ପୁଲ୍ଡ ଏଲବୋ
ଆଘାତ ଯୋଗୁ ରାଡିଅସ ହେଡ ଆନୁଲାର ଲିଗାମେଣ୍ତରୁ ବାହାରି ଯିବାଦ୍ୱାରା ଏହି ଅବସ୍ଥା ଉପୁଜେ / From Wikipedia, the free encyclopedia
ପୁଲ୍ଡ ଏଲବୋ (ଇଂରାଜୀ ଭାଷାରେ pulled elbow, ଅନ୍ୟ ନାମ ରାଡିଆଲ ହେଡ (radial head) ସବଲକ୍ସେସନ radial head subluxation)[4] ନାମ ଦିଆଯାଏ ଯେତେବେଳେ ଆନୁଲାର ଲିଗାମେଣ୍ଟରୁ (ligament) ରାଡିଆଲ ହେଡ ବାହାରକୁ ଚାଲିଯାଏ । [1] ସାଧାରଣତଃ ପ୍ରଭାବିତ ପିଲା ନିଜର ହାତକୁ ସାମାନ୍ୟ ବଙ୍କା ରଖି ନିଜ ଦେହ ପାଖରେ ଜାକିରଖେ ।[1] ବାହୁକୁ ଚାଳନା କଲେ କଷ୍ଟ ହେଉଥିବାରୁ ସେମାନେ ଆଦୌ ଚାଳନା କରନ୍ତି ନାହିଁ ।[2] ଚାଳନା ନ କରି କେବଳ ସ୍ପର୍ଶ କଲେ କଷ୍ଟ ହୁଏନି । [1]
ପୁଲ୍ଡ ଏଲବୋ (Pulled elbow) | |
---|---|
ରାଡିଆଲ ହେଡ ସବଲକ୍ସେସନ (Radial head subluxation), ଆନୁଲାର ଲିଗାମେଣ୍ଟ ଡିସପ୍ଲେସମେଣ୍ଟ (annular ligament displacement),[1] ନର୍ସମେଡ ଏଲବୋ (nursemaid's elbow), ବେବିସିଟର ଏଲବୋ (babysitter's elbow) | |
ବିଭାଗ | ଆଶୁ ଚିକିତ୍ସା Emergency medicine |
ଲକ୍ଷଣ | ବାହୁ ଚାଳନା ନିମନ୍ତେ ଅନିଚ୍ଛା [2] |
ଆକ୍ରାନ୍ତ ସମୟ | ୧ରୁ ୪ ବର୍ଷ ବୟସ [2] |
କାରଣ | ସିଧା ବାହୁକୁ ଟାଣିବା ଯୋଗୁ ହୁଏ । [2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଓ ଏକ୍ସ-ରେ (Xrays)[2] |
ସଠିକ ରୋଗ ନିର୍ଣ୍ଣୟ | ଏଲବୋ ଭଙ୍ଗା (Elbow fracture)[3] |
ଚିକିତ୍ସା | ରିଡକ୍ସନ (Reduction) ଅଧ ବଙ୍କା କହୁଣି ସହିତ ହାତ ତଳକୁ (ଫ୍ଲେକ୍ସନ) ଓ ବାହୁ ତଳମୁହାଁ (ପ୍ରନେସନ) କରି ଧିରେ ଅବୟବକୁ ସିଧା କଲେ ରିଡକ୍ସନ ହୋଇଯାଏ ।[2][1] |
Prognosis | କିଛି ମିନିଟ ମଧ୍ୟରେ ଉପଶମ ହୋଇଯାଏ । [1] |
ପୁନଃପୌନିକ | ସାଧାରଣ[2] |
ସିଧା ରଖିଥିବା ବାହୁ ଉପରେ ପଡ଼ିଗଲେ ପୁଲ୍ଡ ଏଲବୋ ହୁଏ । [2] ପିଲାଙ୍କୁ ଉପରକୁ ଉଠେଇବା ବେଳେ ବା ଝୁଲେଇବା ବେଳେ ଏହିପରି ଅବସ୍ଥା ଉପୁଜେ । [2] ରାଡିଅସ ହେଡ ଆନୁଲାର ଲିଗାମେଣ୍ଟରୁ (ligament) ବାହାରି ଯାଏ ଓ ହେଡ ତଥା ହ୍ୟୁମରସ(humerus) ଅସ୍ଥି ମଧ୍ୟରେ ରହିଯାଏ ।[1] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ନିର୍ଭର କରେ ।[2] ଏକ୍ସ-ରେ ସାହାଯ୍ୟରେ ଅନ୍ୟ କିଛି ଅସୁବିଧା ଥିବା ସମସ୍ୟା ଦୂର କରାଯାଏ ।[2]
ସମ୍ଭାବ୍ୟ କାରଣମାନଙ୍କଠାରୁ ଦୂରେଇ ରହିଲେ ଏହି ଅବସ୍ଥା ହୁଏନାହିଁ ।[2] ରିଡକ୍ସନ (reduction) କରି ଏହାର ଚିକିତ୍ସା କରାଯାଏ ।[2] (Reduction) ଅଧ ବଙ୍କା କହୁଣି ସହିତ ହାତ ତଳକୁ (ଫ୍ଲେକ୍ସନ) ଓ ବାହୁ ତଳମୁହାଁ (ପ୍ରନେସନ) (palms down position| କରି ଧିରେ ଅବୟବକୁ ସିଧା କଲେ ରିଡକ୍ସନ ହୋଇଯାଏ ଓ ଏହା ସୁପିନେସନ କରି ଧୀରେ ଫ୍ଲେକ୍ସନ କରିବା ପଦ୍ଧତି ଅପେକ୍ଷା ଅଧିକ ପ୍ରଭାବଶାଳୀ ହୁଏ । [4][5][1] ଉପଯୁକ୍ତ ରିଡକ୍ସନ ହୋଇଗଲେ କିଛି ମିନିଟ ମଧ୍ୟରେ ପିଲା ସାଧାରଣ ଅବସ୍ଥାକୁ ଆସିଯାଏ ।[1] ଏହା ଏକ ସାଧାରଣ ବେମାରୀ ।[2] ପ୍ରାୟ ୧ରୁ ୪ ବର୍ଷ ବୟସ ମଧ୍ୟରେ ଏହା ହେଲେ ମଧ୍ୟ ୭ ବର୍ଷ ବୟସ ପର୍ଯ୍ୟନ୍ତ ହୋଇପାରେ । [2]