ପୋକଶୁଙ୍ଗା
From Wikipedia, the free encyclopedia
From Wikipedia, the free encyclopedia
ପୋକ ଶୁଂଘା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହାର ପତ୍ରଗୁଡ଼ିକ ଧଳାଲୋମଯୁକ୍ତ, ଧାର କଟା କଟା ଓ ଅଗ୍ରଭାଗ ମୁନିଆଁ। ଏହି ପତ୍ର ବିନ୍ୟାସ ଏକାନ୍ତର। ପତ୍ରର ଆକାର ୫-୫.୫x୧.୫-୨ ସେ.ମି. ହୋଇଥାଏ। ଜାନୁଆରୀ ମାସକୁ ଫୁଲଧରେ। ଅତି ବେଶୀରେ ଏହା ଫୁଟେ ଦେଢ ଫୁଟ ଉଚ୍ଚ ହୋଇଥାଏ । ଏହା ମୂଳା ଗଛ ପରି ଦିଶେ। ଏହି ଗଛରୁ ଏକ ପ୍ରକାର ଗନ୍ଧ ବାହାରେ । ଓଡ଼ିଶାର ସର୍ବତ୍ର ଏହା ଦେଖିବାକୁ ମିଳେ। [1]
ପୋକଶୁଙ୍ଗା | |
---|---|
ପୋକଶୁଙ୍ଗା | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
Subkingdom: | Tracheobionta |
ବିଭାଗ: | Magnoliophyta |
ବର୍ଗ: | Magnoliopsida |
ଉପବର୍ଗ: | Asteridae |
ଗଣ: | Asterales |
କୁଳ: | Asteraceae |
ଉପକୁଳ: | Asteroideae |
ଗୋଷ୍ଠୀ: | Inuleae]] |
ପ୍ରଜାତି: | Blumea]] |
ଜାତି: | B. oxyodonta |
ବାଇନୋମିଆଲ ନାମ | |
Blumea oxyodonta | |
ଇଂରାଜୀ ନାମ | Spiny Leaved Blumea |
ଉଦ୍ଭିଦିକ ନାମ | Blumea oxyodonta |
କୁଟୁମ୍ବ (Family) | Asteraceae (Sunflower family) |
ତିକ୍ତରସ ମିଶ୍ରିତ କଟୁରସ, ବର୍ଣ୍ଣକାରକ। ମାତ୍ରା ଦୁଇଅଣାରୁ ଆଠଅଣା
ଏଇ ଗଛର ସର୍ବାଙ୍ଗ, ମୁଖ୍ୟତଃ ଏହାର ପତ୍ର ଔଷଧୀୟ କାମରେ ଲାଗେ । ଏହା ପିତ୍ତଦୋଷ, ଜ୍ୱର, କଫ, ଦାହ, ତୃଷ୍ଣା, ଅତିସାର, ରକ୍ତପିତ୍ତ, ଗ୍ରହଦୃଷ୍ଟି, ଭୁତଦୃଷ୍ଟି, ଶିଶୁରୋଗ, କାସ, ଶ୍ୱାସ ଆଦି ନିବାରକ ।
ପୋକଶୁଙ୍ଗା ରସରେ ମହୁ ମିଶାଇ ସେବନ କଲେ ସମସ୍ତ ପ୍ରକାର ଜ୍ୱର ଓ ଅତିସାର ନିବାରିତ ହୁଏ । ପିଲାମାନଙ୍କ କଫରେ ଏହାର ରସ ସହିତ ପାନ ରସ ମିଶାଇ ଦିଆଯାଏ । ରକ୍ତପିତ୍ତ (ନାକରୁ ରକ୍ତ ପଡ଼ିବା)ରେ ଏହାର ରସକୁ ମହୁ ଓ ମିଶ୍ରି ସହିତ ଦିଆଯାଏ। ପିଲାଙ୍କ ଜ୍ୱର ଓ ଚର୍ମରୋଗରେ ହଳଦୀ ସହିତ ବାଟି ପ୍ରୟୋଗ କରାଯାଏ। କାସ ଆଦିରେ ଏହାର ମୂଳକୁ ଶୁଣ୍ଠି ସହିତ, ଚର୍ମରୋଗରେ ଏହାର ପତ୍ରରସକୁ ସୋରିଷ ତେଲ ସହିତ ପାକ କରି, ଝାଡାରେ ଏହାର ପତ୍ର ରସକୁ ମୁଥା ଓ ମିଶ୍ରି ସହିତ, ଜ୍ୱରରେ ଏହାର କ୍ୱାଥକୁ ମହୁ ସହିତ ବ୍ରଣରେ ଏହାର ପତ୍ର ରସକୁ ନିମ୍ବ ପତ୍ର ସହିତ ଓ ଯେକୌଣସି କ୍ଷତରେ ବିଶୁଦ୍ଧ ପତ୍ରର ରସକୁ ପ୍ରୟୋଗ କରାଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.