ପୁଷ୍ଟିସାର
From Wikipedia, the free encyclopedia
ଏହି ବିଷୟଟି ପୁଷ୍ଟିସାର (ପୋଷକ) ସମ୍ବନ୍ଧରେ ଲେଖା ହୋଇଛି । ମଲିକ୍ୟୁଲ ସମ୍ପର୍କରେ ଦେଖିବାକୁ ଇଚ୍ଛା କଲେ en: Proteins ଦେଖନ୍ତୁ ।
ପୁଷ୍ଟିସାର (ବିଭିନ୍ନ ପ୍ରକାରର) ମାନବ ନିମନ୍ତେ ଅତ୍ୟାବଶ୍ୟକ ପୋଷକ ରୁପେ ପରିଚିତ । ସେ ସମସ୍ତଙ୍କୁ ବ୍ୟବହାର କରି ଶରୀର ଗଠନ କରାଯାଇଛି । ଶ୍ୱେତସାର ଭଳି ଏହା ୪ କି.କ୍ୟାଲ/ଗ୍ରାମ ଶକ୍ତି ମଧ୍ୟ ପ୍ରଦାନ କରେ, କିନ୍ତୁ ସ୍ନେହସାର ୯ କି.କ୍ୟାଲ/ଗ୍ରାମ ଶକ୍ତି ଦିଏ ।
ପୁଷ୍ଟିସାର ବା ପ୍ରୋଟିନ ଅନେକ ଗୁଡ଼ିଏ ପଲିମର ଚେନଦ୍ୱାରା ଗଠିତ ଯାହା ପେପ୍ଟାଇଡ ବଣ୍ଡଦ୍ୱାରା ସଂଯୁକ୍ତ ହୋଇଥାଏ । ମାନବ ହଜମ କ୍ରିୟା ସମୟରେ ଏହି ପୁଷ୍ଟିସାର, ହାଇଡ୍ରୋକ୍ଲୋରିକ ଏସିଡ ଓ ପ୍ରୋଟିଏଜ୍ ଏନ୍ଜାଇମ୍ଦ୍ୱାରା ବିଭାଜିତ ହୋଇ ଛୋଟ ଛୋଟ ପଲିପେପ୍ଟାଇଡ ଚେନରେ ପରିଣତ ହୁଏ । ଏହା ଶରୀରରେ ଅତ୍ୟାବଶ୍ୟକ ଆମିନୋଏସିଡରେ ପରିଣତ ହୁଏ ଯାହା ଶରୀର ତିଆରି କରି ପାରେ ନାହିଁ [1] ।
ଆମିନୋଏସିଡ ଗୁଡ଼ିକ ୩ ଭାଗରେ ବିଭକ୍ତ କରାଯାଏ: ଅତ୍ୟାବଶ୍ୟକ ଆମିନୋଏସିଡ, ଅଣଅତ୍ୟାବଶ୍ୟକ ଆମିନୋଏସିଡ ଓ କଣ୍ଡିସନାଲ ଆମିନୋଏସିଡ । ଅତ୍ୟାବଶ୍ୟକ ଆମିନୋଏସିଡ ଖାଦ୍ୟରେ ବାହାରୁ ନ ଆସିଲେ ଶରୀର ତିଆରି କରି ପାରେ ନାହିଁ । ଅଣଅତ୍ୟାବଶ୍ୟକ ଆମିନୋଏସିଡ ଶରୀରରେ ଆମିନୋଏସିଡରୁ ତିଆରି ହୁଏ ବା ପ୍ରୋଟିନ ବିଭାଜନରୁ ତିଆରି ହୁଏ । ରୋଗ ବା ଚାପ ସମୟ ବ୍ୟତୀତ ଅନ୍ୟ ସମୟରେ କଣ୍ଡିସନାଲ ଅମିନୋଏସିଡ ଆବଶ୍ୟକ ହୁଏ ନାହିଁ ।
ଅତ୍ୟାବଶ୍ୟକ ଆମିନୋଏସିଡ - ଲିଉସିନ, ଆଇସୋଲିଉସିନ, ଭାଲିନ, ଲାଇସିନ, ଥ୍ରିଓନିନ (Threonine),ଟ୍ରିପ୍ଟୋଫେନ୍, ମେଥିଓନିନ୍, ଫିନାଇଲଆଲାନିନ୍ ଓ ହିସ୍ଟିଡିନ୍ । ଅଣଅତ୍ୟାବଶ୍ୟକ ଆମିନୋଏସିଡ - ଆଲାନିନ୍, ଆସ୍ପାରାଜିନ୍, ଆସ୍ପାର୍ଟିକ୍ ଏସିଡ୍ ଓ ଗ୍ଲୁଟାମିକ୍ ଏସିଡ୍ । କଣ୍ଡିସନାଲ ଅମିନୋଏସିଡ - ଆର୍ଜିନିନ୍, ସିସ୍ଟିନ୍, ଗ୍ଲୁଟାମିନ୍, ଗ୍ଲାଇସିନ୍, ପ୍ରୋଲିନ୍, ସେରିନ୍ ଓ ଟାଇରୋସିନ୍[2] ।
ଆମିନୋଏସିଡ୍ ପ୍ରଣୀଜ ଖାଦ୍ୟ ଯଥା ମାଂସ, ଦୁଧ, ମାଛ ଓ ଅଣ୍ଡାରୁ ମିଳେ । ଉଦ୍ଭିଦରୁ ଯଥା ଶସ୍ୟ, ଡାଲି ଜାତୀୟ ଖାଦ୍ୟ, ସୋୟା, ଛୁଇଁ ଜାତୀୟ ଖାଦ୍ୟ, ଫଳ, ମଞ୍ଜି ଓ ନଟ୍ରୁ ମିଳେ। ନିରାମିଷାଶୀ ଲୋକ ବିଭିନ୍ନ ପ୍ରକାର ଉଦ୍ଭିଦଜ ଖାଦ୍ୟରୁ ଯଥେଷ୍ଟ ଅତ୍ୟାବଶ୍ୟକ ଆମିନୋଏସିଡ ପାଇ ପାରିବେ[2] ।