ପ୍ରସବପର ରକ୍ତସ୍ରାବ
From Wikipedia, the free encyclopedia
ପ୍ରସବପର ରକ୍ତସ୍ରାବ, ଇଂରାଜୀରେ ପୋଷ୍ଟପାର୍ଟମ୍ ବ୍ଲିଡିଙ୍ଗ (Postpartum bleeding) କିମ୍ବା ପୋଷ୍ଟପାର୍ଟମ୍ ହେମୋରେଜ ( postpartum hemorrhage), ସଂକ୍ଷେପରେ ପି.ପି.ଏଚ. (PPH) ସଂଜ୍ଞାନୁସାରେ ପିଲା ଜନ୍ମ ହେବା ପରେ ୨୪ ଘଣ୍ଟା ମଧ୍ୟରେ ୫00 ମିଲିରୁ ଅଧିକ କିମ୍ବା or 1,000 ମିଲି ରକ୍ତସ୍ରାବ ହେଲେ ଏହି ନାମ ଦିଆଯାଏ । [1] ଅନ୍ୟ କେତେକଙ୍କ ମତାନୁସାରେ ରୋଗୀର ସ୍ୱଳ୍ପ ରକ୍ତ ଲକ୍ଷଣ ଓ ଚିହ୍ନ ଥିବା ଆବଶ୍ୟକ । [2] ଚିହ୍ନ ଓ ଲକ୍ଷଣ ମଧ୍ୟରେ ଅଧିକ ହୃତ୍ପିଣ୍ଡ ଗତି, ଠିଆ ହେଲେ ଅଚେତ ହେଲା ଭଳି ଲାଗିବା ଓ ଦୃତ ଶ୍ୱାସ ଗତି ଉଲ୍ଲେଖଯୋଗ୍ୟ । [3] ଅତ୍ୟଧିକ ରକ୍ତସ୍ରାବ ହେଲେ ମହିଳା ଥଣ୍ଡା ଅନୁଭବ କରେ, ରକ୍ତଚାପ କମିଯାଏ ଓ ଅସ୍ଥିରତା ଅନୁଭବ କରି ଅଚେତ ହୋଇପାରେ । [3] ଏହି ରୋଗ ପ୍ରସବ ପରଠାରୁ ୬ ସପ୍ତାହ ମଧ୍ୟରେ ହୋଇପାରେ । [2]
ପ୍ରସବପର ରକ୍ତସ୍ରାବ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ପ୍ରସୂତୀ ବିଜ୍ଞାନ[*] |
ଆଇସିଡ଼ି-୧୦ | O72. |
ଆଇସିଡ଼ି-୯-ସିଏମ୍ | 666 |
ଇ-ମେଡ଼ିସିନ | article/275038 |
Patient UK | ପ୍ରସବପର ରକ୍ତସ୍ରାବ |
MeSH | D006473 |
ଏପରି ରକ୍ତସ୍ରାବ ହେବାର ମୂଖ୍ୟ କାରଣ ହେଲା ପିଲା ଜନ୍ମ ହେବା ପରେ ପରେ ଯଥେଷ୍ଟ ଜରାୟୁ ସଙ୍କୋଚନର ଅଭାବ । ପ୍ଲାସେଣ୍ଟାର ଅଂଶ ବାହାରି ନ ପାରି ରହିଯିବା, ଜରାୟୁ ଚିରି ହେବା ଓ ରକ୍ତ ଜମାଟ ନ ବାନ୍ଧିବା ଆଦି କାରଣ ଯୋଗୁ ମଧ୍ୟ ଏହି ରକ୍ତସ୍ରାବ ହୁଏ । ସାଧାରଣତଃ ଆନିମିଆ, ଏସିଆର ଲୋକ, ଏକାଧିକ ଛୁଆ ଜନ୍ମ, ମୋଟାପା ଓ ୪୦ ବର୍ଷ ବୟସ ପରେ ପିଲା ଜନ୍ମ ହେଲେ ଏହି ରକ୍ରସ୍ରାବ ସମ୍ଭାବନା ଅଧିକ ହୁଏ । ସିଜରିଆନ ଅପରେଶନ ପରେ, ଲେବର ନିମନ୍ତେ ଔଷଧ ଦିଆଯାଇଥିଲେ ଓ ଏପିସିଓଟୋମି ଅପରେଶନ୍ ହୋଇଥିଲେ ରକ୍ତସ୍ରାବ ହୋଇପାରେ । [1]
