ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ପ୍ରମିଳା ମଲ୍ଲିକ (ଜନ୍ମ: ୪ ମାର୍ଚ୍ଚ ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ ।[1] ସେ ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି ।[2] ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ୧୦ମ ସଭାକୁ ଜନତା ଦଳର ପ୍ରତିନିଧି ଭାବରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ପୁଣିଥରେ ୨୦୦୦ ମସିହା ଓଡ଼ିଶା ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ସେହି ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ଏହାପରେ ସେ ଲଗାତାର ୨୦୦୪ ମସିହାରେ ୧୩ଶ, ୨୦୦୯ ମସିହାରେ ୧୪ଶ ଏବଂ ୨୦୧୪ ମିସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1] ପ୍ରମିଳା ପ୍ରଥମଥର ପାଇଁ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ ।
ପ୍ରମିଳା ମଲ୍ଲିକ | |
---|---|
ବିଧାୟିକା: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ନବକିଶୋର ମଲ୍ଲିକ |
ପର ଅଧିକାରୀ | ଅର୍ଜୁନ ଦାସ |
ନିର୍ବାଚନ ମଣ୍ଡଳୀ | ବିଞ୍ଝାରପୁର |
ବିଧାୟିକା: ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ଏବେଯାଏଁ | |
ପୂର୍ବ ଅଧିକାରୀ | ଅର୍ଜୁନ ଦାସ |
ନିର୍ବାଚନ ମଣ୍ଡଳୀ | ବିଞ୍ଝାରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ମାର୍ଚ୍ଚ ୧୯୬୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ଦାମୋଦର ମଲ୍ଲିକ |
ସନ୍ତାନ | ୧ ଝିଅ |
ବାପା/ବୋଉ | ପବନ ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପ୍ରମିଳା ମଲ୍ଲିକ ୧୯୬୩ ମସିହାର ମାର୍ଚ୍ଚ ୪ ତାରିଖରେ ଓଡ଼ିଶାର ଯାଜପୁର ଜିଲ୍ଲାର ମସରାଠାରେ ଜନ୍ମଗ୍ରହଣ କରିଥିଲେ ।[3] ତାଙ୍କ ବାପା ଥିଲେ ପବନ ମଲ୍ଲିକ ।[4] ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ।[3] ପ୍ରମିଳା ଦାମୋଦର ମଲ୍ଲିକଙ୍କୁ ବିବାହ କରିଥିଲେ ।
ପ୍ରମିଳା ମଲ୍ଲିକ ପ୍ରଥମେ ଜନତା ଦଳ ସହ ରାଜନୀତିରେ ସକ୍ରିୟ ଥିଲେ । ସେ ୧୯୯୦ ଓଡ଼ିଶା ନିର୍ବାଚନରେ ପ୍ରଥମ ପାଇଁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[5] ଜନତା ଦଳର ପ୍ରତିନିଧି ଭାବରେ ସେ ବିଞ୍ଝାରପୁର ବିଧନସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଏହପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ।[6] ୨୦୦୦ ମସିହାରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ପୁଣିଥରେ ବିଞ୍ଝାରପୁରରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[5] ଏହାପରେ ୨୦୦୪ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାକୁ[7], ୨୦୦୯ ମସିହାରେ ୧୪ଶ ଓଡ଼ିଶା ବିଧାନ ସଭାକୁ ଏବଂ ୨୦୧୪ ମସିହାରେ ୧୫ଶ ଓଡ଼ିଶା ବିଧାନ ସଭାକୁ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚିତ ହୋଇଥିଲେ ।[8]
୨୦୦୪ ମସିହାରେ ପ୍ରମିଳା ପ୍ରଥମ ଥର ପାଇଁ ୧୩ଶ ଓଡ଼ିଶା ବିଧାନ ସଭାର ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ହୋଇ ଥିଲେ । ସେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ହୋଇଥିଲେ । ପ୍ରଥମ ଥର ପାଇଁ ସେ ୧୮ ମଇ ୨୦୦୪ରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଏବଂ ୨୬ ଜୁଲାଇ ୨୦୦୪ ଯାଏଁ ମନ୍ତ୍ରୀମଣ୍ଡଳରେ ରହିଥିଲେ । ପରବର୍ତ୍ତୀ ସମୟରେ ସେ ୨୨ ସେପ୍ଟେମ୍ବର ୨୦୦୪ରୁ ୭ ଫେବୃଆରୀ ୨୦୧୧ ଯାଏଁ ସେ ମନ୍ତ୍ରୀମଣ୍ଡଳରେ ରହିଥିଲେ ।[1]
୨୦୨୩ ମସିହାରେ ବିଜୁ ଜନତା ଦଳ ତରଫରୁ ତାଙ୍କୁ ବିଧାନ ସଭାରେ ବାଚସ୍ପତି ପଦ ପାଇଁ ମନୋନୀତ କରାଯାଇଥିଲା [9] ଓ ସେ ନିର୍ଦ୍ୱନ୍ଦ୍ୱରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ ।[10] ସେ ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି ।[2]
ପ୍ରମିଳା ମଲ୍ଲିକ ଡାଲି ଦୁର୍ନିତିରେ ବିବାଦୀୟ ହୋଇ ପଡ଼ିଥିଲେ ଏବଂ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ ।[11] ୨୦୧୮ ମସିହାରେ ପ୍ରମିଳା ମଲ୍ଲିକଙ୍କର ଭାଇ ଓ ବାପାଙ୍କ ନାଆଁରେ ଯବ୍ କାର୍ଡ଼ ଥିବା କଥା ଉଠିଥିଲା, ଫଳରେ ସେ ପୁଣିଥରେ ବିବାଦୀୟ ହୋଇପଡ଼ିଥିଲେ ।[4] ପ୍ରମିଳା ମଲ୍ଲିକ ୨୦୧୮ ମସିହାରେ ବୈଜୟନ୍ତ ପଣ୍ଡାଙ୍କ ଉପରେ ହୋଇଥିବା ଅଭିଯୋଗର ତଦନ୍ତ କରିଥିଲେ ।[12][13] ୨୦୧୫ ମସିହାରେ ପ୍ରମିଳା ଚାଷୀ ଆତ୍ମହତ୍ୟା ଉପରେ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ବିବାଦ ଉପୁଜିଥିଲା ।[14] ସେ କହିଥିଲେ କି, "ବିରୋଧୀ ଦଳମାନେ ଚାଷୀମାନଙ୍କ ଅମର ଲଡ଼ୁ ଦିଅନ୍ତୁ, ଫଳରେ ସେମାନେ ଆଉ କେବେ ମରିବେନି ।"[15]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.