ପେଞ୍ଚ
From Wikipedia, the free encyclopedia
ଚୁଡ଼ି ଥିବା କଣ୍ଟାକୁ ପେଞ୍ଚ ବା ପେଚ କହନ୍ତି । ପେଞ୍ଚକୁ କାଠ କିମ୍ବା ଅନ୍ୟ ବସ୍ତୁରେ ଚାପି ପେଞ୍ଚକଶ ସାହାଯ୍ୟରେ ମୋଡ଼ାଯାଇଥାଏ । ତେଣୁ ଏହା କଣ୍ଟା ତୁଳନାରେ କାଠରେ ଦୃଢ଼ ଭାବରେ ରହିଥାଏ । ବିଭିନ୍ନ ପ୍ରକାର ପେଞ୍ଚ ଭିନ୍ନ ପ୍ରକାରର କାମରେ ଲାଗିଥାଆନ୍ତି ।
କିଛି ପେଞ୍ଚକୁ ବିପରୀତ ଚୁଡ଼ିର ନଟ୍ରେ ଖାପିବା ପାଇଁ ତିଆରି କରାଯାଇଥାଏ । ପେଞ୍ଚ ଲୁହା, ଇସ୍ପାତ, ତମ୍ବା, କଂସା କିମ୍ବା ପ୍ଲାଷ୍ଟିକ୍ରେ ତିଆରି ହୋଇଥାଏ ।
ପେଞ୍ଚର ଚୁଡ଼ିକୁ ମିଲିମିଟର କିମ୍ବା ସଂଖ୍ୟାରେ ପ୍ରକାରଭେଦ କରାଯାଏ । ଆସବାବ, କବାଟ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣରେ ପେଞ୍ଚର ବ୍ୟବହାର ହୁଏ ।
ଜିନିଷମାନଙ୍କୁ ଏକାଠି ଧରିବରେ ପେଞ୍ଚ ବଡ଼ ଉପକାରୀ । ୟାକୁ କାଢ଼ି ଅଲଗା ମଧ୍ୟ କରାଯାଇପାରେ ଯଦି କୌଣସି ଅଠା ଏଥିରେ ବ୍ୟବହାର କରାଯାଇ ନଥାଏ । ଅନେକ ପ୍ରକାର ବସ୍ତୁକୁ ପେଞ୍ଚଦ୍ୱାରା ଏକତ୍ର କରାଯାଏ । ଅନେକ ସମୟରେ ବାରମ୍ବାର ଖୋଲିବା ବନ୍ଦ କରିବାଦ୍ୱାରା ଚୁଡ଼ି ଢିଲା ମଧ୍ୟ ହୋଇଯାଏ । କିଛି ପରିସ୍ଥିତିରେ କଳଙ୍କି କିମ୍ବା ଅନ୍ୟ କାରଣରୁ ପେଞ୍ଚକୁ ଖୋଲିବା କଠିନ ହୋଇ ପଡ଼େ ।