓ ଯକୃତକୁ ନଷ୍ଟ କରିଦିଏ। [3] ରୋଗ ନିର୍ଣ୍ଣୟ ପ୍ରାୟତଃ ରକ୍ତ ପରୀକ୍ଷା ଉପରେ ଆଧାରିତ ହୁଏ, ଯେପରିକି ଆଣ୍ଟି-ମାଇଟୋକଣ୍ଡ୍ରିଆଲ୍ ଆଣ୍ଟିବଡି ଏବଂ ଆଲାକାଲାଇନ ଫସଫାଟେଜ ବା କ୍ଷାରୀୟ ଫସଫାଟେଜ୍ କିମ୍ବା ଆବଶ୍ୟକ ସ୍ଥଳେ ଯକୃତ ବାୟୋପ୍ସି କରାଯାଏ । [4]
ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ଉର୍ସୋଡିଅକ୍ସିକୋଲିକ ଏସିଡ (ursodeoxycholic acid (UDCA) ଦିଆଯାଏ ଯାହା ରୋଗର ପ୍ରଗତିକୁ ମନ୍ଥର କରିଥାଏ | [6] ଓବେଟିକୋଲିକ୍ ଏସିଡ୍ (OCA) ମଧ୍ୟ ବ୍ୟବହୃତ ହୋଇପାରେ | [6]ଜଟିଳତା ଥିଲେ ତାହାର ପରିଚାଳନା ନିମନ୍ତେ ପ୍ରୟାସ କରାଯାଏ | [2] ଯକୃତ ବିଫଳତା ସୃଷ୍ଟି ହୋଇଥିଲେ ଯକୃତ ପ୍ରତିରୋପଣ କରାଯାଇପାରେ | [6]
ପିବିସି ପ୍ରାୟ ୨୫୦୦ରୁ ୫୨୦୦୦ ଲୋକଙ୍କ ମଧ୍ୟରୁ ଜଣକୁ ଆକ୍ରମଣ କରେ | [7] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ୯ ଗୁଣ ଅଧିକ ହୋଇଥାଏ। [2] ୩୦ରୁ ୬୦ ବର୍ଷ ବୟସ ମଧ୍ୟରେ ସାଧାରଣତଃ ଲୋକମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି | [2] ଏହାକୁ ଅତି କମରେ ୧୮୫୧ ମସିହାରୁ ବର୍ଣ୍ଣନା କରାଯାଇଛି ଏବଂ ୧୯୪୯ ମସିହାରେ ଏହାର ନାମ "ପ୍ରାଥମିକ ବିଲିୟାରି ସିରୋସିସ୍" ରଖାଯାଇଥିଲା। [9] [10] ଯେହେତୁ ଏହି ରୋଗରେ ସିରୋସିସ୍ ଦେଖାଯାଏ ତେଣୁ ଏହାର ନୂତନ ନାମକରଣ ସନ ୧୯୧୪ରେ "ପ୍ରାଥମିକ ବିଲିୟାରି କୋଲାଙ୍ଗାଇଟିସ୍"କୁ ପରିବର୍ତ୍ତନ କରାଯାଇଥିଲା। [11]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.