ଜଣାଶୁଣା ସଙ୍କଟଜନକ ଅବସ୍ଥା ଥିଲେ ତାହା ନ ହେବା ନିମନ୍ତେ ବ୍ୟବସ୍ଥା କରାଯାଏ ଓ ଛୁଆ ଜନ୍ମ ହେବା ସଙ୍ଗେ ସଙ୍ଗେ ଅକ୍ସିଟୋସିନ ଦେଇ ଜରାୟୁ ସଙ୍କୁଚିତ କରିବାକୁ ଚେଷ୍ଟା କରାଯାଏ । ଅସୁବିଧା ଥିଲେ ଅକ୍ସିଟୋନିନ ବଦଳରେ ମିସୋପ୍ରୋସ୍ଟୋଲ ଦିଆଯାଇପାରେ । ଶୀରାମାଧ୍ୟମ ତରଳ ପଦାର୍ଥ, ରକ୍ତ ଟ୍ରାନ୍ସଫ୍ୟୁଜନ ଓ ଏରଗୋଟାମିନ ଔଷଧ ଦେଇ ଚିକିତ୍ସା କଲେ ଅଧିକ ଜରାୟୁ ସଙ୍କୋଚନରେ ସୁବିଧା ହୁଏ । କୌଣସି ଔଷଧ କାମ ନ କଲେ ହାତଦ୍ୱାରା ଜରାୟୁକୁ ଚିପି ଧରିଲେ ରକ୍ତସ୍ରାବ ବନ୍ଦ ହୋଇଯାଏ । ପେଟକୁ ଚିପି ଧରିଲେ ମହାଧମନୀ ମଧ୍ୟ ଚିପି ହୋଇଯାଏ । ଅନ୍ୟ ସୁବିଧା ବା ଅପରେଶନ ହେବା ପର୍ଯ୍ୟନ୍ତ ନନ୍ ନିଉମାଟିକ ଆଣ୍ଟି-ସକ୍ ଗାରମେଣ୍ଟ ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ କରିଛି । [1]
ବିକାଶଶୀଳ ଦେଶମାନଙ୍କରେ ପ୍ରାୟ ୧.୨% ପ୍ରସବ ପରେ ପିପିଏଚ ହୁଏ ଓ ପି.ପି.ଏଚ. ହେଲେ ୩ % ମହିଳା ମୃତ୍ୟୁ ବରଣ କରନ୍ତି । [1] ସାରା ପୃଥିବୀରେ ଏହା ଯୋଗୁ ବାର୍ଷକ ୪୪,୦୦୦ରୁ ୮୬,୦୦୦ ମୃତ୍ୟୁ ହୋଇ ଗର୍ଭାବସ୍ଥା ସମ୍ପର୍କୀୟ କାରଣ ଯୋଗୁ ଏହା ପ୍ରଥମ ସ୍ଥାନ ଅଧିକାର କରିଛି । [1][4] ପ୍ରସବୋତ୍ତର ରକ୍ତସ୍ରାବ ଯୋଗୁ ଆମେରିକାରେ ପ୍ରାୟ ୧୦୦,୦୦୦ ପ୍ରସବ ପରେ ୦.୪ ମହିଳା ମୃତ୍ୟୁ ବରଣ କରନ୍ତି, ସବ୍-ସାହାରା ଆଫ୍ରିକାରେ ସେହି ୧୦୦,୦୦୦ ପସବ ପରେ ୧୫୦ ଜଣ ମହିଳା ମୃତ୍ୟୁ ବରଣ କରନ୍ତି । ଆମେରିକାରେ ୧୮୦୦ ଶତାବ୍ଦୀ ଶେଷ ଆଡ଼କୁ ମୃତ୍ୟୁ ହାର ଯଥେଷ୍ଟ କମିଯାଇଛି । [1]