From Wikipedia, the free encyclopedia
ପୂର୍ବତଟ ରେଳ | |
---|---|
East Coast Railway-15 | |
Locale | ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ |
Dates of operation | ୨୦୦୩– |
Predecessor | ଦକ୍ଷିଣ-ପୂର୍ବ ରେଳବାଇ |
Headquarters | ଭୁବନେଶ୍ୱର |
Website | ECoR official website |
ପୂର୍ବତଟ ରେଳ ଭାରତର ୧୬ଟି ରେଳ ଜୋନ ମଧ୍ୟରୁ ଗୋଟିଏ । ଏହି ରେଳ ସେବା ଅପ୍ରେଲ ୦୧, ୨୦୦୩ ମସିହାରେ କାର୍ଯ୍ୟକ୍ଷମ ହେଲା । ଭୌଗଳିକ ତିଥି ଅନୁସାରେ ଭାରତର ୩ଟି ରାଜ୍ୟର ରେଳପଥ ଏହାର ଅନ୍ତର୍ଭୁକ୍ତ । ଓଡ଼ିଶାରେ ଏହା ସର୍ବବୃହତ୍ତ ସେବା ପ୍ରଦାନ କରି ଆସୁଅଛି ଓ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ , ବିଶାଖାପାଟଣା , ଉତ୍ତର ଭାଗରେ ଥିବା ଜିଲ୍ଲାସମୂହ ଏବଂ ଛତିଶଗଡର ବସ୍ତାର, ଦନ୍ତେବାଡା ଜିଲ୍ଲା ମଧ୍ୟ ଏହି ବିଭାଗରେ ଆସିଥାଏ । ପୂର୍ବତଟ ରେଳର ପ୍ରଶାସନିକ କେନ୍ଦ୍ର ଭୁବନେଶ୍ୱରଠାରେ ଅବସ୍ଥିତ । ପୂର୍ବତଟ ରେଳରେ ୩ଟି ବିଭାଗ ଅଛି , ସେଗୁଡିକ ହେଲା:
ବର୍ତ୍ତମାନର ପୁର୍ବତଟ ରେଳଟି ପୁରାତନ ପୁର୍ବତଟ ରେଳର ପୁନରୁଦ୍ଧାର ଅଟେ, ଯାହାକି ନଭେମ୍ବର ୦୧, ୧୮୮୬ରେ ଆରମ୍ଭ ହେଇଥିଲା । ବଙ୍ଗ ଏବଂ ନାଗପୁର ରେଳ ଅଗଷ୍ଟ ୦୧,୧୯୫୫ରେ ପୁର୍ବ ରେଳରୁ ଅଲଗା ହୋଇ ନୂତନ ଦକ୍ଷିଣ ପୁର୍ବ ରେଳ ଗଠନ କରିଥିଲେ । ଅକ୍ଟୋବର ୧୯୬୨ରେ ୱାଲଟିୟର ବିଭାଗଟି ଏହାର ଅଧିନରେ ଆସିଲା ।[2] ପୁର୍ବତଟ ରେଳ ୭ଟି ରେଳ ଜୋନରେ ଆସେ ଯାହାକୁ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବଗୌଡ଼ା ୮ ଅଗଷ୍ଟ ୧୯୯୬ରେ ଉଦଘାଟନ କରିଥିଲେ । ସେହି ସମୟରେ କେବଳ ଖୋର୍ଦ୍ଧା ରୋଡ଼ ବିଭାଗଟି ଏହା ସହ ସଂପୃକ୍ତ ଥିଲା ଏବଂ ଅପ୍ରେଲ ୦୧, ୨୦୦୩ ମସିହାରେ ସମ୍ପୁର୍ଣ କାର୍ଯ୍ୟକ୍ଷମ ହେଲା । ଏହି ରେଳ ସେବା ମୂଳତଃ ଦକ୍ଷିଣ-ପୁର୍ବ ରେଳରୁ ଆସିଅଛି ।
ପୂର୍ବତଟ ରେଳବାଇ ୪୬୦୦ କି.ମି ରେଳ ଧାରଣା ବିଶିଷ୍ଟ ଅଟେ । ଏହା ୪୨,୬୧୨ କି.ମି ରାସ୍ତା ଏବଂ ୨,୨୦୦ କି.ମି ବିଦ୍ୟୁତଶକ୍ତି ଯୁକ୍ତ ରେଳ ଧାରଣା ପର୍ଯ୍ୟନ୍ତ ବିସ୍ତାର ଲାଭ କରିଅଛି । ଏହା ପ୍ରାୟ ୪୪,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଅଛି। ଏହି ରେଳବାଇରେ ୧୮୪ଟି ରେଳଘର ରହିଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.